Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅର୍ଗସରେ ଖବର ପ୍ରସାରଣ ପରେ ଭାଙ୍ଗିଲା ସରକାରଙ୍କ ନିଦ

Odisha

ଅର୍ଗସରେ ଖବର ପ୍ରସାରଣ ପରେ ଭାଙ୍ଗିଲା ସରକାରଙ୍କ ନିଦ

Jitendra Dash
Browse all articles by Jitendra Dash
·2 years ago·2 min read
ଅର୍ଗସରେ ଖବର ପ୍ରସାରଣ ପରେ ଭାଙ୍ଗିଲା ସରକାରଙ୍କ ନିଦ

ଅର୍ଗସ ବ୍ୟୁରୋ : କୋରାପୁଟର କୋଟିଆ । ଯେଉଁଠି ଲଗାତାର ଅନୁପ୍ରବେଶ କରୁଛି ପଡ଼ୋଶୀ ରାଜ୍ୟ । ଆନ୍ଧ୍ରର ପ୍ରଶାସନିକ ଅଧିକାରୀଙ୍କଠାରୁ ନେଇ ନେତା ଯେଉଁଠି ମନଇଚ୍ଛା କରୁଛନ୍ତି ଦାଦାଗିରି । ସେହି କୋଟିଆକୁ ନେଇ ଭାଙ୍ଗିଲା ଓଡ଼ିଶା ସରକାରଙ୍କ ନିଦ । ରାଜ୍ୟ ପ୍ରଶାସନ ଓ କୋରାପୁଟ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ କୋଟିଆ ଗଲେ ରାଜ୍ୟ ମୁଖ୍ୟ ଶାସନ ସଚିବ । ସଦଳବଳେ ମେଡିକାଲ, ଥାନା, ପଞ୍ଚାୟତ ଅଫିସ, ଅଙ୍ଗନୱାଡ଼ି କେନ୍ଦ୍ର, ହାଇସ୍କୁଲ ବୁଲିଲେ ପି. କେ ଜେନା । କିନ୍ତୁ ପ୍ରଶ୍ନ ହେଲା ସୀମାନ୍ତରେ ଓଡ଼ିଆ ଭାଷା, ସୀମା, ସଂସ୍କୃତି ଧ୍ବଂସ କରି ସୀମା ମାଡ଼ିବସିବାକୁ ଷଡ଼ଯନ୍ତ୍ର କରାଯାଉ ଥିବାବେଳେ କୁଆଡେ ଯାଇଥିଲେ ସରକାର ? 

ବିଜେଡିର ୨୪ ବର୍ଷର ଶାସନରେ କଳଙ୍କିତ ହୋଇଛି ଓଡ଼ିଶାର ଗୌରବ । ଓଡ଼ିଆ ସ୍ବାଭିମାନର ସୁରକ୍ଷାର ନାରା ଦେଇ କ୍ଷମତାକୁ ଆସିଥିବା ଆଞ୍ଚଳିକ ଦଳ ବିଜେଡିର ୨୪ ବର୍ଷର ଶାସନରେ ହିଁ ସଂକଟରେ ପଡ଼ିଛି ଓଡ଼ିଶାର ଭାଷା, ସୀମା, ସଂସ୍କୃତି ଓ ସ୍ବାଭିମାନ । କୋଟିଆରେ ଭାଷାକୁ ଅସ୍ତ୍ର କରି ସୀମା ଦଖଲ କରିବାକୁ ଷଡ଼ଯନ୍ତ୍ର କରୁଛି ପଡ଼ୋଶୀ ରାଜ୍ୟ । ଓଡ଼ିଶାର ମାଟି ତଳେ ଥିବା ସମ୍ପଦ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି । ପୁଣି ଧର୍ମାନ୍ତରୀକରଣ କରାଇ ଓଡ଼ିଆଙ୍କୁ ଜଗନ୍ନାଥଙ୍କଠାରୁ ଦୂରେଇ ନେବାକୁ କରାଯାଉଛି ଅପଚେଷ୍ଟା । ଏ ସବୁ ସବୁ ଜାଣି ଶୁଣି କାହିଁକି ଚୁପ୍ ବସିଛନ୍ତି ବିଜେଡି ସରକାର ?

