Keonjhar Protest / ୧୨ ଘଣ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ ଡାକରା ଦେଇଛି ବିଶ୍ୱହିନ୍ଦୁ ପରିଷଦ

Key Points
ଆଜି ୧୨ ଘଣ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ ପାଳନ
ଜିଲ୍ଲା ବନ୍ଦ ଡାକରା ଦେଇଛି ବିଶ୍ୱହିନ୍ଦୁ ପରିଷଦ
ବାଂଲାଦେଶୀଙ୍କ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପ୍ରତିବାଦରେ ବନ୍ଦ
କେନ୍ଦୁଝର ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଦ୍ଵାରା ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ବିରୋଧ କରି ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଆନନ୍ଦପୁର ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଘଷିପୁରା ଥାନା ବିଜି ମୋଟର୍ସ ନିକଟରେ ୨୦ ନଂ ଜାତୀୟ ରାଜପଥକୁ ଅବରୋଧ କରାଯାଇଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହନ ଅଟକି ରହିଛି ।
ସୂଚନାନୁଯାୟୀ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଆଜି ୧୨ ଘଣ୍ଟିଆ କେନ୍ଦୁଝର ଜିଲ୍ଲାର ବନ୍ଦ ଡାକରା ଦିଆଯାଇଛି । କେନ୍ଦୁଝର ଜିଲ୍ଲାରେ ବେଆଇନ ଅନୁପ୍ରବେଶକାରୀ ବାଂଲାଦେଶୀଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ପ୍ରତିବାଦରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଛି । ଆନନ୍ଦପୁର ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଘଷିପୁରା ଥାନା ବିଜି ମୋଟର୍ସ ନିକଟରେ ୨୦ନଂ ଜାତୀୟ ରାଜପଥକୁ ଅବରୋଧ କରାଯାଇଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଯାନବାହାନ ଅଟକି ରହିଛି ।
ଏଥିସହ ପଢ଼ନ୍ତୁ: ଜୀବନଯାତ୍ରାର ଛକିଶୂନ ଖେଳରେ ହାରିଗଲେ ହ୍ୟୁମାନ
ଚଳିତ ମାସ ୧୫ ତାରିଖରେ ବାଂଶପାଳ ବ୍ଲକ୍ ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିଲା । ଏହି ଘଟଣାରେ ଜଣେ ବାଂଲାଦେଶୀଙ୍କୁ ଗିରଫ କରାଯାଇଥିବା ବେଳେ ନାବାଳିକା ଜଣକ ଏବେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ତେଣୁ ପୋଲିସ ପ୍ରଶାସନ ପକ୍ଷରୁ ତୁରନ୍ତ ବାଂଲାଦେଶୀଙ୍କୁ ଚିହ୍ନଟ କରି ସେମାନଙ୍କୁ ବାହାର ନ କରାଗଲେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବାଂଲାଦେଶୀଙ୍କୁ ବାହାର କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ଅହୁରି ପଢ଼ନ୍ତ: Humane Sagarଙ୍କ ପରଲୋକରେ ଦୁଃଖ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦୁଝର ଜିଲ୍ଲାରେ ଅନୁପ୍ରବେଶକାରୀ ଫେରି କରିବା ବାହାନାରେ ରହି ନିଶା କାରବାର ଠାରୁ ଆରମ୍ଭ କରି ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି । ତେଣୁ ପୁଲିସ ପ୍ରଶାସନ ପକ୍ଷରୁ ତୁରନ୍ତ ସେମାନଙ୍କୁ ଚିହ୍ନଟ କରି ବିଦା କରନ୍ତୁ ନହେଲେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଗଳିକନ୍ଦିରେ ପଶି ବାଂଲାଦେଶୀଙ୍କୁ ବାହାର କରାଯିବ ବୋଲି ଚେତାବନୀ ଦେଇଛନ୍ତି। ସେତେବେଳେ ଯାହା ଅପ୍ରୀତିକର ପରିସ୍ଥିତି ହେଲେ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି କୁହାଯାଇଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories