Videos
|
Odisha

ସମ୍ବିତ ପାତ୍ରଙ୍କ ଉଦ୍ୟମ ହେଲା ସଫଳ : ମିର୍ଜାପୁର ଗାଁରେ ପ୍ରତିଷ୍ଠା ହେଲା ଡାକଘର

Jitendra Dash
Browse all articles by Jitendra Dash
·2 years ago·1 min read
ସମ୍ବିତ ପାତ୍ରଙ୍କ ଉଦ୍ୟମ  ହେଲା ସଫଳ : ମିର୍ଜାପୁର ଗାଁରେ ପ୍ରତିଷ୍ଠା ହେଲା ଡାକଘର

ଅର୍ଗସ ବ୍ୟୁରୋ : ପୁରୀ ଲୋକସଭା ଅନ୍ତର୍ଗତ ବ୍ରହ୍ମଗିରି ବିଧାନସଭା ସ୍ଥିତ ମାଣିକ ପଞ୍ଚାୟତର ମିର୍ଜାପୁର ଗ୍ରାମରେ ନୂତନ ଡାକଘର ଉଦଘାଟନ କରିଛନ୍ତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଓ ବ୍ରହ୍ମଗିରିର ନେତ୍ରୀ ଉପାସନା ମହାପାତ୍ର । ଏହା ସହିତ ମିର୍ଜାପୁର ଗ୍ରାମରେ ନୂତନ ଭାବେ ଉଦ୍ଘାଟିତ ଡାକ ବିଭାଗର ପୋଷ୍ଟ ମାଷ୍ଟରଙ୍କୁ ସ୍ୱାଗତ ଏବଂ ସମ୍ମାନିତ କରିଛନ୍ତି ସମ୍ବିତ ପାତ୍ର ଓ ଉପାସନା ମହାପାତ୍ର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହି ଅବସରରେ ସୁକନ୍ୟା ସମୃଦ୍ଧି ଯୋଜନା ଏବଂ ମହିଲା ସମ୍ମାନ ସଞ୍ଚୟ ଯୋଜନା ଅଧୀନରେ ବିଭିନ୍ନ ଲୋକଙ୍କ ଆକାଉଣ୍ଟ ମଧ୍ୟ ଖୋଲାଯାଇଥିଲା । କହିରଖୁଁ ଯେ ଗତ ସେପ୍ଟେମ୍ବର ମାସ ୧୦ ତାରିଖ ମିର୍ଜାପୁର ଗ୍ରାମବାସୀଙ୍କୁ ଡାକ ସୁବିଧା ଦେବା ପାଇଁ ସମ୍ବିତ ପାତ୍ର ଓଡ଼ିଶାର ପୋଷ୍ଟ ମାଷ୍ଟର ଜେନେରାଲ ଶୁଭେନ୍ଦୁ ସ୍ୱାଇଁଙ୍କୁ ସାକ୍ଷାତ କରି ମିର୍ଜାପୁରରେ ଏକ ପୋଷ୍ଟ ଅଫିସ ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
sambit patra initiative was successful | Argus News