Odisha Parba / 'ଦିଲ୍ଲୀବାସୀଙ୍କ ପାଇଁ ବଡ଼ ସୁଯୋଗ; ଦେଖନ୍ତୁ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି, ଐତିହ୍ୟ'
·4 months ago·2 min read

Key Points
ନୂଆଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବ ୨୦୨୬ର ଶେଷ ସନ୍ଧ୍ୟା
ଯୋଗଦେଲେ ଓଡ଼ିଶା ରାଜ୍ୟପାଳ ହରିବାବୁ କମ୍ଭମପାଟି
ଏପରି ଏକ ପଦକ୍ଷେପ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କଲେ ପ୍ରଶଂସା

ଓଡ଼ିଶା ନିଜର ହସ୍ତଶିଳ୍ପ, ହସ୍ତକଳା, ସଂସ୍କୃତି, ଲୋକନୃତ୍ୟ ପାଇଁ ପରିଚିତ । ଜାତୀୟ ରାଜଧାନୀ ଦିଲ୍ଲୀରେ ଏପରି ଏକ ଆୟୋଜନ କରିବା ନିଶ୍ଚିତ ପ୍ରେରଣାର କଥା । ଦିଲ୍ଲୀବାସୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ଯେ ସେମାନେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି, ଐତିହ୍ୟକୁ ଅତି ନିକଟରୁ ଦେଖୁଛନ୍ତି । ନୂଆଦିଲ୍ଲୀରେ 'ଓଡ଼ିଆ ସମାଜ' ପକ୍ଷରୁ ଆୟୋଜିତ ଓଡ଼ିଶା ପର୍ବ ୨୦୨୬ର ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଓଡ଼ିଶା ରାଜ୍ୟପାଳ ହରିବାବୁ କମ୍ଭମପାଟି । ଏହାସହିତ ଦିଲ୍ଲୀରେ ରହୁଥିବା ସବୁ ଓଡ଼ିଆଙ୍କୁ ଏକାଠି କରିବା ଏବଂ ଜାତୀୟ ସ୍ତରରେ ଓଡ଼ିଶାର କଳା, ସଂସ୍କୃତିକୁ ପରିଚିତ କରିବା ପାଇଁ ଏପରି ଏକ ପଦକ୍ଷେପ ନେଇଥିବା ଲାଗି ରାଜ୍ୟପାଳ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହି ଉତ୍ସବରେ ଯୋଗଦେଇ ରାଜ୍ୟପାଳ କମ୍ଭମପାଟି ଆହୁରି କହିଥିଲେ, "ଓଡ଼ିଶାର ଆତ୍ମା, ସମୃଦ୍ଧ କଳା ସଂସ୍କୃତିକୁ ଜାତୀୟ ସ୍ତରରେ ପ୍ରତିପାଦିତ କରିବା ଲାଗି ଓଡ଼ିଶା ପର୍ବ ମହାମଞ୍ଚ ପାଲଟିଛି । ବର୍ଷ ପରେ ବର୍ଷ ଓଡ଼ିଶା ପର୍ବ ଏକ ସ୍ଵତନ୍ତ୍ର ପର୍ବର ରୂପ ନେଉଛି, ଯାହାକି ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ଓ ଅଣଓଡ଼ିଆଙ୍କୁ ଏକାଠି କରୁଛି । ଚଳିତ ବର୍ଷର ଥିମ୍ ରହିଛି 'ପ୍ରକୃତି ଏବଂ ସଂସ୍କୃତି' ଯାହାକି ଅତି ସୁନ୍ଦର ଭାବରେ ଓଡ଼ିଶାର ସଂସ୍କୃତି କିପରି ପ୍ରକୃତି ସହ ଜଡ଼ିତ ତାହାକୁ ପ୍ରଦର୍ଶିତ କରିଛି । ହସ୍ତକଳା, ହସ୍ତଶିଳ୍ପ ପ୍ରଦର୍ଶନୀ, ଓଡ଼ିଶୀ ନୃତ୍ୟ, ଲୋକନୃତ୍ୟ, ପାରମ୍ପରିକ ଖାଦ୍ୟ ଦେଶବାସୀ ଓଡ଼ିଶାର ଦୈନନ୍ଦିନ ଜୀବନଶୈଳୀ ସହିତ ପରିଚିତ କରିଛି । ବିଭିନ୍ନ କ୍ଷେତ୍ରର ଲୋକଙ୍କୁ ଟାଣି ଆଣି ଏହି ପର୍ବ କିପରି ଗୋଟିଏ ଜାଗାରେ ଏକାଠି କରିଛି, ତାହା ଦେଖିବା ନିହାତି ପ୍ରେରଣାଦାୟୀ ।"
ଦିଲ୍ଲୀରେ ଏପରି ଏକ ପର୍ବ ଆୟୋଜନ କରିବାର ପରିକଳ୍ପନା ପାଇଁ ରାଜ୍ୟପାଳ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହିତ ଆୟୋଜକ ସଂଗଠନ ଓଡ଼ିଆ ସମାଜ ଓ ଏହାର ସଭାପତି ସିଦ୍ଧାର୍ଥ ପ୍ରଧାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ଦିଲ୍ଲୀ ଆଇନ, କଳା ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ କପିଲ ମିଶ୍ରା ମଧ୍ୟ ଯୋଗଦେଇଥିଲେ । ସେ କହିଥିଲେ, "ଓଡ଼ିଶା ପର୍ବର ଏହି ଆୟୋଜନ ପ୍ରଧାନମନ୍ତ୍ରୀ ମୋଦିଙ୍କ 'ଏକ ଭାରତ ଶ୍ରେଷ୍ଠ ଭାରତ'କୁ ପ୍ରତିଫଳିତ କରୁଛି । ଏଭଳି ଆୟୋଜନ ଆଗକୁ ବି ହେଉ । ଓଡ଼ିଆ ଲୋକଙ୍କ ଶାନ୍ତିପ୍ରିୟ ଜୀବନଶୈଳୀକୁ ପୁରା ବିଶ୍ଵ ଶିଖିବା ଆବଶ୍ୟକ । ଯୁଦ୍ଧ ସ୍ଥିତି ଭିତରେ ଓଡ଼ିଆ ଲୋକଙ୍କ ସାଧାରଣ ଜୀବନଶୈଳୀ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟୁ ।"
ଅଧିକ ଖବର ପଢନ୍ତୁ... ଓଡ଼ିଶା ପର୍ବରେ 'ବହିଟିଏ ସାଥିଟିଏ'ର ଶୁଭାରମ୍ଭ; ପୁସ୍ତକ ପ୍ରତି ରୁଚି ଫେରାଇ ଆଣିବା ଲକ୍ଷ୍ୟ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories