ଦେଶୀ ମଦ ଓ ବିଅର ସହ ୨ଜଣ ବ୍ୟବସାୟୀ ଗିରଫ
·2 years ago·1 min read

ଅର୍ଗସ ବ୍ୟୁରୋ : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅବକାରୀ ବିଭାଗ ପକ୍ଷରୁ ଖୁଟୁଲୁମୁଣ୍ଡା ଓ ହିଆଁଲ ଗାଁରେ ଚାଲିଥିବା ବେଆଇନ ମଦ ଦୋକାନ ଉପରେ ଚଢ଼ାଉ । ଏଥିରେ ଦେଶୀ ମଦ ଓ ବିଅର ଜବତ କରିବା ସହିତ ୨ଜଣ ବ୍ୟବସାୟୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଦୁଇଜଣ ହେଲେ ଖୁଟୁଲୁମୁଣ୍ଡା ଗାଁର କ୍ଷୀର ସାଗର ସାଗରିଆ ଓ ହିଆଁଲ ଗାଁର ହୀରାଧର ମାଝୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ତେବେ ଅବକାରୀ ବିଭାଗର ଅଫିସର ଇଂଚାର୍ଜ ପ୍ରବୀଣ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ ଏହି ଦୁଇ ଗାଁରେ ଚଢ଼ାଉ କରି ପ୍ରଥମେ ଖୁଟୁଲୁମୁଣ୍ଡାରୁ ୨୦ ଲିଟର ଦେଶୀ ମଦ ଜବତ ଓ ହିଆଁଲ ଗାଁ ରୁ ୭ ଲିଟର ବିଦେଶୀ ମଦ(ବିଅର) ଜବତ କରିଥିଲେ । ତେବେ ମଦ ଜବତ କରିବା ସହ ସମ୍ପୃକ୍ତ ଥିବା ଦୁଇ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: