Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲକ୍ଷ୍ମୀସାଗର ମର୍ଡର ଘଟଣା; 2 ଗିରଫ

Jitendra Dash
Browse all articles by Jitendra Dash
·2 years ago·1 min read
ଲକ୍ଷ୍ମୀସାଗର ମର୍ଡର ଘଟଣା; 2 ଗିରଫ

ଅର୍ଗସ ବ୍ୟୁରୋ : ଗିରଫ ହେଲେ ହତ୍ୟା କାରୀ ପ୍ରେମୀ ଯୁଗଳ । ୨ ଦିନ ପୁର୍ବରୁ ଲକ୍ଷ୍ମୀ ସାଗର ଥାନା ଚିନ୍ତାମଣିସ୍ୱରରେ ଯୁବକଙ୍କୁ ନୃଶଂସ ହତ୍ୟା କରିଥଲେ ପିଙ୍କୁ, ନିହାରିକ ଓ ୪ ସହଯୋଗୀ । ଘଟଣା ପରଠୁ ଫେରାର ଥିଲେ ସମସ୍ତେ । ଆଜି ନିହରିକା ଓ ପିଙ୍କୁକୁ ଶାଲିଆ ସାହିରୁ ଗିରଫ କରିଛି ଲକ୍ଷ୍ମିସାଗର ପୋଲିସ ।

ଆକ୍ରମଣ କରିଥିବା ଖଣ୍ଡାକୁ ମଧ୍ୟ ଜବଦ କରିଛି ପୋଲିସ । ଅଞ୍ଜନ ବେହେରାଙ୍କୁ  ତ୍ରିକଣୀୟ ପ୍ରେମ ସମାଧାନ ପାଇଁ ଖଣ୍ଡରେ ହାଣିଥିଲା ପିଙ୍କୁ । ହତ୍ୟା ପଛରେ ଥିଲା ଗୌତମଙ୍କ ପ୍ରେମିକା ନିହାରୀକା । ନିହାରିକା ପ୍ରଥମେ ଗୌତମ ସହ ରଖିଥିଲେ ପ୍ରେମ ସଂପର୍କ ଓ ପରେ ପିଙ୍କୁ ସହ ରଖିଥିଲେ ସଂପର୍କ । ଦୁହିଁଙ୍କ ଭିତରେ ଝଗଡ଼ା ଲାଗୁ ଥିବାରୁ ସମସ୍ୟାର ସମାଧାନ ପାଇଁ ନିହାରିକା ଦ୍ୱିତୀୟ ପ୍ରେମିକା ପିଙ୍କୁ କହିଥିଲା । ପୂର୍ବ ଯୋଜନା ଅନୁଯାୟୀ ନିହାରିକା ଗୌତମକୁ କଟକ ରୋଡକୁ ଡାକିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାତିରେ ଆସିବା ସମୟରେ ଗୌତମ ଏକୁଟିଆ ନ ଆସି ବନ୍ଧୁ ଅଞ୍ଜନକୁ ସାଙ୍ଗରେ ନେଇ ଆସିଥିଲା । ଅଭୟଙ୍କ ଭିତରେ ଝଗଡ଼ା ହେବାରୁ ପିଙ୍କୁ ଆକ୍ରମଣ କରିଥିଲା । ଜୀବନ ବଞ୍ଜେଇବା ପାଇଁ ଗୌତମ ପାଳେଇ ଯାଉଥିବା ବେଳେ ସାଙ୍ଗ ଅଞ୍ଜନ ଦେହରେ ଖଣ୍ଡା ଚୋଟ ବସିଥିଲା । ଚିକିତ୍ସାଧୀନ ଅବସ୍ଥାରେ ଅଞ୍ଜନଙ୍କ ମୃତ୍ୟ ହେଇଥିଲା । ପୋଲିସ ଆଜି ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟ ୪ଅଭିଯୁକ୍ତ ଏବେ ବି ଫେରର ଅଛନ୍ତି । ସେମାନଙ୍କୁ ଖାଯୋବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ପୋଲିସ ।

Sponsored
‘Love triangle’: Youth succumbs to sword injuries while trying to save friend in Bhubaneswar | Argus News