Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha Parba 2026

Odisha Parba / 'ମୁଁ ଓଡ଼ିଆ' ଭାବେ ଗର୍ବର ସହ ପରିଚୟ ଦେବା ଓଡ଼ିଶା ପର୍ବର ଉଦ୍ଦେଶ୍ୟ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

Debashree Debasmita Sahoo
Browse all articles by Debashree Debasmita Sahoo
·4 months ago·3 min read
'ମୁଁ ଓଡ଼ିଆ' ଭାବେ ଗର୍ବର ସହ ପରିଚୟ ଦେବା ଓଡ଼ିଶା ପର୍ବର ଉଦ୍ଦେଶ୍ୟ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
Odisha Parba

Key Points

ନୂଆଦିଲ୍ଲୀରେ ଓଡ଼ିଶା ପର୍ବ ୨୦୨୬ର ଶୁଭାରମ୍ଭ || ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆରମ୍ଭ ହୋଇସାରିଛି ଭାରତର ଗର୍ବ 'ଓଡ଼ିଶା ପର୍ବ ୨୦୨୬' । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ମାନିତ ଅତିଥି ଭାବେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏବଂ ଦିଲ୍ଲୀ ସରକାରଙ୍କ ଶିକ୍ଷା ମନ୍ତ୍ରୀ ଆଶିଷ ସୁଦ୍ ଯୋଗ ଦେଇଛନ୍ତି । ଓଡ଼ିଆ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର 'ଜୟ ଜଗନ୍ନାଥ'ରୁ ନିଜ ଅଭିଭାଷଣ ଆରମ୍ଭ କରି ପ୍ରତିଟି ଓଡ଼ିଆଙ୍କ ମନରେ ଭରିଦେଇଛନ୍ତି ଉତ୍ସାହ । ଓଡ଼ିଆଙ୍କୁ ସୁଯୋଗ ଦେଲେ କେଉଁ ଗୁଣରେ ଓଡ଼ିଆ କମ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି, "ଓଡ଼ିଆ ପରିଚୟର ମୂଳଦୁଆ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ମହାପ୍ରଭୁଙ୍କ ଆଶୀର୍ବାଦରୁ ଆଜି ବିଶ୍ୱ ଦରବାରରେ ଓଡ଼ିଆମାନେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ରାଷ୍ଟ୍ରୀୟ ରାଜଧାନୀରେ ଆୟୋଜିତ ଏହି ପର୍ବ ଆମ ଅସ୍ମିତାକୁ ପୁନଃସ୍ଥାପିତ କରିବାର ଏକ ମହାନ ଅବସର ଆଣି ଦେଇଛି । ଓଡ଼ିଶା ପର୍ବର ଏହି ମଞ୍ଚ ଆଜି ଜାତୀୟ ସ୍ତରରେ ସ୍ୱତନ୍ତ୍ର ସ୍ୱୀକୃତି ଲାଭ କରିଛି । ଭାରତର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଭଳି ଦେଶର ବିଶିଷ୍ଟ ନେତୃବୃନ୍ଦ ଏଥିରେ ସାମିଲ ହୋଇ ଆମ ସଂସ୍କୃତିର ଗୌରବକୁ ବୃଦ୍ଧି କରିଛନ୍ତି ।"

'୨୦୨୬ ଆମ ସମସ୍ତଙ୍କ ପାଇଁ ମହତ୍ତ୍ଵପୂର୍ଣ୍ଣ ସମୟ'
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ପର୍ବ ୨୦୨୬ରେ ନିଜ ଅଭିଭାଷଣରେ 'ବର୍ଷ ୨୦୨୬'ର ଗୁରୁତ୍ଵ ବିଷୟରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି, "ଆଦିକବି ସାରଳା ଦାସଙ୍କର ୬୦୦ତମ ଜୟନ୍ତୀ । ୨୦୨୬ରେ ମହିମା ଧର୍ମକୁ ୨୦୦ ବର୍ଷ ପୂରୁଛି । ଏ ବର୍ଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ । ରାଷ୍ଟ୍ରୀୟ ସଂଗୀତ ବନ୍ଦେ ମାତରମକୁ ବି ୧୫୦ ବର୍ଷ ପୂରୁଛି । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୩୦ତମ ଜନ୍ମ ଜୟନ୍ତୀ । ଜାତି ପାଇଁ ଜୀବନ ଦେଇଥିବା ୧୨ ବର୍ଷର ବାଜି ରାଉତଙ୍କ ଶତାବ୍ଦୀ ମଧ୍ୟ ଏହି ବର୍ଷ ପାଳନ କରାଯିବ । ୨୦୨୬ ବର୍ଷଠୁ ଆଗାମୀ ୧୦ ବର୍ଷ ପରେ ଓଡ଼ିଶା ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଶତାବ୍ଦୀ ମନେଇବାକୁ ଯାଉଛି ।"

