Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦେବଗଡ଼କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ 40 କୋଟି ଟଙ୍କା ପ୍ରକଳ୍ପର ଉପହାର 

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଦେବଗଡ଼କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ 40 କୋଟି ଟଙ୍କା ପ୍ରକଳ୍ପର ଉପହାର 

Key Points

  • ଦେବଗଡ଼କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ 40 କୋଟି ଟଙ୍କା ପ୍ରକଳ୍ପର ଉପହାର 
  • 4 କୋଟି 12 ଲକ୍ଷର ଦୁଗ୍ଧ ଶୀତଳିକରଣ ପ୍ରକଳ୍ପର କଲେ ଉଦଘାଟନ
  • ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ‘ନିଶୁଳ୍କ ଡାୟାଲିସିସ୍ ସେବା’ର କଲେ ଶୁଭାରମ୍ଭ 
  • ଅଞ୍ଚଳବାସୀଙ୍କୁ ମାଗଣାରେ କିଡ଼ନୀ ସମ୍ବନ୍ଧୀୟ ରୋଗର ଚିକିତ୍ସା ସେବା 

ଅର୍ଗସ ବ୍ୟୁରୋ : ଓଡିଶାକୁ ଧର୍ମେନ୍ଦ୍ରଙ୍କ ୪୦ କୋଟିର ଉପହାର । ଓଡ଼ିଶା ଗସ୍ତର ତୃତୀୟ ଦିନରେ ଦେବଗଡ଼କୁ ଧୋବୋଲିପଥର ଦୁଗ୍ଧ ଶୀତଳିକରଣ ବଡ଼ ଉପହାର ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଟ ୪୦ କୋଟି ଟଙ୍କାର ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, କୃଷି ପ୍ରଧାନ ଜିଲ୍ଲା ଦେବଗଡ଼ରେ ଦୁଗ୍ଧ ଚାଷ, ମତ୍ସ୍ୟ ଚାଷ ଓ ପଶୁପାଳନର ଅନେକ ସମ୍ଭାବନା ଅଛି । ଦୁଗ୍ଧ ଶୀତଳିକରଣ ଦେବଗଡ଼ ଜିଲ୍ଲାରେ ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି ସହ ଦୁଗ୍ଧ ଚାଷୀଙ୍କ ଆର୍ଥିକ ସମ୍ବଳକୁ ସଶକ୍ତ କରିବ । ଦେବଗଡକୁ କୃଷି ଆଧାରିତ ଅର୍ଥନୀତି ଜିଲ୍ଲାରେ ପରିଣତ କରିବା ପାଇଁ ବ୍ୟାପକ ଯୋଜନା କରାଯିବ । ଆଗାମୀ ଦିନରେ ସମ୍ବଲପୁର ଗୋଶାଳା ସ୍ଥିତ ଓମଫେଡ ପ୍ଲାଣ୍ଟର ସମ୍ପ୍ରସାରଣ କରାଯିବ ।ସେହି ପ୍ଲାଣ୍ଟରୁ ପାଉଡର କ୍ଷୀର, ଦହି, ଚକୋଲେଟ୍, ପନିର ସମେତ କ୍ଷୀରରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେବ । ରାଜ୍ୟ ସରକାରଙ୍କ ଦ୍ବାରା ସବୁ ପଞ୍ଚାୟତରେ ଦୁଗ୍ଧ ସମବାୟ ସମିତି ଗଠନ ହେବ ।ଭାଷାଭିତ୍ତିରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳ ଦେବଙ୍କ ପୁଣ୍ୟତିଥିରେ ଦେବଗଡ଼ରେ ଅନେକ ସଡ଼କ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଅଧିକ ପଢନ୍ତୁ ଓଡିଶା ଖବର

ସେହିପରି ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ‘ନିଶୁଳ୍କ ଡାୟାଲିସିସ୍ ସେବା’ ଶୁଭାରମ୍ଭ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏଣିକି ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଡାୟାଲିସିସ୍ ସେଣ୍ଟର୍ ଉପଲବ୍ଧ ଦ୍ବାରା କୀଡନି ସମ୍ବନ୍ଧୀୟ ରୋଗୀଙ୍କୁ ଆଉ ଦୂରଦୂରାନ୍ତର ଯାତ୍ରା କରିବାକୁ ପଡ଼ିବ ନାହିଁ । ଏଠାରେ ମାଗଣାରେ କିଡ଼ନୀ ରୋଗର ଚିକିତ୍ସା ପାଇବା ସହ ବହୁଳ ଖର୍ଚ୍ଚରୁ ବଞ୍ଚିତ ହୋଇପାରିବେ । ଏହାଦ୍ବାରା ଆଖପାଖ ଅଞ୍ଚଳର ପ୍ରାୟ ୪ ଲକ୍ଷ ଲୋକମାନେ ଉପକୃତ ହେବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ପୂର୍ବରୁ ରେଢ଼ାଖୋଲଠାରେ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ କେନ୍ଦ୍ରମନ୍ତ୍ରୀ। ଦେବଗଡ଼ ଜିଲ୍ଲାର ତାରଙ୍ଗଠାରେ ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଓ ମତ୍ସ୍ୟ ଏବଂ ପଶୁସମ୍ପଦ ବିକାଶ ମନ୍ତ୍ରୀଙ୍କ ସହ ‘ମା ପାଇଁ ଗଛଟିଏ’ ଅଭିଯାନରେ ବୃକ୍ଷରୋପଣ ଓ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସଂଜୀବନୀ ଶ୍ରୀକ୍ଷେତ୍ର ସିନ୍ଦୁରକଲି ସେବାଶ୍ରମରେ ପୂଜ୍ୟ ସାଧୁଙ୍କ ସାନ୍ନିଧ୍ୟ ନେଇଥିଲେ ଧର୍ମେନ୍ଦ୍ର ।ଏଥିସହ ରେଢ଼ାଖୋଲ ଠାରେ ମା'ମାନେ ପ୍ରସ୍ତୁତ କରିଥିବା ସୁସ୍ବାଦୁ ଜଳଖିଆ ଖାଇ ସେମାନଙ୍କ ଆତିଥ୍ୟର ଆନନ୍ଦ ଉଠାଇଥିଲେ ।

Sponsored
40 crore project gift from Union Education Minister to Deogarh | Argus News