Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଗରମରେ ଶୋଉଛନ୍ତି ୧୬୦ ପିଲା , ପ୍ରଧାନଶିକ୍ଷକଙ୍କ ନାଁ ରେ ଆସିଲା ଅଭିଯୋଗ

Odisha

ଗରମରେ ଶୋଉଛନ୍ତି ୧୬୦ ପିଲା , ପ୍ରଧାନଶିକ୍ଷକଙ୍କ ନାଁ ରେ ଆସିଲା ଅଭିଯୋଗ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଗରମରେ ଶୋଉଛନ୍ତି ୧୬୦ ପିଲା , ପ୍ରଧାନଶିକ୍ଷକଙ୍କ ନାଁ ରେ ଆସିଲା ଅଭିଯୋଗ

ବାଲେଶ୍ବର : ଛଅ ମାସ ରୁ ଅଧିକ ସମୟ ଧରି ଗରମରେ ୧୬୦ ପିଲାଙ୍କୁ ଶୁଆଇଲେ ପ୍ରଧାନ ଶିକ୍ଷକ । ପ୍ରଶ୍ନ କରିବାରୁ କ୍ୟାମେରା ଦେଖି ଚିହିଁକି ଉଠିଲେ ପ୍ରଧାନ ଶିକ୍ଷକ । ଏ ବାବଦରେ ଆଶ୍ରମ ବିଦ୍ୟାଳୟର ପିଲାମାନଙ୍କୁ ପଚାରିବାରୁ ଓଲଟା ନାଲି ଆଖି ଦେଖାଉଛନ୍ତି ପ୍ରଧାନ ଶିକ୍ଷକ। ସମସ୍ୟା ସମାଧାନ କରିବା ବଦଳରେ ପିଲାଙ୍କୁ ଟିସି ନେଇ ପଠେଇ ଦେବେ ବୋଲି ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଅନ୍ତେଃବାସୀ ଛାତ୍ର। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ସର୍ଦ୍ଦାରବନ୍ଧ ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚୈତନ୍ୟ ସିଂ ନାମରେ।

ଅଧିକ ପଢନ୍ତୁ : ୨୧ ଛାତ୍ରଛାତ୍ରୀଙ୍କୁ ଯୌନ ନିର୍ଯାତନା: ହଷ୍ଟେଲ ଓ୍ବାଡେନଙ୍କୁ ଫାଶୀ ଦଣ୍ଡାଦେଶ

ତେବେ ଅନ୍ତେଃବାସୀଙ୍କ ଅଭିଯୋଗ ଯେ ଗତ ଗ୍ରୀଷ୍ମ ଛୁଟି ପୂର୍ବରୁ ପଙ୍ଖା ଖରାପ ହୋଇଥିଲା ହେଲେ ଏପର୍ଯ୍ୟନ୍ତ ତାଙ୍କ ପଙ୍ଖା ସଜଡ଼ା ହୋଇନାହିଁ କି ନୂଆ ପଙ୍ଖା ଲାଗିନାହିଁ। ଏହାଛଡ଼ା ବିଭିନ୍ନ ସମସ୍ୟା ବାବଦରେ ଗତ ୧୨ ସେପ୍ଟେମ୍ବର ରେ ଜିଲ୍ଲାପାଳଙ୍କୁ ଅଭିଯୋଗ ଦେଇଥିଲେ ଅନ୍ତେବାସୀ ଛାତ୍ର। ଏନେଇ ଗତ ଶୁକ୍ରବାର 27 ତାରିଖ ତଦନ୍ତ ଆସିଥିଲେ ସୁଦ୍ଧା ପିଲାଙ୍କ ସମସ୍ୟା ଦୂର ହୋଇପାରିଲା ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
160 children are sleeping in the heat, there is a complaint against the headmaster | Argus News