ବିଶ୍ବରେ ଲୋକପ୍ରିୟ ହେଉଛି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ : ମାର୍ଚ୍ଚ ୨୦ ତାରିଖ ବିଶ୍ୱ ପଖାଳ ଦିବସ । ପଖାଳ ଆମ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ। ଖରା ଦିନ ଆସିଲେ ସଭିଏଁ ଖୋଜିଥାନ୍ତି କଂସାଏ ପଖାଳ । ପଖାଳ ଦିମୁଠା ଓ ତୋରାଣି ଟିକେ ପିଇଦେଇ ଚଷା ପୁଅ ବାହାରିଯାଏ କ୍ଷେତକୁ । ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ହେଉଛି ପଖାଳ । ଶ୍ରୀମନ୍ଦିରରେ ଟଙ୍କ ତୋରାଣୀ ଏହାର ପ୍ରମାଣ ।
ସାରା ବିଶ୍ବରେ ଲୋକପ୍ରିୟ ହେଉଛି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ । ପଖାଳ ଦିବସ ଅବସରରେ ଏକ୍ସରେ ପୋଷ୍ଟ କରି ପଖାଳ ଦିବସର ଶୁଭେଚ୍ଛା ଜଣାଇବା ସହ ସ୍ବତନ୍ତ୍ର ଅତିଥି ମାନଙ୍କ ସହ ପଖାଳ ଖାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାର ଭିଡିଓ ଏକ୍ସରେ ସେୟାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ରାଜ୍ୟସଭା ଉପାଧକ୍ଷ ହରିବଂଶ, ପୂର୍ବତନ କୂଟନୈତିଜ୍ଞ ତରନଜିତ ସିଂହ ସାଧୁ ଓ ପ୍ରଫେସର କିଶୋର ବାସାଙ୍କ ସହ ପଖାଳ ଖାଇଥିଲେ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ପଖାଳ ହେଉଛି ଓଡିଆ ସଂସ୍କୃତି ଓ ଐତିହର ପରିଚୟ । ପଖାଳର ଅନେକ ଉପାଦେୟତା ରହିଛି ଯାହା ଲୋକମାନେ ଅଧିକ ଅଧିକ ଜାଣିବାକୁ ପାଇଲେଣି ।
