Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୋଟିଏ ପଟେ ମା' ଗଜଲଷ୍ମୀଙ୍କୁ ଦର୍ଶନ କରିବା ସହ ଅନ୍ୟପଟେ ମୁରାସୁର ଦରବାର

Jitendra Dash
Browse all articles by Jitendra Dash
·2 years ago·2 min read
ଗୋଟିଏ ପଟେ ମା' ଗଜଲଷ୍ମୀଙ୍କୁ ଦର୍ଶନ କରିବା ସହ ଅନ୍ୟପଟେ ମୁରାସୁର ଦରବାର

ଅର୍ଗସ ବ୍ୟୁରୋ : ଜଗତଜନନୀ ମା' ଦୁର୍ଗାଙ୍କ ମେଲାଣି ପରେ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଧନଦାତ୍ରୀ ମା ଲକ୍ଷ୍ମୀ । ରବିବାର ଠାରୁ ଆରମ୍ଭ ହୋଇଛି ଗଜଲକ୍ଷ୍ମୀ ପୂଜା । ଏନେଇ ଚଳଚଞ୍ଚଳ ହୋଇଉଠିଛି  ବୌଦ୍ଧ ଜିଲ୍ଲାର ପ୍ରତିଟି ପୂଜା ମଣ୍ଡପ । କୁମାର ପୂର୍ଣ୍ଣିମା ରାତିରୁ ମା'ଙ୍କୁ ଆବାହନ କରାଯାଇଥିଲା । ସ୍ୱସ୍ତିକ କ୍ଳବ ପକ୍ଷରୁ ଆୟୋଜିତ ଗଜଳଷ୍ମୀ ପୂଜା ଚଳିତବର୍ଷ ୨୫ବର୍ଷରେ ପଦାର୍ପଣ କରିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପୂଜାକୁ ଆକର୍ଷଣୀୟ କରିବା ପାଇଁ ଅଷ୍ଟଲଷ୍ମୀ ମୂର୍ତ୍ତୀ ସ୍ଥାପନ ସହ ମନୋରଞ୍ଜନ ପାଇଁ ମୁରାସୁର ଦରବାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଛି । ଗୋଟିଏ ପଟେ ମା' ଗଜଳଷ୍ମୀଙ୍କୁ ଦର୍ଶନ ସହ ଅନ୍ୟପଟେ ମକର ପଡିଆରେ ଜମିଥିଲା ମୁରାସୁର ଦରବାର । ମୁରାସୁରର ଅଟହାସ୍ୟରେ ପ୍ରକମ୍ପିତ ହେଉଛି ପଲସାଗୋରା ମକର ପଡିଆ । ଦେବରାଜ ଇନ୍ଦ୍ର ଓ ମୁରାସୁର ମଧ୍ୟରେ ସିଂହାସନ ଆରୋହଣ ପାଇଁ ଚାଲିଛି ଯୁଦ୍ଧ । ଯୁଦ୍ଧରେ ପରାସ୍ତ ହୋଇଥିଲେ ଇନ୍ଦ୍ର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାପରେ ସିଂହାସନ ଆରୋହଣ କରିଛନ୍ତି ଯୁବରାଜ ମୁରାସୁର । ଏହିପରି  ପୌରାଣିକ କଥା ବସ୍ତୁକୁ ଦେଖିବା ପାଇଁ ପ୍ରତିଦିନ ଜମିଥିଲା ବହୁ ଦର୍ଶକଙ୍କ ଭିଡ଼ । କୁମାରପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଏହି ଗଜଳଷ୍ମୀ ପୂଜା ଆଠଦିନ ଧରି ଚାଲିବ । ପ୍ରତିଦିନ ଯୁବରାଜ ମୁରାସୁର ସୁସଜ୍ଜିତ ରଥରେ ବସି ନଗର ପ୍ରରିକ୍ରମା କରିବା ସହିତ ରାଜ ଦରବାରକୁ ଆସିଥାନ୍ତି । ।

ଖାଲି ସେତିକି ନୁହେଁ ମନଂରଞ୍ଜନ ସହ ଅଂଚଳ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମଞ୍ଚରେ ଅତିଥି ମାନଙ୍କୁ ନିମନ୍ତ୍ରଣ କରାଯାଉଛି । ଆଉ ବିଭିନ୍ନ ସମସ୍ୟା ନେଇ ନେତା ହୁଅନ୍ତୁ କି ମନ୍ତ୍ରୀ କାହାକୁ ଛାଡୁ ନାହାନ୍ତି । ପ୍ରଶ୍ନ ବାଣରେ ଘାଇଲା କରୁଛନ୍ତି ଯୁବରାଜ ମୁରାସୁର । ଆଉ ମୁରାସୁରଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ନେତା । ମଞ୍ଚରେ ନେତାଏଁ ଘାଇଲା ହେଉଥିବା ବେଳେ ଦର୍ଶକ ମାନେ ଭରପୁର ମଜା ନେଉଛନ୍ତି । ଚଳିତବର୍ଷ ପୂଜାକମିଟି ପକ୍ଷରୁ ଆୟୋଜିତ ହୋଇଥିବା ପୌରାଣିକ କାର୍ଯ୍ୟକ୍ରମ ଆଗାମୀ ଦିନରେ ଜିଲ୍ଲା ତଥା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ।
 

Sponsored