Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରୋଗିଙ୍କୁ ଦେଢ଼ କିଲୋମିଟର ବୋହିଲେ କର୍ମଚାରୀ

Jitendra Dash
Browse all articles by Jitendra Dash
·2 years ago·1 min read
ରୋଗିଙ୍କୁ ଦେଢ଼ କିଲୋମିଟର ବୋହିଲେ କର୍ମଚାରୀ

ଅର୍ଗସ ବ୍ୟୁରୋ : ପୁଣି ଖଟୁଆରେ ବୁହା ହେଲେ ରୋଗି । ଏଭଳି ଘଟଣା ଦେଖିବାକୁ ମିଳିଛି  ରେଢାଖୋଲରେ । ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ । ଫଳରେ ରୋଗିଙ୍କୁ ବୋହି ସମ୍ପର୍କୀୟ ଓ ଆମ୍ବୁଲାନ୍ସ କର୍ମଚାରୀ ଅଗମ୍ୟ ରାସ୍ତାରେ ଆସିବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚୁଛନ୍ତି। ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଯୁଯୁମୁରା ପଞ୍ଚାୟତ ମହାଜନନାଲିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗ୍ରାମର ସୁଲୁଗା ଲୁଗୁନଙ୍କ ପତ୍ନୀ ସଞ୍ଜିତା ଲୁଗୁନ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ସକାଳ ୧୧ଟା ୧୦ ବେଳେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଯୁଯୁମୁରାର ୧୦୮ ଆମ୍ବୁଲାନ୍ସ ଉପଲବ୍ଧ ନଥିବାରୁ କେଶାପାଲିରୁ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା। ଯୁଯୁମୁରାରୁ ବ୍ରାହ୍ମଣୀନାଲି ଗ୍ରାମ ଯାଏ ସଡ଼କ ରହିଛି । କିନ୍ତୁ ତା’ ପରଠାରୁ ରାସ୍ତା ଯାତାୟାତ ଉପଯୋଗୀ ନଥିବାରୁ ଆମ୍ବୁଲାନ୍ସ ଯାଇ ପାରି ନଥିଲା । ଶେଷରେ ଆମ୍ବୁଲାନ୍ସ କର୍ମଚାରୀ ଅନିଲ ପ୍ରଧାନ, ସୁବାସ ପ୍ରଧାନ ଓ ସମ୍ବିତ ସାହୁ ଷ୍ଟ୍ରେଚର ନେଇ ଗାଁକୁ ଯାଇ ସମ୍ପର୍କୀୟଙ୍କ ସହାୟତାରେ ରୋଗୀଙ୍କୁ ବୋହି ବୋହି ଆଣିଥିଲେ । ଅପନ୍ତରା ପାଦଚଲା ରାସ୍ତାରେ ପ୍ରାୟ ୪୫ ମିନିଟ ଚାଲିବା ପରେ ସଞ୍ଜିତାଙ୍କୁ ଆମ୍ବୁଲାନ୍ସ ଯାଏ ଅଣାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The staff carried the patient for one and a half kilometers | Argus News