Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha Parba 2026

Odisha Parba / 'ଦିଲ୍ଲୀରେ ରହୁଥିବା ପ୍ରତିଟି ଓଡ଼ିଆଙ୍କ ପରିବାର ଚିନ୍ତା କରନ୍ତୁ ନାହିଁ, ଦିଲ୍ଲୀରେ ତାଙ୍କ ସରକାର ଅଛି'

Debashree Debasmita Sahoo
Browse all articles by Debashree Debasmita Sahoo
·4 months ago·2 min read
'ଦିଲ୍ଲୀରେ ରହୁଥିବା ପ୍ରତିଟି ଓଡ଼ିଆଙ୍କ ପରିବାର ଚିନ୍ତା କରନ୍ତୁ ନାହିଁ, ଦିଲ୍ଲୀରେ ତାଙ୍କ ସରକାର ଅଛି'
Odisha Parba

Key Points

ନୂଆଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବ ୨୦୨୬ର ଦ୍ଵିତୀୟ ସନ୍ଧ୍ୟା
ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା
କହିଲେ ପ୍ରତିବର୍ଷ ସେ ଓଡ଼ିଶା ପର୍ବକୁ ଆସନ୍ତି, ଷ୍ଟଲ୍ ବୁଲନ୍ତି
ଦିଲ୍ଲୀର ପ୍ରତିଟି ବାସୀ ଶ୍ରୀଜଗନ୍ନାଥଙ୍କ ଚରଣ ତଳେ ସମର୍ପିତ
ନୂଆଦିଲ୍ଲୀରେ ଅଗ୍ରଣୀ ସାମାଜିକ-ସାଂସ୍କୃତିକ ସଂଗଠନ 'ଓଡ଼ିଆ ସମାଜ' ଦ୍ଵାରା ଆୟୋଜିତ ଓଡ଼ିଶା ପର୍ବ ୨୦୨୬ର ଦ୍ଵିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । 'ଜୟ ଜଗନ୍ନାଥ'ରୁ ନିଜ ଅଭିଭାଷଣ ଆରମ୍ଭ କରି ନିଜର ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି । ସେ କିପରି ପ୍ରତିବର୍ଷ ଓଡ଼ିଶା ପର୍ବକୁ ଆସନ୍ତି, ଷ୍ଟଲ୍ ବୁଲନ୍ତି ଏବଂ ଓଡ଼ିଆ ଖାଦ୍ୟ ଖାଆନ୍ତି ସେ ସମ୍ପର୍କରେ କହିଛନ୍ତି । ଏହାସହିତ ଦିଲ୍ଲୀରେ ରହୁଥିବା ଓଡ଼ିଆଙ୍କ ପରିବାର ଚିନ୍ତା କରିବାର ଆବଶ୍ୟକତା ନାହିଁ, କାରଣ ଦିଲ୍ଲୀରେ ତାଙ୍କ ସରକାର ଅଛି ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ।

ଓଡ଼ିଶା ପର୍ବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଥିଲେ, "ମହାପ୍ରଭୁ ଆଜି ଆମ ଡାକ ଶୁଣୁଥିବେ । ଦିଲ୍ଲୀରେ ରହୁଥିବା ପ୍ରତିଟି ଓଡ଼ିଆଙ୍କ ପରିବାର ଚିନ୍ତା କରିବାର ଆବଶ୍ୟକ ନାହିଁ, ସେମାନଙ୍କ ପାଇଁ ଦିଲ୍ଲୀରେ ରେଖା ଗୁପ୍ତାର ସରକାର ଅଛି । ଦିଲ୍ଲୀରେ ରହିଲେ ମଧ୍ୟ ଆମେ ଆମର ସଂସ୍କୁତି ପରମ୍ପରାକୁ କିପରି ରଖିଛୁ ତାହା ଓଡ଼ିଶା ପର୍ବ ଶିଖାଉଛି । ଏହିପରି କାର୍ଯ୍ୟକ୍ରମକୁ ସମସ୍ତେ ହୃଦୟରୁ ଅନୁଭବ କରୁଛନ୍ତି । ଏହା ମୋର ସୌଭାଗ୍ୟ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଛି । ହଜଖସ୍ ଜଗନ୍ନାଥ ମନ୍ଦିର ରଥଯାତ୍ରାରେ ଛେରା ପହଁରା କରିଛି । ସେହି ସେବା କରିବା ପାଇଁ ଓଡ଼ିଆ ସମାଜ ମୋତେ ସୁଯୋଗ ଦେଇଛି ସେଥିପାଇଁ ଧନ୍ୟବାଦ ।"

