Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମୁତୟନ ହେବେ ୫୦ ସ୍ବେଚ୍ଛାସେବୀ , ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ

Odisha

ମୁତୟନ ହେବେ ୫୦ ସ୍ବେଚ୍ଛାସେବୀ , ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ମୁତୟନ ହେବେ ୫୦ ସ୍ବେଚ୍ଛାସେବୀ , ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ

ପୁରୀ :  ବାରମ୍ବାର ଭକ୍ତଙ୍କ ଯନ୍ତ୍ରଣା ନେଇ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ ।କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ ରଖିଲେ ପ୍ରତିକ୍ରିୟା ।ଆଜିଠାରୁ ମୁତୟନ ହେବେ ୫୦ଭଲ୍ୟୁଣ୍ଟିଆର ।ବରିଷ୍ଠ ନାଗରିକଙ୍କୁ ସ୍ୱତନ୍ତ୍ର ଦର୍ଶନ କରେଇବା ପାଇଁ ଭଲ୍ୟୁଣ୍ଟିଆର ନିୟୋଜିତ ।ପଞ୍ଚୁକ ପାଇଁ ଅତିରିକ୍ତ ୪୦ପ୍ଲାଟୁନ ପୋଲିସ ଫୋର୍ସ ର ବ୍ୟବସ୍ଥା ।

ଅଧିକ ପଢନ୍ତୁ : ବୟସ୍କଙ୍କୁ ଜଗାଦର୍ଶନ ପାଇଁ ନଆସିବାକୁ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଦିନକୁଦିନ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ପରିଲକ୍ଷିତ ହେଉଥିବାରୁ ବୟସାଧିକ ଭକ୍ତ ଓ ରୋଗାକ୍ରାନ୍ତ ବ୍ୟକ୍ତି ଗହିଳେ ଭିତରେ ନଆସିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ରଖିଥିଲେ। ଯାହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ଅପାରଗତା ସାମ୍ନାକୁ ଆସିଥିଲା। ମହାଧାର୍ମିକ ମାସ କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରି ହବିଷ୍ୟାଳି ମା ମାନେ କୃତାର୍ଥ ହେଉଥିବା ବେଳେ ସେମାନଙ୍କ ଦର୍ଶନରେ ପ୍ରତିବନ୍ଧକ ଲଗାଇବାରୁ ଶହଶହ ଭକ୍ତ ଦୁଃଖ ପ୍ରକାଶ କରିଥିଲେ. ବର୍ତ୍ତମାନ ବୟସ୍କ ନାଗରିକଙ୍କୁ ସ୍ବତନ୍ତ୍ର ଦର୍ଶନ  କରାଇବା କଥା କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ .   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
50 volunteers will be recruited, giving special attention to senior citizens | Argus News