Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha Parba 2026

Odisha Parba / ଓଡ଼ିଶା ପର୍ବର ଦ୍ଵିତୀୟ ସନ୍ଧ୍ୟା, ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ଓଡ଼ିଶା ପର୍ବର ଦ୍ଵିତୀୟ ସନ୍ଧ୍ୟା, ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା
Odisha Parba 2026

Key Points

ଓଡ଼ିଶା ପର୍ବର ଦ୍ଵିତୀୟ ସନ୍ଧ୍ୟା
ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ଦିନରେ ନବଚେତନା ଓଡ଼ିଶା, ଭାଷା ଓଡ଼ିଶା ଉପରେ ହେଲା ଆଲୋଚନା ଚକ୍ର
ଓଡ଼ିଶା ପର୍ବର ଦ୍ଵିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଓଡ଼ିଆ କଳାକାରଙ୍କ ବାଦ୍ୟ ଦୁଲୁଦୁଲି ଶଙ୍ଖ ଧ୍ୱନିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ କରାଗଲା ସ୍ୱାଗତ । ଓଡ଼ିଆ କଳାକାରଙ୍କ ବାଦ୍ୟରେ ଝୁମିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ସେହିପରି କେନ୍ଦ୍ର ମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ଦେବୀ ସମ୍ମାନିତ ଅତିଥି ଭାବେ ଓଡ଼ିଶା ପର୍ବରେ ସାମିଲ ହୋଇଛନ୍ତି । ଓଡ଼ିଶା ପର୍ବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ ।

ସେପଟେ ଓଡ଼ିଶା ପର୍ବର ଦ୍ଵିତୀୟ ଦିନରେ ଅନୁଷ୍ଠିତ ହୋଇଛି ନବଚେତନା ଓଡ଼ିଶା, ଭାଷା ଓଡ଼ିଶା ଉପରେ ଆଲୋଚନା ଚକ୍ର । ଲକ୍ଷ୍ନୌ NBRI ନିର୍ଦ୍ଦେଶକ ଡକ୍ଟର ଅଜିତ କୁମାର ଶାସାନୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ IES ଡକ୍ଟର ଇସିତା ତ୍ରିପାଠୀ ଗାଙ୍ଗୁଲି, IAS ମୀରା ମହାନ୍ତି, ସ୍ମୃତି ରଞ୍ଜନ ବିଶ୍ୱାଳ, ରମ୍ୟ ରଞ୍ଜନ ପଟେଲ ପ୍ରମୁଖ ଯୋଗ ଦେଇଥିଲେ । ନବଚେତନା ଓଡ଼ିଶା ପାଇଁ ଆମକୁ ନେତୃତ୍ୱ ନେବାର ଆବଶ୍ୟକତା ରହିଛି, ଆମ ପାଖରେ ଏହାକୁ ନେଇ ଅନେକ ଉଦାହରଣ ଅଛି । ଆମ ମାଟି ଉର୍ବର ମାଟି, ଓଡ଼ିଶାରେ ଉପକୂଳଠୁ ନେଇ ବିଭିନ୍ନ ପ୍ରକାର କଥା ରହିଛି । ସବୁ ପ୍ରକାର ଜଳବାୟୁ ଓଡ଼ିଶାରେ ଅଛି । ଏହାକୁ ଭଲ ଭାବରେ ବ୍ୟବହାର କରାଗଲେ ଆମେ ଆମର ଆବଶ୍ୟକତା ପୂରଣ କରି ପାରିବା ବୋଲି କହିଛନ୍ତି ଡକ୍ଟର ଅଜିତ କୁମାର ।

ସେହିପରି IES ଡକ୍ଟର ଇସିତା ତ୍ରିପାଠୀ ଗାଙ୍ଗୁଲି କହିଥିଲେ ବିକଶିତ ଓଡ଼ିଶା ପାଇଁ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ । ଅନେକ କଥା ଅଛି ଯାହା କରାଯାଇ ପାରିବ । ଛେନା ପୋଡ଼ କ୍ଲଷ୍ଟର ହେବା ଉଚିତ । ଓଡ଼ିଶାର ଗ୍ରାମ୍ୟ ପର୍ଯ୍ୟଟନସ୍ଥଳୀ ଗୁଡିକୁ ନେଇ ଯୋଜନା କରିବାକୁ ସେ ଉଲ୍ଲେଖ କରିଥିଲେ ।

NCERT ର ପ୍ରଫେସର Dr Ramanujam Meghanathamଙ୍କ ନେତୃତ୍ୱରେ ଭାଷା ଓଡ଼ିଶାକୁ ନେଇ ହୋଇଥିବା ଆଲୋଚନା ଚକ୍ରରେ ଲେଖକ Dr ଅରବିନ୍ଦ ରାୟ ଏବଂ Dr ବସନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଆ ଲୋକେ ଏକମତ ହେବା ପାଇଁ ଗୋଟିଏ ଶବ୍ଦ କୋଷର ନିହାତି ଆବଶ୍ୟକତା ଥିବା କହିଥିଲେ ଲେଖକ ଅରବିନ୍ଦ ରାୟ ।

ଏଥିସହ ପଢ଼ନ୍ତୁ: 'ଦିଲ୍ଲୀରେ ରହୁଥିବା ପ୍ରତିଟି ଓଡ଼ିଆଙ୍କ ପରିବାର ଚିନ୍ତା କରନ୍ତୁ ନାହିଁ, ଦିଲ୍ଲୀରେ ତାଙ୍କ ସରକାର ଅଛି'
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Parba Day 2: Rekha Gupta Attends as Chief Guest in New Delhi | Argus News