ଏହା ବି ପଢନ୍ତୁ: ଓଡ଼ିଶାରେ ସୁଯୋଗର ରହିଛି ଅପାର ସମ୍ଭାବନା, ହୋଇ ପାରିବ ଗେମ୍ ଚେଞ୍ଜର୍

'ମୋତେ ଲାଗୁଛି ମୁଁ ଓଡ଼ିଶାରେ ଅଛି'

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହିତ ସମ୍ମାନିତ ଅତିଥି ଭାବେ ଓଡ଼ିଶା ପର୍ବର ଦ୍ଵିତୀୟ ଦିନରେ ଯୋଗ ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ଦେବୀ । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ଦେବୀ କହିଥିଲେ, "ମୋତେ ଲାଗୁଛି ମୁଁ ଓଡ଼ିଶାରେ ଅଛି । ଏତେ ସୁନ୍ଦର ଆୟୋଜନ ପାଇଁ ଶୁଭେଚ୍ଛା । ଓଡ଼ିଶାର ଅପାର ସମ୍ଭାବନା ରହିଛି । ଓଡ଼ିଶାର ଅନୁଶାସନ, ସମର୍ପଣ ସବୁବେଳେ ରହିଆସିଛି । କୋଣାର୍କର କାରିଗରୀ ଗବେଷଣାର ବିଷୟ । ଓଡ଼ିଶାର ଡାଲମା, ପଖାଳ, ଛେନାପୋଡ଼ର ଆନନ୍ଦ କେଉଁଠି ନାହିଁ ।"

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ସ୍ଵତନ୍ତ୍ର ଧନ୍ୟବାଦ ଜଣାଇଲେ ଆୟୋଜକ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କାର୍ଯ୍ୟକ୍ରମର ସ୍ୱାଗତ ଅଭିଭାଷଣରେ ଓଡ଼ିଆ ସମାଜ ସଭାପତି ସିଦ୍ଧାର୍ଥ ପ୍ରଧାନ ଏହି ଆୟୋଜନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଥିଲେ, "କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଵପ୍ନ ଥିଲା ଦିଲ୍ଲୀରେ ଓଡ଼ିଆ ଲୋକଙ୍କୁ ଏକଜୁଟ କରିବା ପାଇଁ । ଓଡ଼ିଶାର କଳା ସଂସ୍କୁତିକୁ ଦିଲ୍ଲୀରେ ପ୍ରଦର୍ଶନ କରିବା ପାଇଁ । ସେ କହିଥିଲେ ଆମେ ଦିଲ୍ଲୀରେ ଓଡିଶା ପର୍ବ କରିବା । ଲଗାତାର ଆମେ ସେ କାର୍ଯ୍ୟରେ ଲାଗିଛୁ ।"

ଏଥିସହ ପଢ଼ନ୍ତୁ: ଓଡ଼ିଶା ପର୍ବର ଦ୍ଵିତୀୟ ସନ୍ଧ୍ୟାରେ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ; ଯୋଗଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଦ୍ଵିତୀୟ ସନ୍ଧ୍ୟାରେ ବି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଓଡ଼ିଶୀ ନୃତ୍ୟ ଗୁରୁ କବିତା ମହାନ୍ତିଙ୍କ ଗ୍ରୁପ ଧର୍ମ ଚକ୍ର ଉପସ୍ଥାପନ କରିଥିଲେ । ଓଡ଼ିଶା ପର୍ବର ଦ୍ଵିତୀୟ ଦିନ ସନ୍ଧ୍ୟାରେ ଓଡ଼ିଶାରୁ ଯାଇଥିବା ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରାଧନ ଏବଂ ଲିପ୍ସା ମହାପାତ୍ର ଆଉ କିଛି ସମୟ ପରେ ସଙ୍ଗୀତ ପରିବେଷଣ କରିବେ । ଆଜି ସପ୍ତାହାନ୍ତ ହୋଇଥିବାରୁ ଅନେକ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ଆସନ୍ତାକାଲି (ରବିବାର) ଆହୁରି ଅଧିକ ଭିଡ଼ ହେବ ବୋଲି ଆଶା କରାଯାଉଛି ।

ଅଧିକ ଖବର ପଢନ୍ତୁ...
Sponsored
Odisha Parba 2026 Delhi CM Rekha Gupta Sppech | Argus News