ହୀରାକୁଦରେ ନିୟନ୍ତ୍ରଣକୁ ଆସୁନି ଝାଡ଼ାବାନ୍ତି

ଅର୍ଗସ ବ୍ୟୁରୋ : ୫ ଦିନ ବିତିଗଲା । ତଥାପି ହୀରାକୁଦରେ ବୋଲ ମାନୁନି ଝାଡ଼ାବାନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ୧୮୦ ପାର୍ କରିଥିଲାବେଳେ ୨ ଜଣଙ୍କ ଜୀବନ ଯାଇଛି । ଡାକ୍ତରୀ ଟିମ୍ ୨ ଦିନ ହେବ ଗ୍ରାଉଣ୍ଡରେ ପହଞ୍ଚି ସଚେତନ କରିବା ସହ ଔଷଧ ବଣ୍ଟନ କରିଥିଲେ । ହେଲେ ସ୍ଥିତିରେ ସେଭଳି ସୁଧାର ନାହିଁ । ଏବେ ହୀରାକୁଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫ ଜଣ ରୋଗୀ ଭର୍ତ୍ତି ଥିବାବେଳେ ଅନ୍ୟ ସମସ୍ତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।
ସେପଟେ ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀ ପାଣିର ନମୁନା ଯାଞ୍ଚ କରିଛନ୍ତି । ପିଏଚଡି ପାଣିରେ ଚୁଟି, ପଙ୍କ ଭଳି ଆର୍ବଜନା ଭାସୁଥିବା ଦେଖିଥିବା କହିଛନ୍ତି ହୀରାକୁଦବାସୀ । ଏଥିପାଇଁ ଅଧିକାରୀଙ୍କୁ ଘେରି ଦୀର୍ଘ ସମୟ ଆଲୋଚନା ପରେ ଛାଡିଥିଲେ । ଅନ୍ୟପଟେ ଘଟଣାର ଦୀର୍ଘ ଦିନ ପରେ ରେଢାଖୋଲ ବିଧାୟକ ରୋହିତ ପୂଝାରୀ ତାଙ୍କ ସ୍ତ୍ରୀଙ୍କୁ ହପ୍ପିଟାଲ ପଠାଇ ସହାନୁଭୁତି କଥା ଉଠାଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାର ବିଶୁଦ୍ଧ ପାଣି ହେଉ କି ସ୍ଥାସ୍ଥ୍ୟସେବା ଦେବାରେ ସମ୍ପୂର୍ଣ୍ଣ ବିଫଳ କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ସେପଟେ ହୀରାକୁଦ ଡାଇରିଆ ପ୍ରସଙ୍ଗରେ ଚିନ୍ତାବ୍ୟକ୍ତ କରି ସଂକ୍ରମଣ ରୋକିବାକୁ ପ୍ରଭାବିତ ଅଞ୍ଚଳରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍ ନିୟୋଜିତ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କିଛି ଦିନ ତଳେ ରାଉରକେଲାରେ ହଇଜା ବ୍ୟାପି ୧୭ ଲୋକଙ୍କ ଜୀବନ ଯାଇଥିଲା । ରାଜ୍ୟ ସରକାର ସହର ଗୁଡ଼ିକରେ ଡିଙ୍କ ଫ୍ରମ୍ ଟ୍ୟାପ ଯୋଜନାରେ ଲୋକଙ୍କୁ ଶୁଦ୍ଧ ପିଇବା ପାଣି ଦେଉଥିବା ପ୍ରଚାର କରୁଛନ୍ତି । ହେଲେ ହୀରାକୁଦରେ ଡାଇରିଆ ସରକାରଙ୍କ ଏ ପ୍ରଚାରର ଖୋଲିଛି ପୋଲ୍ ।