Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଜ୍ୟସଭା ସସପେନ୍ସକୁ ନେଇ ସରଗରମ ରାଜ୍ୟ ରାଜନୀତି

Odisha

ରାଜ୍ୟସଭା ସସପେନ୍ସକୁ ନେଇ ସରଗରମ ରାଜ୍ୟ ରାଜନୀତି

Jitendra Dash
Browse all articles by Jitendra Dash
·2 years ago·2 min read
ରାଜ୍ୟସଭା ସସପେନ୍ସକୁ ନେଇ ସରଗରମ ରାଜ୍ୟ ରାଜନୀତି

ଅର୍ଗସ ବ୍ୟୁରୋ : ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀ ଯୁବ ବିଜେଡି ନେତା ଶୁଭାଶିଷ ଖୁଣ୍ଟିଆ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିର ଦୁଇ ନେତା ନାମାଙ୍କନ ଭରିଛନ୍ତି । ଶୁଭାଶିଷଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବକ ଥିବା ବେଳେ ଦେବାଶିଷଙ୍କ ପାଇଁ ପ୍ରସ୍ତାବକ ରହିଛନ୍ତି ମନୋହର ରନ୍ଧାରୀ ।  ତେବେ ଉଭୟ ନେତାଙ୍କ ନାମାଙ୍କନ ସମୟରେ ଦଳର ଅନ୍ୟ ବରିଷ୍ଠ ନେତା ବି ସେଠାରେ ଉପସ୍ଥିତ ରହିଥିଲେ । 

ଦୁଇ ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିଲେ ବି ତୃତୀୟ ପ୍ରାର୍ଥୀ ଚୟନ ଲାଗି ଏବେ ବି ଶଙ୍ଖ ଶିବିରରେ ସସପେନ୍ସ ଲାଗି ରହିଛି । ଅଭିଯୋଗ ପ୍ରକୋଷ୍ଠ ଠୁ ନେଇ ବିଭିନ୍ନ ନେତାଙ୍କ ବାସ ଭବନ ଓ ନବୀନ ନିବାସ ପର୍ଯ୍ୟନ୍ତ ସବୁଠି ଘନ ଘନ ବୈଠକ ବସୁଥିଲେ କୌଣସି ନିଷ୍କର୍ସ ବାହାରିପାରୁନାହିଁ । ତେବେ ବିଜେଡି ନେତାଙ୍କ କହିବା କଥା ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇ ବଡ ସରପ୍ରାଇଜ ଦେବେ ନବୀନ ପଟ୍ଟନାୟକ ।   ଏହା ଭିତରେ ଗୋଟିଏ ଆସନ ପାଇଁ ଏବେ ବି ଆଶା ରଖିଛନ୍ତି ପ୍ରତିଶ୍ରୁତି ଦୁଇ ନେତା ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ ।

ସେପଟେ ରିଟନିଙ୍ଗ ଅଫିସର କହିଛନ୍ତି ବିଜେଡି ପକ୍ଷରୁ ୪ ସେଟ ଓ ୪ ନିର୍ଦଳିୟ ପ୍ରାର୍ଥୀ ଫର୍ମ ନେଇଛନ୍ତି । ଇସିଆଇଙ୍କ ଗାଇଡ଼ ଲାଇନ ଅନୁସାରେ ସେମାନଙ୍କୁ ରସିଦ ପ୍ରଦାନ କରିଛୁ । ଦୁଇ ଜଣ ନାମାଙ୍କନ ଭରିଥିବା ବେଳେ ୧୫ ତାରିଖ ଶେଷ ଦିନ ରହିଛି । ସରସ୍ୱତୀ ପୂଜା ପାଇଁ ବୁଧବାର ନାମାଙ୍କନ ହେବନାହିଁ । ୧୬ ତାରିଖରେ ଯାଞ୍ଚ କରାଯିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ଚର୍ଚ୍ଚା ହେଉଛି ଉଭୟ ଦେବାଶିଷ ଓ ଶୁଭାଶିଷଙ୍କୁ ରାଜ୍ୟସଭା ପଠାଇବା ପଛରେ ରହିଛି ବବିଙ୍କ ଗୋଟି ଚାଳନା । ନିଜ ଭିଣେଇ ତଥା ବିଜେଡି ନେତା ଅରିନ୍ଦମଙ୍କ ରାସ୍ତା ସଫା କରିବା ଲାଗି ବାରବାଟୀରୁ ବେଦଖଲ କରି ଋଶିଙ୍କୁ ରାଜ୍ୟସଭା ପଠାଇଛନ୍ତି ବବି । ସେହିପରି ମହେଶ୍ବରଙ୍କ ଦେହାନ୍ତ ପରେ ପୁଅ ସୁନିଲଙ୍କ ବଦଳରେ ଶୁଭାଶିଷଙ୍କୁ ଟିକେଟ ମିଳିବା ଆଶା କ୍ଷିଣ ଥିଲା । ତେଣୁ ନିଜ ଗୋଷ୍ଠୀର ପିଲା ଶୁଭାଶିଷଙ୍କୁ ରାଜ୍ୟସଭା ପଠାଇବାର ଯୋଜନା ବି କାଳେ ବବିଙ୍କର ବୋଲି ବିଜେଡି ଅନ୍ଦର ମହଲରେ ଚର୍ଚ୍ଚା ଜୋର ଧରିଛି । 
 

Sponsored
2024 election BJD Fight | Argus News