ଏହା ବି ପଢନ୍ତୁ: ଆମର କଳା, ସଂସ୍କୃତି ଓ ଐତିହ୍ୟକୁ ଉଜାଗର କରିବ ଆପଣ ମାନଙ୍କ ପ୍ରଦର୍ଶନ: ଧର୍ମେନ୍ଦ୍ର ପ୍ରଧାନ

ପ୍ରତିଟି ଓଡ଼ିଆକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆହ୍ଵାନ
ଜାତୀୟ ରାଜଧାନୀ ଦିଲ୍ଲୀରୁ ପ୍ରତିଟି ଓଡ଼ିଆକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ଵାନ କରିଛନ୍ତି । ସେ କହିଛନ୍ତି ଯେ ଅପାର ସମ୍ଭାବନା ଥିବା ଓଡ଼ିଶା ଭୂମିକୁ ଆମକୁ ଆତ୍ମନିର୍ଭର ବନେଇବାକୁ ପଡ଼ିବ । ସାହାସୀ କରିବାକୁ ପଡ଼ିବ । ସ୍ଵାଭିମାନୀ ବନେଇବାକୁ ପଡ଼ିବ । ନିଜ ପରିଚୟକୁ ଖାରବେଳଙ୍କ ପରି ଆଉ ଥରେ ଆମକୁ ଅଦମ୍ୟ ସାହାସ ଦେଖାଇ ପ୍ରତିପାଦିତ କରିବାକୁ ପଡ଼ିବ । ଓଡ଼ିଶା ପର୍ବରେ ଏହି ସମ୍ଭାବନା ଦୃଶ୍ୟମାନ ହୋଇଛି ।

ସେହିପରି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଛନ୍ତି, "ଭାରତକୁ ଏକ ଓଡିଶା ସମୃଦ୍ଧ ପରମ୍ପରା ଦେଇଛି, ଯାହାକୁ ନେଇ ଆମେ ଗର୍ବ କରୁଛୁ । ଏହି ପର୍ବ ଆମର ସାଂସ୍କୃତିକ ପରମ୍ପରାକୁ ନେଇ ଗର୍ବ କରିବାକୁ ବାର୍ତ୍ତା ଦେଉଛି । ଏହିପରି କାର୍ଯ୍ୟକ୍ରମ ଅନୁକରଣୀୟ ।" ଏହା ଅନ୍ୟ ପ୍ରାନ୍ତରେ ମଧ୍ୟ ହେବା ଉଚିତ ବୋଲି ସେ କହିଛନ୍ତି ।

ଦିଲ୍ଲୀ ସରକାରଙ୍କ ଗୃହ, ଶକ୍ତି ଏବଂ ଶିକ୍ଷା ମନ୍ତ୍ରୀ ଆଶିଷ ସୁଦ୍ କହିଛନ୍ତି, "କଲିଙ୍ଗର ପରମ୍ପରା ବହୁତ ପୁରୁଣା । ଓଡ଼ିଶା ପର୍ବ ଦିଲ୍ଲୀରେ ଓଡ଼ିଆଙ୍କୁ ନୂଆ ପରିଚୟ ଦେଇଛି । ସମ୍ବଲପୁରୀ କାରୁକାର୍ଯ୍ୟ, ବାଜି ରାଉତ, ବକ୍ସି ଜଗବନ୍ଧୁଙ୍କ ପରାକ୍ରମ ସମସ୍ତଙ୍କୁ ଜଣା । ଜଗନ୍ନାଥ ମନ୍ଦିର ସମାନତାର ଏକ ପ୍ରତୀକ ।"

ଅଧିକ ଖବର ପଢନ୍ତୁ..
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
‘ମୁଁ ଓଡ଼ିଆ’ ଭାବେ ଗର୍ବର ସହ ପରିଚୟ ଦେବା ହିଁ Odisha Parbaର ଉଦ୍ଦେଶ୍ୟ: Dharmendra Pradhan | Argus News