CMC Road Work Exposed / ୫୯ ୱାର୍ଡ, ୯ ମାସ; ରାସ୍ତା ନିର୍ମାଣରେ ଖର୍ଚ୍ଚ ୧୫୭ କୋଟି; ତଥାପି ପୋତି ହେଉନି ଗାତ !
·8 months ago·2 min read

Key Points
ରାସ୍ତା ପାଇଁ ଗତ ୯ ମାସରେ କଟକ ମହାନଗର ନିଗମ ଖର୍ଚ୍ଚ କରିଛି କୋଟି କୋଟି ଟଙ୍କା । କଟକ ମହାନଗର ନିଗମର ୫୯ଟି ୱାର୍ଡରେ ଗତ ୯ ମାସରେ ଖର୍ଚ୍ଚ ହୋଇଛି ୧୫୭ କୋଟି ।
କଟକ: ରାସ୍ତା ଯାକ ଖାଲି ଗୋଡ଼ି, ବାଲି । ଗାଡ଼ି ଗଡ଼ିଲେ ଧୂଳି ଉଡ଼ୁଛି । ଆଉ ବର୍ଷା ହେଲେ କାଦୁଅ । ଯେଉଁ ଆଡ଼କୁ ଯିବେ ସବୁଠି ରାସ୍ତା ଖାଲଖମାରେ ଭର୍ତ୍ତି । ହେଲେ ଏହି ରାସ୍ତା ପାଇଁ ଗତ ୯ ମାସରେ କଟକ ମହାନଗର ନିଗମ ଖର୍ଚ୍ଚ କରିଛି କୋଟି କୋଟି ଟଙ୍କା । କଟକ ମହାନଗର ନିଗମର ୫୯ଟି ୱାର୍ଡରେ ଗତ ୯ ମାସରେ ଖର୍ଚ୍ଚ ହୋଇଛି ୧୫୭ କୋଟି । ଅର୍ଗସ୍ ନ୍ୟୁଜ୍ ଗ୍ରାଉଣ୍ଡରେ ସ୍ଥିତି ପରଖିବା ପରେ ସାମ୍ନାକୁ ଆସିଛି ମହାଦୁର୍ନୀତି ।
ସରକାରୀ ଦସ୍ତାବିଜ୍ କହୁଛି, ସିଏମସିରେ ୫୯ଟି ୱାର୍ଡରେ ଗତ ୯ ମାସରେ ଖର୍ଚ୍ଚ ହୋଇଛି ୧୫୭ କୋଟି । କିନ୍ତୁ ଚିନ୍ତାଜନକ କଥା ହେଉଛି ମରାମତି ପରେ ବି ରାସ୍ତାର ଅବସ୍ଥା ଯଥା ପୂର୍ବଂ ତଥା ପରଂ । କଟକ ମହାନଗର ନିଗମ ଅଧୀନରେ ଥିବା ସମୁଦାୟ ୫୯ ଟି ୱାର୍ଡରୁ ପ୍ରାୟ ୯୫ ପ୍ରତିଶତରୁ ଅଧିକ ୱାର୍ଡରେ ଗୋଟିଏ ଗୋଟିଏ ରାସ୍ତା ନିର୍ମାଣ କରିବା ପାଇଁ ତିଆରି ହୋଇଛି ୧୫ଟି ଫାଇଲ ।
ଏଥିସହ ପଢ଼ନ୍ତୁ: ସବୁ ବିଗାଡ଼ି ଦେଇଥିଲା ଶ୍ରେୟାଙ୍କ ଅଭିଯୋଗ; ହ୍ୟୁମାନଙ୍କ ଜୀବନରେ କ'ଣ ଥିଲା ଅର୍ପିତାଙ୍କ ରୋଲ୍ ?
