କାରରୁ ବିପୁଳ ପରିମାଣର ଟଙ୍କା ଜବତ ସହ ୩ ଅଟକ
·2 years ago

ଅର୍ଗସ ବ୍ୟୁରୋ : କରଡ଼ାକୋଠା ନିକଟରେ ଯାଞ୍ଚ ବେଳେ ଏକ କାରରୁ ବିପୁଳ ପରିମାଣର ଟଙ୍କା ଜବତ କଲା ପୁରୁଣାକଟକ ପୋଲିସ । ବୌଦ୍ଧ ନିର୍ବାଚନ ମଣ୍ଡଳୀ ୫୭ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା କରଡାକୋଠା ନିକଟରେ ଯାନବାହାନ ଯାଞ୍ଚ ବେଳେ ଏକ କାରରୁ ବିପୁଳ ପରିମାଣର ଟଙ୍କା ପୁରୁଣାକଟକ ପୋଲିସ ଜବତ କରିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏକ କଳା ରଙ୍ଗର କାର OD 02 BM 1517 କୁ ଅଟକାଇ ପୋଲିସ ଯାଞ୍ଚ କରିବା ବେଳେ କାର୍ ମଧ୍ୟରୁ ପୁଳା ପୁଳା ଟଙ୍କା ମିଳିଥିଲା । ପୋଲିସ୍ କାର ସହ କାରରେ ବସିଥିବା ୨ ଜଣ ଯୁବତୀ ଓ ଡ୍ରାଇଭରକୁ ଥାନାକୁ ଆଣି ଅଟକ ରଖି ବାହାରିଥିବା ଟଙ୍କା ଗଣତି କରୁଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: