Balianta Murder Case / ବାଲିଅନ୍ତା ବର୍ବରତାକୁ ପୂରିଛି ୧୦ ଦିନ; ଆଜି ସୌମ୍ୟ ରଞ୍ଜନଙ୍କ ଦଶାହ
·4 months ago·2 min read

Key Points
ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲା
ହତ୍ୟା ଘଟଣାକୁ ପୁରିଛି ୧୦ଦିନ
ଆଜି ସୌମ୍ୟ ରଞ୍ଜନଙ୍କ ଦଶାହ
ହତ୍ୟା ଘଟଣାକୁ ପୁରିଛି ୧୦ଦିନ
ଆଜି ସୌମ୍ୟ ରଞ୍ଜନଙ୍କ ଦଶାହ
ବାଲିଅନ୍ତା ବର୍ବରତା । ଏହାରି ଭିତରେ ପୂରିଯାଇଛି ୧୦ ଦିନ । ଭିଡ଼ର ଭୟାବହତା ଦେଖିଲା ସାରା ଓଡ଼ିଶା । ପଶୁଠୁ ବି ଅଧିକ ଯନ୍ତ୍ରଣା ଭୋଗିଲେ ସୌମ୍ୟ । ଭିଡ଼ ଭିତରେ ଥିବା ପ୍ରତିଟି ମଣିଷ ଭୁଲିଗଲା ମାନବିକତା । ହାତଗୋଡ଼ ବାନ୍ଧି ସୌମ୍ୟକୁ ଦେଲା ଅକଥନୀୟ ଯନ୍ତ୍ରଣା । ଶେଷରେ ଚାଲିଗଲେ ସୌମ୍ୟ । ଏକମାତ୍ର ପୁଅକୁ ହରାଇ ମାଆ ଆଖିରୁ ଶୁଖିନି ଲୁହ । ଦେଖୁଦେଖୁ ଘଟଣାକୁ ୧୦ ଦିନ ବିତିଗଲାଣି । ଆଜି ସୌମ୍ୟଙ୍କ ଦଶାହ ।
ପଢନ୍ତୁ ଏହି ଖବର: ସୌମ୍ୟ ହତ୍ୟାକାଣ୍ଡ, ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ରଞ୍ଜିତ
- କ୍ରାଇମବ୍ରାଞ୍ଚ ହାତରେ ମାମଲା
- ଭିଡ଼ ଭିତରେ ଅଣନିଶ୍ଵାସୀ ମାନବିକତା
ପଢନ୍ତୁ ଏହି ଖବର: ସୌମ୍ୟ ହତ୍ୟାକାଣ୍ଡ, ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ରଞ୍ଜିତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତାଙ୍କ ସହ ଜିମ୍ ଟ୍ରେନ୍ର ଓମ୍ପ୍ରକାଶ ରାଉତ ମଧ୍ୟ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖପ୍ରକାଶ କରିବା ସହ କ୍ରାଇମବ୍ରାଞ୍ଚକୁ ଏହାର ତଦନ୍ତ ଦାୟିତ୍ବ ଦେଇଥିଲେ । ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପୀଡ଼ିତାଙ୍କୁ ଭେଟିଥିଲେ । ଏହି ଘଟଣାରେ ପୀଡ଼ିତା ଓ ମୃତ ସୌମ୍ୟରଞ୍ଜନଙ୍କ ସାଙ୍ଗ ଅଲଗା ଅଲଗା ବୟାନ ଦେଇଥିଲେ । ତାଙ୍କ ସହ ଅସଦାଚରଣ କରାଯାଇଛି । ମାଡ଼ ମରାଯିବା ସହ ତାଙ୍କୁ ଉଠାଇ ନେବାକୁ ମଧ୍ୟ ସାଙ୍ଗକୁ କହୁଥିଲେ ମୃତ ସୌମ୍ୟରଞ୍ଜନ ବୋଲି ପୀଡିତା ଅଭିଯୋଗ କରିଥିଲେ । ମୃତ ସୌମ୍ୟରଞ୍ଜନ କମେଣ୍ଟ ମାରି ନାହିଁ କି ଦୁଷ୍କର୍ମ କରିବାକୁ ଉଦ୍ୟମ କରିନାହିଁ । ଗଣମାଧ୍ୟମ ଆଗରେ ମିଛ କହୁଛନ୍ତି ଯୁବତୀ ବୋଲି ସୌମ୍ୟରଞ୍ଜନଙ୍କ ସହ ଉପସ୍ଥିତ ଥିବା ସାଙ୍କ କହିଥିଲେ । ତେବେ ମାମଲା ଏବେ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିବାବେଳେ ସବୁ ଦିଗରୁ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।
Related Topics
Explore more stories