Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶପଥ ନେଲେ ୧୫୩ଜଣ ସବ ଇନ୍ସପେକ୍ଟର ୫ ଜଣ ଡିଏସପି

Jitendra Dash
Browse all articles by Jitendra Dash
·2 years ago·1 min read
ଶପଥ ନେଲେ ୧୫୩ଜଣ ସବ ଇନ୍ସପେକ୍ଟର ୫ ଜଣ ଡିଏସପି

ଅର୍ଗସ ବ୍ୟୁରୋ : ଭୁବନେଶ୍ୱର ବିଜୁପଟ୍ଟନାୟକ ପୋଲିସ ଏକାଡେମୀରେ ଦୀକ୍ଷାନ୍ତ ସମାରୋହରେ ଦେଖିବାକୁ ମିଳିଛି ନୂଆ ନିଯୁକ୍ତ ପାଇଥିବା ପୋଲିସଙ୍କ ମଧ୍ୟରେ ଉତ୍ସାହ।  ସପ୍ତମ ବ୍ୟାଚରେ ୫ ଯୁବ ପୋଲିସ ଅଧିକାରୀ ଡିଏସପି ପଦରେ କାମ ଆରମ୍ଭ କରିବା ପାଇଁ ଶପଥ ନେଇଛନ୍ତି । ୧୧ ତମ ବ୍ୟାଚର ୧୫୩ ଏସଆଇ ଉତ୍ତୀନ୍ନ ହୋଇଛନ୍ତି। ଏହି ନୂଆ ନିଯୁକ୍ତି ଡି ଏସ ପି ଏବଂ ସବ୍ ଇନ୍ସପେ୍ଟରଙ୍କୁ ଶପଥ ପାଠ କରାଇଥିଲେ ପୋଲିସ ଡିଜି ସୁନିଲ ବଂଶଲ । ନିଷ୍ଠା ଓ କର୍ତ୍ତବ୍ୟ ସହ ଆଇନର ପରିସରରେ ରହି କାର୍ଯ୍ୟ କରିବାକୁ ଶପଥ ନେଇଛନ୍ତି ଏହି ଯୁବ ପୋଲିସ ଅଧିକାରୀ ।

୨୦୨୨ରୁ  ଅତି କଠିନ ଟ୍ରେନିଂ ନେବା ଆରମ୍ଭ କରିଥିଲେ ଏହି ନବ ନିଯୁକ୍ତ ପୋଲିସ ଅଧିକାରୀ । ପ୍ରତିକୂଳ ପରିସ୍ଥିତିରେ କିଭଳି କାମ କରାଯିବ ସେନେଇ ଟ୍ରେନିଂ ଦିଆଯାଇଛି । ଏହି ଅଫିସର ମାନେ ବିଭିନ୍ନ ସ୍ଥାନରେ ଅଫିସର ଇନଚାର୍ଜ ଭାବେ କାମ କରିବେ | ନୂଆ ଯୁବ ପୋଲିସଙ୍କୁ ଆଗକୁ ବହୁ ଚାଲେଞ୍ଜର ସାମ୍ନା କରିବାକୁ ପଡିବ । ପିପୁଲସ ଫ୍ରେଣ୍ଡଲି ପୋଲିସିଂ, ଉତ୍ତମ ବ୍ୟବହାର, ଲିଡ଼ରସିପ, ନୂଆ ନୂଆ ଜ୍ଞାନ କୌଶଳରେ ତଦନ୍ତ , ଫୋରନସିକ ଇତ୍ୟାଦି ଉପରେ ଜ୍ଞାନ ଆହରଣ କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପୋଲିସ ଅଧିକାରୀଙ୍କୁ ମେଡାଲ ପ୍ରଦାନ କରାଯାଇଛି ।
 

Sponsored
153 sub inspectors and 5 DSPs took oath | Argus News