ଅଭିଯୋଗ ହେଉଛି ଆନ୍ଧ୍ରର କୋଟିଆ ଦଖଲ ଷଡ଼ଯନ୍ତ୍ରରେ ସାମିଲ ହୋଇଛି ଓଡ଼ିଆ ଅସ୍ମିତା ବିରୋଧୀ ହାତଗଣତି ଅଫିସର । କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଓଡ଼ିଆ ସ୍ବାଭିମାନ ଆନ୍ଦୋଳନର ଜଣେ ଅଗ୍ରଣୀ ନେତା ତଥା କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା । ଗଦାଧର ପରିଡ଼ାଙ୍କ ମାଲିକାନାରେ ଥିବା ଫାର୍ମହାଉସରୁ ଚୋରି ହୋଇଯାଇଥିଲା ଗୁରୁତ୍ବପୂର୍ଣ୍ଣ ଫାଇଲ୍ ଓ ଭିଡିଓ କ୍ୟାସେଟ୍, ଯାହା କୋଟିଆ ଉପରେ ଆନ୍ଧ୍ରର ହକ ଛଡ଼ାଇଆଣିବାରେ ହୋଇପାରିଥାନ୍ତା ବଡ଼ ହତିଆର । ୧୯୯୬ ମସିହାରୁ ରେକର୍ଡ କରାଯାଇଥିବା ପ୍ରାୟ ଏକ ହଜାର ଘଣ୍ଟାର ଭିଡିଓ କ୍ୟାସେଟରେ ଥିଲା କୋଟିଆ ମାଟିରେ ଆନ୍ଧ୍ର ଷଡ଼ଯନ୍ତ୍ରର ବଡ଼ ପ୍ରମାଣ । ଏବେ କୋର୍ଟରେ କୋଟିଆ କାହାର ପ୍ରମାଣ ବେଳେ କଣ ଦେଖାଇବେ ରାଜ୍ୟ ସରକାର । କୋଟିଆ ଗସ୍ତରେ ଯାଇଥିବା ମୁଖ୍ୟ ଶାସନ ସଚିବ ଏ ନେଇ ଦେବେ କି ଜବାବ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 

ପ୍ରାୟ ୩ ବର୍ଷ ତଳେ ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତରେ ଛିଡ଼ା ହୋଇ ଆନ୍ଧ୍ର ପ୍ରଦେଶ ଜଗନ ସରକାରର ମନ୍ତ୍ରୀ ଆପାଲୁ ରାଜୁ ଓଡ଼ିଶା ଅଧିକାରୀଙ୍କୁ ନାଲିଆଖି ଦେଖାଇଥିଲେ । ଓଡ଼ିଶା ସୀମାରେ ଥିଲା ଅଙ୍ଗନବାଡ଼ି କେନ୍ଦ୍ରରୁ ମାଟିରେ ମିଶାଇ ଦେବାକୁ ଖୋଲାଖୋଲି ଦେଇଥିଲେ ଚେତାବନୀ । କିନ୍ତୁ ୨୦୨୩ ମସିହା ଉତ୍କଳ ଦିବସରେ କୋଟିଆ ଯାଇ ଆନ୍ଧ୍ରକୁ ମୁହଁତୋଡ଼ ଜବାବ ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଠାକାର ଲୋକଙ୍କ ସମସ୍ୟା ଶୁଣିଥିଲେ, ସୁଖଦୁଃଖ ବୁଝିଥିଲେ । ଆନ୍ଧ୍ର ଅଧିକାରୀଙ୍କୁ ଗୋ ବ୍ୟାକ୍ ଆନ୍ଧ୍ର କହି ଘଉଡାଇ ଦେଇଥିଲେ । ତଥାପି ଚେତିଲେନି ଓଡ଼ିଶା ସରକାର । 
 

Sponsored
kotia andhra issue | Argus News