Videos
|
Odisha

ନିର୍ବାଚନ ତାରିଖ ପରେ ପ୍ରାର୍ଥୀ ଘୋଷଣା ପାଇଁ ପ୍ରସ୍ତୁତି

Jitendra Dash
Browse all articles by Jitendra Dash
·2 years ago·1 min read
ନିର୍ବାଚନ ତାରିଖ ପରେ ପ୍ରାର୍ଥୀ ଘୋଷଣା ପାଇଁ ପ୍ରସ୍ତୁତି

ଅର୍ଗସ ବ୍ୟୁରୋ : ଶନିବାର ଦିନ ନିର୍ବାଚନୀ ବୈଠକ ପରେ ଆଜି ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱ । କେଉଁ ନିର୍ବାଚନ ମଣ୍ଡଳୀରେ କଣ ସ୍ଥିତ ରହିଛି, ଟିକେଟ କାହାକୁ ଦେଲେ ଭଲ ପ୍ରଦର୍ଶନ ରହିବ, କେଉଁଠି ଓଡିଶା ପଛେଇଛି, ଓଡିଶାର କେମିତି ବିକାଶ ହୋଇପାରିବ ଏବଂ ରାଜ୍ୟ ବିଜେପିର ନିର୍ବାଚନ ଷ୍ଟାର୍ଟେଜି କଣ ରହିବ, ଲୋକଙ୍କର କଣ ସମସ୍ୟା ରହିଛି, କଣ ସମାଧାନ କରାଯାଇପାରିବ ସେ ବିଷୟରେ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ ଧରି ଦିଲ୍ଲୀ ଯାଇଛନ୍ତି ବିଜେପି ନେତା । 

ତେବେ ଦଳର ମେଣ୍ଟକୁ ନେଇ କୌଣସି ଦ୍ଵନ୍ଦ ନାହିଁ । କେନ୍ଦ୍ରକୁ ଲିଷ୍ଟ ପଠା ଯାଇଛି । କେନ୍ଦ୍ର ଯାହା ନିର୍ଣ୍ଣୟ କରିବ ସେହି ଅନୁଯାୟୀ ହେବ । ଏଥର ନିଶ୍ଚିତ ଲିଷ୍ଟରେ ଓଡ଼ିଶା ରହିବ । ସେପଟେ ଟିକେଟ ଟେନସନ ଦୂର ପାଇଁ ବିଜେଡି ନିର୍ବାଚନ ମଣ୍ଡଳୀ ୱାରୀ ସମୀକ୍ଷା କରିଛି । ନବୀନ ନିବାସ ରେ ନେତା ଙ୍କୁ ଡାକି ବିଭିନ୍ନ ବିବାଦ ସମାଧାନ କରିବା ସହ ସଂଗଠନ କାର୍ଯ୍ୟକୁ ଅଧିକ ତ୍ବରାନ୍ବିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସୁପ୍ରିମୋ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଦଳର ବିଧାୟକ କହିଛନ୍ତି ସମସ୍ତ ବିଧାନସଭା କ୍ଷେତ୍ରରେ କିପରି ଦଳ ପ୍ରାର୍ଥୀ ଦେଇ ଲଢିବ ତାହା ସ୍ପଷ୍ଟ ହୋଇନି । ଅନ୍ୟପଟେ ୱେଟ ଆଣ୍ଡ ୱାଚ ପଲିସିରେ ସ୍କ୍ରିନିଂ କମିଟି ବୈଠକ ଘୁଞ୍ଚାଇଛି ରାଜ୍ୟ କଂଗ୍ରେସ  । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଙ୍କ ପ୍ରତିକ୍ରିୟା ଓଡିଶାରେ ମେଣ୍ଟ ଚର୍ଚ୍ଚା ଯୋଗୁଁ କଂଗ୍ରେସର ବିଳମ୍ବ ହେଉଛି । 

2024 election preparation | Argus News