|
logo
Live

Argus News - କିଡନୀ ଦେବାକୁ କହି ଠକିନେଲେ ୧୨ ଲକ୍ଷ ୫୦ ହଜାର ଟଙ୍କା

Odisha

କିଡନୀ ଦେବାକୁ କହି ଠକିନେଲେ ୧୨ ଲକ୍ଷ ୫୦ ହଜାର ଟଙ୍କା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
କିଡନୀ ଦେବାକୁ କହି ଠକିନେଲେ ୧୨ ଲକ୍ଷ ୫୦ ହଜାର ଟଙ୍କା

କଟକ : କଟକରେ କିଡନୀ ଦେବାକୁ କହି ଜଣେ ବ୍ୟକ୍ତି ୧୨ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ । କିନ୍ତୁ କିଡନୀ କିମ୍ବା ଟଙ୍କା ନ ଦେବାରୁ ଠକ ବ୍ୟକ୍ତିକୁ ଧରି ପୋଲିସକୁ ଜିମା ଦେଲେ ଲୋକେ। ଏପରି ଏକ ଘଟଣା ଦେଖିବାକୁ ମିଳିଛି କଟକ ରାଣୀହାଟ ଛକ ତେଲି ସାହିରେ । ଘଟଣା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଅଞ୍ଚଳର କୁଟୁଲୁ କୁମାର ମାଝୀ କିଡନୀଜନିତ ରୋଗରେ ପିଡୀତ ହୋଇ କଟକ ଏସସିବି ମେଡିକାଲର ନେଫ୍ରୋଲୋଜି ବିଭାଗରେ ଡାକ୍ତରଙ୍କୁ ପରାମର୍ଶ କରିଥିଲେ । ଡାକ୍ତର ତାଙ୍କର ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବା ପରେ କୁଟୁଲୁଙ୍କ ୨ଟି ଯାକ କିଡନୀ ଖରାପ ହୋଇଥିବା ଜଣାପଡିଥିଲା ।

ଅଧିକ ପଢନ୍ତୁ ଓଡିଶା ଖବର 

ଏଥିପାଇଁ କିଡନୀ ପ୍ରତିରୋପଣ କରିବାକୁ ଡାକ୍ତର କହିଥିଲେ। ତେବେ କିଡନୀ ପାଇଁ ବାଲେଶ୍ବର ଅଞ୍ଚଳରେ ରହୁଥିବା ମାର୍କଣ୍ଡ ନାଥ ଓ ତାଙ୍କ ପତ୍ନୀ ଶାନ୍ତିଲତା ନାଥ ସଂସ୍ପର୍ଶରେ ଆସିଥିଲେ କୁଟୁଲୁ ମାଝୀ ଏବଂ ତାଙ୍କ ପତ୍ନୀ । ଉଭୟଙ୍କ ମଧ୍ୟରେ ଯୋଗାଯୋଗ ହେବା ପରେ ଟଙ୍କା ଦେଲେ କିଡନୀ ଦେବାକୁ କୁଟୁଲୁଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଅଭିଯୁକ୍ତ ମାର୍କଣ୍ଡ ନାଥ ଓ ତାଙ୍କ ପତ୍ନୀ। ପ୍ରତିଶ୍ରୁତି ପାଇବା ପରେ କୁଟୁଲୁ ମାର୍କଣ୍ଡଙ୍କୁ ବିଭିନ୍ନ ପର୍ଯ୍ୟାୟରେ ୧୨ ଲକ୍ଷ ୫୦ ହଜାର ଟଙ୍କା ଦେଇଥିବା କହିଛନ୍ତି । କିନ୍ତୁ ବର୍ଷେ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ଶାନ୍ତିଲତା ନାଥ କିଡନୀ କିମ୍ବା ଟଙ୍କା ଫେରସ୍ତ ନ କରି ଠକିଥିବା ଅଭିଯୋଗ କରିଛନ୍ତି କୁଟୁଲୁଙ୍କ ପତ୍ନୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କିଡନୀ ଦେବାକୁ କହି ଠକିନେଲେ ୧୨ ଲକ୍ଷ ୫୦ ହଜାର ଟଙ୍କା | Argus News