Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନାବାଳିକା ଯୌନ ଶୋଷଣ ଅପରାଧୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ ହଜାର ଜରିମାନା

Jitendra Dash
Browse all articles by Jitendra Dash
·2 years ago·1 min read
ନାବାଳିକା ଯୌନ ଶୋଷଣ ଅପରାଧୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ ହଜାର ଜରିମାନା

ଅର୍ଗସ ବ୍ୟୁରୋ : ଜଣେ ନାବାଳିକା ଯୌନ ଶୋଷଣ ମାମାଲାର ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୫ ହଜାର ଟଙ୍କା ଜରିମାନ ଓ ଅନାଦେୟ ପୁନଶ୍ଚ ୬ ମାସ ଜେଲ ଦଣ୍ଡ ଆଦେଶ ଦେଇଛନ୍ତି ଭଦ୍ରକ ସ୍ୱତନ୍ତ୍ର ପୋକ୍ସ କୋର୍ଟର ବିଚାରପତି ମୁକ୍ତି ରଞ୍ଜନ । ବିବରଣୀ ଅନୁଯାୟୀ ୧୫ ବର୍ଷର ଜନୈକା ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖି ପରେ ବିବାହ କରିବାକୁ ମନା କରିବାରୁ ପୀଡିତା ନିଜେ ନାୟାକାଣିଡ଼ିହି ଥାନରେ ୨୦୧୪ ମସିହା ମଇ ମାସ ୧୧ ତାରିଖରେ ଲିଖିତ ଅଭିଯୋଗ କରିଥିଲେ ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

ପୋଲିସ ୭୩/୧୪ରେ ଏକ ମାମଲା ପୋଲିସ ରୁଜୁ କରି ରଜନୀକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେ ଗିରଫ ହେବା ପରେ ପୀଡ଼ିତା ନିଜର ଅଭିଯୋଗ ନ ଥିବାରୁ ଦର୍ଶାଇ ସତ୍ୟପାଠ ଦାଖଲ କରିବାରୁ ସେତେବେଳେ ତାକୁ ମାନ୍ୟବର କୋର୍ଟ ଜାମିନ ପ୍ରଦାନ କରିଥିଲେ । ମାତ୍ର ଚାର୍ଜସିଟ ଦାଖଲ ପରେ କୋର୍ଟରେ ନିଜର ବାୟାନ ବଦଳାଇ ରତିକାନ୍ତଙ୍କ ବିରୁଦ୍ଧରେ ବାୟାନ ଦେବାରୁ ମାନ୍ୟବର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡରେ ଆଜି ଦଣ୍ଡିତ କରିଛନ୍ତି । ପୀଡ଼ିତାଙ୍କ ପାଇଁ ସ୍ୱତନ୍ତ୍ର ସରକାରୀ ଓକିଲ ବଟକୃଷ୍ଣ ଦାସ ମାମାଲା ପରିଚାଳନା କରୁଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
25,000 fine and 10 years of rigorous imprisonment for sexual exploitation of minors | Argus News