Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଗାଁ ରୁ ସହର ସବୁଠି ଆଶାୟୀ ମାଳ ମାଳ

Odisha

ଗାଁ ରୁ ସହର ସବୁଠି ଆଶାୟୀ ମାଳ ମାଳ

Jitendra Dash
Browse all articles by Jitendra Dash
·2 years ago·1 min read
ଗାଁ ରୁ ସହର ସବୁଠି ଆଶାୟୀ ମାଳ ମାଳ

ଅର୍ଗସ ବ୍ୟୁରୋ : ଶାସକ ଦଳରେ ଅସମ୍ଭାଳ ଗୋଷ୍ଠୀ କନ୍ଦଳ । ଗାଁରୁ ନେଇ ସହର ସବୁଠି ଆଶାୟୀ ମାଳ ମାଳ । ଅଧିକାଂଶ ଆସନରେ ବିଜେଡି ବିଧାୟକଙ୍କ ବିରୋଧରେ ମେଳି । ନିଜ ଦଳର ନେତାଙ୍କ ବିରୋଧରେ ବିଜେଡି ନେତାଙ୍କ ରଣହୁଙ୍କାର । ନିଆଳିରେ ମୋଟର ସାଇକେଲ ରାଲି । ନିଜ ଦଳର ବିଧାୟକଙ୍କ ବିରୋଧରେ ଶକ୍ତି ପ୍ରଦର୍ଶନ କଲେ ବିଜେଡି ଟିକେଟ୍ ଆଶାୟୀ ତୃପ୍ତିରଞ୍ଜନ ବେହେରା । ବିଜେଡି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ଲଗାତାର ଟାର୍ଗେଟ୍ କରିଆସୁଛନ୍ତି ତୃପ୍ତି ଓ ତାଙ୍କ ସମର୍ଥକ । 

ଟିକେଟ କଳିରେ ଭୁବନେଶ୍ବରରେ ନବୀନ ନିବାସ ଆଗରେ ମାରପିଟ ଲାଗିଥିଲେ ପ୍ରମୋଦ ଓ ତୃପ୍ତିଙ୍କ ଗୋଷ୍ଠୀ । ପ୍ରମୋଦ ଟିକେଟ ପାଇ ଜିତିଥିଲେ ବି ତାଙ୍କ ବିରୋଧରେ ଥିବା ଦଳୀୟ ଅସନ୍ତୋଷର ନିଆଁ ସେମିତି ଜଳୁଛି । ନିଆଳିରେ ଦୀର୍ଘ ୧୫ ବର୍ଷ ହେଲା ପ୍ରମୋଦ ମଲ୍ଲିକଙ୍କ କୁଶାସନରେ ଅସ୍ତବ୍ୟସ୍ତ ନିଆଳିବାସୀ । ଖୋଦ ବିଜେଡି କର୍ମୀ ମାନେ ନିଆଳିରେ ଶୀତଳଭଣ୍ଡାର, ହାଟ, ଶୌଚାଳୟ, କୃଷକ ମାନଙ୍କ ପ୍ରସଙ୍ଗ ନେଇ ବିଧାୟକଙ୍କୁ କରିଛନ୍ତି ସିଧା ସିଧା ଟାର୍ଗେଟ । ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଯୁବ ଚେହେରା ତୃପ୍ତିଙ୍କୁ ଟିକେଟ ଦେବା ପାଇଁ ଦାବି କରିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେଡି ଯୁବ ନେତା ଚଶାପୁଆ ତୃପ୍ତି ରଞ୍ଜନ ବେହେରା ଙ୍କ ନେତୃତ୍ୱରେ ନିଆଳି ବ୍ଲକରୁ ବିରାଟ ବାଇକ୍ ଶୋଭାଯାତ୍ରା ବାହାରି ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପ୍ରଦାନ କରି କଣ୍ଟାପଡ଼ା ବ୍ଲକରେ ପହଞ୍ଚିଥିଲା । ଏବଂ ଶୁଭେଚ୍ଛୁ ମାନେ ବିଭିନ୍ନ ସ୍ଥାନରେ ତୃପ୍ତିଙ୍କୁ ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଥିଲା । ନିର୍ବାଚନ ଯେତେ ପାଖେଇ ଆସୁଛି ଟିକେଟ ଆଶାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ବଢି ଚାଲିଛି । ତେବେ ଦେଖିବାକୁ ବାକି ରହିଲା ନିଆଳି ବିଜେଡି ଟିକେଟ କାହାକୁ ମିଳୁଛି । 
 

Painting
Sponsored
2024 election issues | Argus News