Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବିରେ ଆଜି ୧୨ ଘଣ୍ଟିଆ କୋଶଳ ମହାବନ୍ଦ

Odisha

ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବିରେ ଆଜି ୧୨ ଘଣ୍ଟିଆ କୋଶଳ ମହାବନ୍ଦ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବିରେ ଆଜି ୧୨ ଘଣ୍ଟିଆ କୋଶଳ ମହାବନ୍ଦ

ବୌଦ୍ଧ : ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବିରେ ଆଜି ୧୨ ଘଣ୍ଟିଆ କୋଶଳ ମହାବନ୍ଦ ବୌଦ୍ଧ ଜିଲ୍ଲାରେ ପାଳିତ ହୋଇଛି । କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା ସାମ୍ବୁଖ୍ୟ ଡାକରାରେ ସାରା ପଶ୍ଚିମ ଓଡିଶାରେ ହୋଇଥିବା କୋଶଳ ମହାବନ୍ଦ ଯୋଗୁଁ ବୌଦ୍ଧ ଜିଲ୍ଲା ସହର ସମେତ ଜିଲ୍ଲାର କଣ୍ଟାମାଲ ,ପଲସା ଗୋରା,ବାଉଁଶୁଣି ,ମନମୁଣ୍ଡା,ଘଂଟାପଡା ,ହରଭଙ୍ଗା, ଧଳପୁର ପ୍ରଭୃତି ସ୍ଥାନରେ ମହାବନ୍ଦର ଜୋରଦାର ପ୍ରଭାବ ପଡିଛି।ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ସମେତ ଦୋକାନ ବଜାର,ସ୍କୁଲ କଲେଜ,ବ୍ୟାଙ୍କ ପରି ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ହାଟ ହଟଲି ସବୁ ବନ୍ଦ ରହିଛି । କୋଶଳ ସେନାର ଯୁବକର୍ମୀଙ୍କ ପିକେଟିଂ ଏବଂ ରାସ୍ତାରୋକ ଯୋଗୁଁ 57 ନମ୍ବର ଜାତୀୟ ରାଜପଥର ବିଭିନ୍ନ ଛକରେ ଶହ ଶହ ଗାଡି ମୋଟର ଓ ଭାରୀଯାନ ଅଟକି ରହିଛି ।

ଅଧିକ ପଢନ୍ତୁ ଓଡିଶା ଖବର

କୋଶଳ ମହାବନ୍ଦକୁ ନେଇ ଲୋକେ ସ୍ବତଃପ୍ରବୃତ୍ତ ସମର୍ଥନ କରିଥିବା ଦେଖିବାକୁ ମିଳିଥିବାବେଳେ ବନ୍ଦର ପ୍ରଭାବରେ ଜନ ଜୀବନ ପ୍ରଭାବିତ ହୋଇଛି । ଆଗାମୀ ଦିନରେ ସ୍ବତନ୍ତ୍ର କୋଶଳ ରାଜ୍ୟ ନହେଲେ ଜନ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଭୁବନେଶ୍ୱର ରେ ରହିଛି ହାଇକୋର୍ଟ ବେଞ୍ଚ ସ୍ଥାପନ ଠାରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟଳୟ ମଧ୍ୟ ଭୁବନେଶ୍ୱର ରହିଛି ତେଣୁ ଏହାକୁ ବିରୋଧ କରିଛନ୍ତି ଜନସାଧାରଣ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
12-hour Kosala Mahabandh today for the demand of a separate Kosala state | Argus News