Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିର ସମ୍ପର୍କରେ ୪ ଦାବି

Jitendra Dash
Browse all articles by Jitendra Dash
·2 years ago·1 min read
ଶ୍ରୀମନ୍ଦିର ସମ୍ପର୍କରେ ୪ ଦାବି

ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି ଦାବି । ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ପ୍ରେସମିଟ୍ କରାଯାଇ ୪ଟି ଦାବି ଉପସ୍ଥାପନା କରାଯାଇଛି । ଅପମିଶ୍ରିତ ଚାଉଳରେ ମହାପ୍ରସାଦ ପ୍ରସ୍ତୁତି ପଛରେ ଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଏହାସହ ଖୁବଶୀଘ୍ର ଚାରିଦ୍ବାର ଖୋଲାଯାଇ ଦର୍ଶନ ବ୍ୟବସ୍ଥାକୁ ସହଜ ଓ ଶୃଙ୍ଖଳିତ କରାଯାଉ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପୂଜ୍ୟ ଶଙ୍କରାଚାର୍ଯ୍ୟ ଏବଂ ଅନ୍ୟ ଅଧିକୃତ ଧର୍ମାଚାର୍ଯ୍ୟ ମାନଙ୍କ ପରାମର୍ଶ କ୍ରମେ ନୀତିକାନ୍ତିର ପରିଚାଳନା କରାଯାଉ । ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଇ ଭଭୟ ରତ୍ନ ଓ ଭଣ୍ଡାରର ସ୍ଥିତି ସାର୍ବଜନୀନ କରାଯାଉ ବୋଲି ଦାବି ହୋଇଛି । ନଚେତ୍ ଏହି ପ୍ରସଙ୍ଗକୁ ନେଇ ଆଗାମୀ ଦିନରେ ସାରା ଓଡ଼ିଶାରେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ସମ୍ପାଦକ ଶ୍ରୀ ମହେଶ ସାହୁ ପ୍ରେସମିଟ୍‌ରେ  କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
4 claims have been submitted on behalf of Sri Jagannath Culture Protection Campaign | Argus News