Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନିର୍ବାଚନ ତାରିଖ ଘୋଷଣା ପାଇଁ କାଉନ ଡାଉନ ଆରମ୍ଭ

Odisha

ନିର୍ବାଚନ ତାରିଖ ଘୋଷଣା ପାଇଁ କାଉନ ଡାଉନ ଆରମ୍ଭ

Jitendra Dash
Browse all articles by Jitendra Dash
·2 years ago·2 min read
ନିର୍ବାଚନ ତାରିଖ ଘୋଷଣା ପାଇଁ କାଉନ ଡାଉନ ଆରମ୍ଭ

ଅର୍ଗସ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ପାଇଁ କାଉନ ଡାଉନ ଆରମ୍ଭ । ଯେ କୌଣସି ମୁହୂର୍ତ୍ତରେ ବାଜିପାରେ ନିର୍ବାଚନୀ ବିଗୁଲ । ଲାଗୁ ହେବ ହୋଇପାରେ ଆଦର୍ଶ ଆଚରଣ ବିଧି । ଯାହାକୁ ଦୃଷ୍ଟିରେ ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ଜାତୀୟ ନିର୍ବାଚନ ଆୟୋଗ ଏବଂ ତାଙ୍କ ଟିମ । ଭୋଟର ତାଲିକା, EVM ସ୍ଥିତି, ଜିଲ୍ଲା ସ୍ତରରେ ପ୍ରସ୍ତୁତି, ସମ୍ବେଦନଶୀଳ ବୁଥ ଭଳି ପ୍ରସଙ୍ଗରେ ସମୀକ୍ଷା କରୁଛନ୍ତି ଜାତୀୟ ନିର୍ବାଚନ ଆୟୋଗ । ପ୍ରଥମ ଦିନରେ ଆଜି ପୃଥକ ପୃଥକ ଦୁଇଟି ବୈଠକ କରାଯାଇଛି । ପ୍ରଥମ ବୈଠକରେ ରାଜ୍ୟର ସମସ୍ତ ରାଜନୈତିକ ଦଳ ମାନଙ୍କ ସହ ଆଲୋଚନା କରିଥିଲେ ନିର୍ବାଚନ କମିଶନ । ପରେ ସମସ୍ତ ଜିଲାପାଳ ଏବଂ ଏସପି ଙ୍କ ସହ ଦୀର୍ଘ ସମୟ ଧରି କରିଥିଲେ ଆଲୋଚନା । 

ରାଜନୈତିକ ଦଳ ମାନେ ମଧ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅନେକ ଆପତ୍ତି ଅଭିଯୋଗ ରଖିଛନ୍ତି।  ନିର୍ବାଚନ ସମୟରେ ବିଜେଡିର କଳାଟଙ୍କା, ଗୁଣ୍ଡାରାଜ ଓ ପ୍ରଶାସନିକ କଳର ଅପବ୍ୟବହାର ବନ୍ଦ କରିବା ପାଇଁ ଦାବି କରିଛନ୍ତି ବିରୋଧୀ । ବିଜେପିର ଦାବି ଗୁଡ଼ିକ ରହିଛି, ଆମ ଓଡ଼ିଶା ନବୀନ ଓଡ଼ିଶା” ଲୋଗରେ ବିଜୁ ଜନତା ଦଳର ନିର୍ବାଚନ ଚିହ୍ନ ‘ଶଙ୍ଖ ଚିହ୍ନ’ର ବ୍ୟବହାର ଉପରେ ରୋକ ଲଗାଯାଉ । ଶାସକ ଦଳ ଦ୍ବାରା ସୃଷ୍ଟି ନିର୍ବାଚନୀ ହିଂସା ରୋକିବାକୁ ବ୍ୟାପକ ପରିମାଣରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ କରାଯାଉ । ନିର୍ବାଚନ ସମୟରେ ଷ୍ଟ୍ରଙ୍ଗ ରୁମ୍ ପରିସର ଓ ଭୋଟ କେନ୍ଦ୍ରରେ ୨୪ ଘଂଟିଆ ସିସିଟିଭି କ୍ୟାମେରା, ଭିଡିଓ ଗ୍ରାଫି ଓ ପର୍ଯ୍ୟାପ୍ତ ପରିମାଣରେ କେନ୍ଦ୍ରୀୟ ସୁରକ୍ଷା ବଳୟ ମୁତୟନ କରାଯାଉ ।

ସେହିଭଳି କଂଗ୍ରେସର ମଧ୍ୟ ଦାବି ରହିଛି, ନିର୍ବାଚନକୁ ଅବାଧ ଓ ମୁକ୍ତ କରିବା ପାଇଁ କଳା ଟଙ୍କା ଉପରେ ରୋକ ଲଗାଯାଉ । ଇଲେକ୍ଟରୋରାଲ ବଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କୁ କଡାକଡି ପାଳନ କରାଯାଉ । ଉଦ୍ଦେଶ୍ୟ ମୂଳକ ଭାବେ ତାଲିକାରୁ ଭୋଟରଙ୍କ ନାଁ କଟାଯାଉଛି ତାକୁ ରୋକିବା ଦିଗରେ ପଦକ୍ଷେପ ନିଆଯାଉ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେହିପରି ବିଜେଡି ବି ନିର୍ବାଚନ ସମୟରେ ସରକାରୀ ଦଳକୁ ଶୁଣିବାକୁ ପର୍ଯ୍ୟାପ୍ତ ସମୟ ଦିଆଯାଉ ବୋଲି ଦାବି କରିଛି । ଆସନ୍ତା କାଲି ଜାତୀୟ ନିର୍ବାଚନ ଆୟୋଗ ରାଜ୍ୟର ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟ ନିର୍ବାଚନ ଅଧିକାରୀ ଓ ପୋଲିସ ଡ଼ିଜି ଙ୍କ ଭଳି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ କରିବେ । 
 

Sponsored
2024 election countdown start | Argus News