Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha Parba 2026

Digital Odia Book / ଓଡ଼ିଶା ପର୍ବରେ 'ବହିଟିଏ ସାଥିଟିଏ'ର ଶୁଭାରମ୍ଭ; ପୁସ୍ତକ ପ୍ରତି ରୁଚି ଫେରାଇ ଆଣିବା ଲକ୍ଷ୍ୟ

Debashree Debasmita Sahoo
Browse all articles by Debashree Debasmita Sahoo
·4 months ago·2 min read
ଓଡ଼ିଶା ପର୍ବରେ 'ବହିଟିଏ ସାଥିଟିଏ'ର ଶୁଭାରମ୍ଭ; ପୁସ୍ତକ ପ୍ରତି ରୁଚି ଫେରାଇ ଆଣିବା ଲକ୍ଷ୍ୟ
Digital Odia Book

Key Points

ଓଡ଼ିଶା ପର୍ବରେ ତୃତୀୟ ଦିନରେ 'ଜ୍ଞାନ ମଣ୍ଡପ' କାର୍ଯ୍ୟକ୍ରମ
କାର୍ଯ୍ୟକ୍ରମରେ 'ବହିଟିଏ ସାଥିଟିଏ'ର ଶୁଭାରମ୍ଭ
ଯୋଗଦେଲେ ଅର୍ଗସ ନ୍ୟୁଜ ସିଇଓ ପ୍ରକାଶ ସାହୁ
ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଂଗଠନ 'ଓଡ଼ିଆ ସମାଜ' ପକ୍ଷରୁ ଓଡ଼ିଶା ପର୍ବ ୨୦୨୬ର ଆୟୋଜିତ କରାଯାଉଛି । ଆଜି ପର୍ବର ତୃତୀୟ ତଥା ଅନ୍ତିମ ଦିବସରେ 'ଜ୍ଞାନ ମଣ୍ଡପ' ନାଁରେ ଏକ ସ୍ଵତନ୍ତ୍ର ଅଧିବେଶନ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନ୍ୟାସନାଲ ବୁକ୍ ଟ୍ରଷ୍ଟ (NBT) ପକ୍ଷରୁ ଓଡ଼ିଆ ପୁସ୍ତକକୁ ନେଇ ଡିଜିଟାଲ କାର୍ଯ୍ୟକ୍ରମ 'ବହିଟିଏ ସାଥିଟିଏ'ର ଶୁଭାରମ୍ଭ ହୋଇଛି । ଏନବିଟି ପକ୍ଷରୁ ଅନେକ ଓଡ଼ିଆ ପୁସ୍ତକ ପ୍ରକାଶିତ ହୋଇଛି । ଏବେ ସେଗୁଡ଼ିକର ଡିଜିଟାଲକରଣ କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ଅର୍ଗସର ସିଇଓ ପ୍ରକାଶ ସାହୁଙ୍କ ସହିତ NBT ଡିରେକ୍ଟର ଲେଫଟନାଣ୍ଟ କର୍ଣ୍ଣେଲ ଯୁବରାଜ ମଲ୍ଲିକ, ପଲ୍ଲୀବାଣୀର ସମ୍ପାଦକ ରାମ ଚନ୍ଦ୍ର ନାଥ ଏବଂ ଓଡ଼ିଆ ଅଭିନେତା ଅଭିଷେକ ରଥ ଉପସ୍ଥିତ ଥିଲେ । ଆଜିର ଦିନରେ ଲୋକଙ୍କ ପାଖରେ ସମୟ କମ ରହିଛି ତେଣୁ ଡିଜିଟାଲ ମାଧ୍ୟମରେ ପୁସ୍ତକଗୁଡ଼ିକ ରଖିଲେ ଆମର ପୁସ୍ତକ ପ୍ରତି ଯୁବବର୍ଗଙ୍କ ମଧ୍ୟରେ ରୁଚି ଅଧିକ ବୁଦ୍ଧି ହେବ ବୋଲି ଅର୍ଗସ ସିଇଓ ପ୍ରକାଶ ସାହୁ କହିଛନ୍ତି । 'ବହିଟିଏ ସାଥିଟିଏ' କାର୍ଯ୍ୟକ୍ରମରେ ପୁସ୍ତକ ଗୁଡିକ କେଉଁ ବିଷୟରେ ରହିଛି ପୁସ୍ତକ ସମ୍ପୂର୍ଣ୍ଣ ତଥ୍ୟ ଏଥିରେ ସିରିଜ ଆକାରରେ ରହିବ ।

