ଖାଇଗଲେ ଚାଷୀଙ୍କ ଟଙ୍କା, ଅଭିଯୋଗ ଆଣିଲେ ପୂର୍ବତନ ବିଧାୟକ
·2 years ago

ଅର୍ଗସ ବ୍ୟୁରୋ : ଆଳି କଟକ କେନ୍ଦ୍ର ସମବାୟ ବ୍ୟାଙ୍କରେ ୨୬୦କୋଟି ୮୦ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ । ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଏହି ଅଭିଯୋଗ ଆଣିଛନ୍ତି । ୨୦୨୦ ମସିହା ଖରିଫ ଚାଷରେ ଇନ୍ସୁରାନ୍ସ ବାବଦକୁ ଆସିଥିବା ଟଙ୍କା ଚାଷୀଙ୍କୁ ଦିଆଯାଇ ନଥିବା ଅଭିଯୋଗ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗୋଟେ ଆକାଉଣ୍ଟକୁ ବାରମ୍ବାର ଟଙ୍କା ଦିଆଯାଇଥିବା ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା । ଇନ୍ସୁରାନ୍ସ ଟଙ୍କା ସମସ୍ତଙ୍କୁ ଦିଆଯାଇ ନାହିଁ,, ସେ ସମୟରେ ବ୍ୟାଙ୍କ କର୍ମଚାରୀ ଓ ଲୋକ ପ୍ରତିନିଧି ମାନେ ମିଶି ଟଙ୍କା ଆତ୍ମାସାତ କରିଥିବା ଅଭିଯୋଗ କରିଛନ୍ତି। ତେବେ ଘଟଣାର ତଦନ୍ତ ସହ ଅଭିଯୁକ୍ତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

