ପରିକ୍ରମା ପ୍ରକଳ୍ପ ଓ ରାମମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
·2 years ago·1 min read

ଅର୍ଗସ ବ୍ୟୁରୋ : ଜାନୁଆରୀ ୧୭ (ଆସନ୍ତାକାଲି) ଓ ୨୨ ତାରିଖରେ କେନ୍ଦ୍ରାପଡ଼ାରେ ମଦ ବିକ୍ରି ବନ୍ଦ ରହିବ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି । ପରିକ୍ରମା ପ୍ରକଳ୍ପ ଓ ରାମମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସୂଚନାଯୋଗ୍ୟ, ଆସନ୍ତାକାଲି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେ ବ। ସେଥିପାଇଁ ପୂର୍ବରୁ ସରକାର ମଧ୍ୟ ଆସନ୍ତାକାଲି ସମସ୍ତ ସରକାରୀ ସ୍କୁଲ୍ ଓ ଅଫିସ୍କୁ ଛୁଟି ଘୋଷଣା କରିଥିଲେ । ଏବେ କେନ୍ଦ୍ରାପଡାରେ ମଦ ବନ୍ଦ ହେବା ଘୋଷଣା କରାଯାଇଛି । ସେହିପରି ମଧ୍ୟ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଥିବା ବେଳେ ସେହି ଦିନ ଉତ୍ତର ପ୍ରଦେଶରେ ସମସ୍ତ ସ୍କୁଲ୍, କଲେଜ ଛୁଟି ରହିବ। ସେହିପରି ସେହିଦିନ ଅଯୋଧ୍ୟାରେ କେହି ମଦ ବିକ୍ରି କରିପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: