ଗିରଫ ହୋଇଛନ୍ତି ତ୍ରିଚି ଗ୍ୟାଙ୍ଗର ୪ ଜଣ ଲୁଟେରା

ଅର୍ଗସ ବ୍ୟୁରୋ : ଗିରଫ ହୋଇଛନ୍ତି ତ୍ରିଚି ଗ୍ୟାଙ୍ଗର ୪ ଜଣ ଲୁଟେରା । ଦୀର୍ଘଦିନ ଏମାନେ ଓଡିଶାରେ ରହି ଲୁଟ କରୁଥିବା ବେଳେ ପୋଲିସ ସେମାନଙ୍କ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି । ତେବେ ଏ ନେଇ ପୋଲିସ କମିସନର ସଞ୍ଜୀବ ପଣ୍ଡା କହିଛନ୍ତି , ୭ ଦିନ ଭିତରେ ଭୁବନେଶ୍ୱର ୨ଟି କଟକ ରେ ୧ଟି କାର କାଚ ଭାଙ୍ଗି ଲୁଟ ଅଭିଯୋଗ ହୋଇଥିଲା । ତ୍ରିଚି ଗ୍ୟାଙ୍ଗର ୪ଜଣ ଗିରଫ । ଏମାନଙ୍କର ଅନ୍ୟ ଗ୍ୟାଙ୍ଗ ମେମ୍ବର ଗିରଫ କରିଥିଲା ପୋଲିସ । ମୋ ବସରୁ, ପକେଟ ମାର୍କ କରନ୍ତି ଏହି ଗ୍ୟାଙ୍ଗ । ରଥ ଯାତ୍ରା ସମୟରେ ଓଡିଶା ଆସନ୍ତି ।
ଅଧିକ ପଢନ୍ତୁ ଓଡିଶା ଖବର
ସାରା ଭାରତ ରେ ବୁଲି ବୁଲି ଲୁଟ ପାଟ କରିବା ଏମାନଙ୍କ ଲକ୍ଷ୍ୟ ।ଭୁବନେଶ୍ୱର 9ଟି , କଟକ ବାଦାମ ବାଡ଼ି ଥାନାରେ 1ଟି ମାମଲା ଏମାନଙ୍କ ନାଁରେ ରହିଛି । ଏମାନଙ୍କ ନିକଟରୁ ମୋବାଇଲ, ଲାପଟପ, ବାଟୁଳି, ବଲ ଜବତ କରିଛି ପୋଲିସ । ଅନ୍ୟ ରାଜ୍ୟ ଙ୍କ ସହ ଯୋଗାଯୋଗ କରିବ କମିସନରେଟ ପୋଲିସ । ଗିରଫ ଗ୍ୟାଙ୍ଗ ର ସଦସ୍ୟ ମାନଙ୍କୁ ରିମାଣ୍ଡ ରେ ଆଣିବ ପୋଲିସ । ଏମାନଙ୍କ ଗ୍ୟାଙ୍ଗର ଆଉ କୌଣସି ଅଭିଯୁକ୍ତ ଅଛନ୍ତି କି ସେନେଇ ଖୋଳ ତାଡ କରୁଛି ପୋଲିସ ।