Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନିଆଁରେ ଜଳିଗଲା ୨ ବଖରା, ବର୍ତ୍ତିଲା ୪ ଜୀବନ, ସହାୟତା ପାଇଁ କଲେ ନିବେଦନ

Odisha

ନିଆଁରେ ଜଳିଗଲା ୨ ବଖରା, ବର୍ତ୍ତିଲା ୪ ଜୀବନ, ସହାୟତା ପାଇଁ କଲେ ନିବେଦନ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ନିଆଁରେ ଜଳିଗଲା ୨ ବଖରା, ବର୍ତ୍ତିଲା ୪ ଜୀବନ, ସହାୟତା ପାଇଁ କଲେ ନିବେଦନ

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ଗ୍ରାମ ପଂଚାୟତ ଅନ୍ତର୍ଗତ କୁସାସିଙ୍ଗା ଗାଁ ରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର । ଅଳ୍ପକେ ବର୍ତ୍ତିଲା ୪ଜୀବନ । ଘଟଣା ସ୍ଥଳରେ ପହଞ୍ଚିଲେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ । ଅଗ୍ନି ବିପର୍ଣ୍ଣଙ୍କୁ ଯୋଗାଇ ଦେଲେ ସହାୟତା । ସୂଚନା ମୁତାବକ ଆଜି ଦ୍ବିପ୍ରହରେ କୁସାସିଙ୍ଗା ଗାଁର ଗଗନ କଲତା ଓ ତାଙ୍କ ପରିବାର ର ସ୍ତ୍ରୀ କୁମାରୀ କଳତା ଝିଅ ଜୁଆଇ ଘରେ ଶୋଇଥିବା ସମୟରେ ହଠାତ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ନିଆଁ ଦେଖି ଗାଁ ଲୋକେ ପାଟି କରିବାରୁ ଘରୁ ଗଗନ ଓ ପରିବାର ଲୋକେ ବାହାରକୁ ଚାଲି ଆସିଥିଲେ ।

ଅଧିକ ପଢନ୍ତୁ ଓଡିଶା ଖବର 

କିନ୍ତୁ ନିଆଁ ର ମାତ୍ର ଏତେ ଅଧିକ ଥିଲା ଯେ ଘରର ସମସ୍ତ ଆସବାବପତ୍ର ଧାନ ଚାଉଳ ସମେତ ଧାର କରଜ ସୁଝିବା ପାଇଁ ରଖିଥିବା ୨୫ ହଜାର ଟଙ୍କା ମଧ୍ୟ ଜାଳି ପୋଡି ପାଉଁଶ ହୋଇଯାଇଥିଲା । ନିଆଁ ମାତ୍ରା ଏତେ ଅଧିକା ଥିଲା ଯେ ଗ୍ରାମବାସୀ ନିଆଁ ଲିଭାଇବା ପାଇଁ ପ୍ରୟାସ କରିଥିଲେ ସୁଦ୍ଧା ସବୁ ଜଳିପୋଡି ଛାରଖାର ହୋଇଯାଇଥିଲା । ପରେ ଗ୍ରାମବାସୀଙ୍କ ନିକଟରୁ ଖବର ପାଇ ଘଟଣା ସ୍ଥଳରେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ ପହଞ୍ଚି ଅଗ୍ନି ବିପର୍ଣ୍ଣ ପରିବାର ସହ ଆଲୋଚନା କରିବା ସହ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ପରେ ଅଗ୍ନି ବିପର୍ଣ୍ଣ ପରିବାରକୁ ସରକାରୀ ସ୍ଥରରେ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ହରଭଙ୍ଗା ତହସିଲଦାର ଓ ବିଡ଼ିଓ ଙ୍କ ସହ ଆଲୋଚନା କରିଥିଲେ । ତହସିଲଦାର ଘଟଣା ସ୍ଥଳ ପରିଦର୍ଶନ କରିବା ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
2 rooms were burnt in the fire, 4 lives were save, plead for help | Argus News