ଗୋଟିଏ ଫାଇଲ୍ ପିଛା ଖର୍ଚ୍ଚ ହୋଇଛି ପାଖାପାଖି ୨ ଲକ୍ଷ ଟଙ୍କା । କେବଳ ୮ ନମ୍ବର ୱାର୍ଡରେ ୧୩ଟି ରାସ୍ତା କାମ ପାଇଁ ୧୩ଟି ଫାଇଲ କରାଯାଇଛି । ସେହିପରି ୨ ନମ୍ବର ୱାର୍ଡ ପାଇଁ ୧୮ଟି ଫାଇଲ୍, ୩ ନମ୍ବର ୱାର୍ଡ ପାଇଁ ୧୬ଟି ଫାଇଲ୍, ୭ ନମ୍ବର ୱାର୍ଡର ୨୨ଟି ରାସ୍ତା ପାଇଁ ତିଆରି ହୋଇଛି ୨୨ଟି ଫାଇଲ୍ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଭଳି ସ୍ଥିତି କାଁ ଭାଁ କିଛି ୱାର୍ଡକୁ ଛାଡ଼ିଲେ ବାକି ସବୁ ୱାର୍ଡ଼ରେ । ୨ ଲକ୍ଷ ଟଙ୍କାରୁ ଅଧିକ କାମ ହେଲେ ଟେଣ୍ଡର ଡାକିବାର ନିୟମ ରହିଛି । ଯାହାକୁ ଏଡ଼ାଇବାକୁ ସବୁ ରାସ୍ତା କାମକୁ ଛୋଟ ଛୋଟ ଫାଇଲ କରି ୨ ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରଖାଯାଇଥିବା ଅଭିଯୋଗ ହୋଇଛି ।
ଏ ସବୁ କାମ ଚଳିତ ବର୍ଷ ଜାନୁଆରୀ ୧ରୁ ସେପ୍ଟେମ୍ୱର ୩୦ ମଧ୍ୟରେ ହୋଇଥିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଜବାବ ଦେଇଛନ୍ତି ବିଭିନ୍ନ ୱାର୍ଡ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ । ତେବେ କାମ ନ ହୋଇ ଯଦି କିଛି ଅନିୟମିତତା ହୋଇଥିବ ତା ହେଲେ ସେ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ସିଏମସି କମିଶନର ଓ ପୂର୍ତ୍ତ ବିଭାଗ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ।
ଏଥିସହ ପଢ଼ନ୍ତୁ: 'ନୋ ହେଲମେଟ୍ ନୋ ପେଟ୍ରୋଲ'କୁ ଭୁଲି ଗଲେଣି; PUCକୁ ମାନିବେ ତ ?
ଅନ୍ୟପଟେ ଏ ସବୁ କାର୍ଯ୍ୟକୁ ଗ୍ରାଉଣ୍ଡ ଜିରୋରେ ଯାଞ୍ଚ କରିବା ପାଇଁ ଆଡଭୋକେଟ୍ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଯାଞ୍ଚ ଶେଷ ହେବା ପରେ ସେ ସଂକ୍ରାନ୍ତରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଜନତାଙ୍କ ପଇସା ହରିଲୁଟ୍ ହୋଇଥିଲେ ତାହା ତଦନ୍ତ ପରିସରଭୁକ୍ତ ହେବା ଦରକାର ବୋଲି କହିଛନ୍ତି ଆଡଭୋକେଟ କମିଟି ସଦସ୍ୟ ।
ଯେଉଁ ସବୁ ରାସ୍ତା ପଛରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିବା ଦାବି ହୋଇଥିଲା ସେହି ସବୁ ରାସ୍ତାର ସ୍ଥିତି କ'ଣ ତାହା ସମସ୍ତଙ୍କ ସାମ୍ନାରେ। ଏମିତିରେ ଆଗକୁ ତଦନ୍ତରେ କ'ଣ ତଥ୍ୟ ସାମ୍ନାକୁ ଆସୁଛି ଆଉ କି କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଉପରେ ସମସ୍ତଙ୍କ ନଜର ।

Related Topics
Explore more stories