'ବହିଟିଏ ସାଥିଟିଏ'ର ଉଦ୍ଦେଶ୍ୟ କଣ ?
ଆଜିର ଏହି ଡିଜିଟାଲ ଯୁଗରେ ଯୁବପିଢିଙ୍କଠାରୁ ବୟସ୍କ ସମସ୍ତେ ମୋବାଇଲରେ ବ୍ୟସ୍ତ ରହି ଜ୍ଞାନର ଭଣ୍ଡାର ବହିଠାରୁ ଦୂରେଇ ଯାଉଛନ୍ତି । ଲୋକମାନେ କିପରି ବହି ଆଡକୁ ପୁଣି ଫେରିଆସିବେ ଏବଂ ଅଧ୍ୟୟନ ପ୍ରତି ମନ ବଳାଇବେ ସେଥିଲାଗି ଓଡ଼ିଆ ପୁସ୍ତକଗୁଡ଼ିକୁ ସଂଗ୍ରହ କରି ଏହାର ପଡକାଷ୍ଟ କରାଯାଉଛି । ଏ ନେଇ ପଲ୍ଲୀବାଣୀର ସମ୍ପାଦକ ରାମ ଚନ୍ଦ୍ର ନାଥ କହିଛନ୍ତି, "ବିନା ଜ୍ଞାନରେ କେହି କେଉଁଠି କିଛି କରିପାରିବେ ନାହିଁ । ଜ୍ଞାନ ଆମକୁ ପୁସ୍ତକରୁ ମିଳିଥାଏ । ଜ୍ଞାନ ବିନା ଆମର ଗତି ନାହିଁ । ଜ୍ଞାନହୀନ ସମାଜ କେବେ ଅଗ୍ରଗତି କରିପାରିବ ନାହିଁ । ପୁସ୍ତକ ଆମର ପ୍ରକୃତ ବନ୍ଧୁ । ଏହି ଡିଜିଟାଲ କାର୍ଯ୍ୟକ୍ରମ ଦ୍ଵାରା ପୁସ୍ତକ ପ୍ରତି ପୂର୍ବରୁ ଯେପରି ରୁଚି ଥିଲା, ତାହା ଫେରିଆସିବ ବୋଲି ଆମେ କାମନା କରୁଛୁ ।"

ପଢନ୍ତୁ ଏହି ଖବର: ଓଡ଼ିଶା ପର୍ବର ଦ୍ଵିତୀୟ ସନ୍ଧ୍ୟାରେ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ; ଯୋଗଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

'ବହିଟିଏ ସାଥିଟିଏ'ରେ କେଉଁ ପ୍ରକାରର ପୁସ୍ତକ ରହିବ ?
ଏହି ଡିଜିଟାଲ କାର୍ଯ୍ୟକ୍ରମରେ ସମସ୍ତ ପୁରୁଣା ଏବଂ ନୂଆ ପୁସ୍ତକ ରହିବ । ଏହି କାର୍ଯ୍ୟକ୍ରମରେ ଫକୀର ମୋହନ ସେନାପତିଙ୍କ ପୁସ୍ତକଠାରୁ ଆରମ୍ଭ କରି ବର୍ତ୍ତମାନ ପିଢିର ଲେଖକଙ୍କ ପୁସ୍ତକଗୁଡ଼ିକୁ ମଧ୍ୟ ସ୍ଥାନିତ କରାଯିବ । ଇତିହାସର ପୃଷ୍ଠାରୁ ସଂଗୃହୀତ ଅନେକ ଉପାଦେୟ କଥାବସ୍ତୁକୁ ଏହି ପୁସ୍ତକରେ ସାମିଲ କରାଯିବ । ଡିଜିଟାଲ ମାଧ୍ୟମରେ ଯୁବପିଢିମାନେ ଇତିହାସର ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ଜାଣିପାରିବେ ।

ଅଧିକ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Digital program 'Bahitia Saathitia' launched at Odisha festival; aims to revive interest in books | Argus News