Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରଜ ଭିଜାଇଲା ଆଖି; ବଜ୍ରାଘାତରେ ଚାଲିଗଲା ୬ ଜୀବନ

Odisha

Lightning Tragedy / ରଜ ଭିଜାଇଲା ଆଖି; ବଜ୍ରାଘାତରେ ଚାଲିଗଲା ୬ ଜୀବନ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ରଜ ଭିଜାଇଲା ଆଖି; ବଜ୍ରାଘାତରେ ଚାଲିଗଲା ୬ ଜୀବନ
Lightning Kills 6 Across Odisha

Key Points

ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ହୋଇଛି । କଟକ, ଯାଜପୁର, ସୁବର୍ଣ୍ଣପୁର, ଢେଙ୍କାନାଳ ଆଦି ଜିଲ୍ଲାରେ ବଜ୍ରପାତର ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ।
ଭୁବନେଶ୍ଵର: ରଜର ପ୍ରଥମ ଦିନରେ ବଜ୍ରପାତ ନେଇଛି ୬ ଜଣଙ୍କ ଜୀବନ । ରବିବାର ଅପରାହ୍ଣରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ହୋଇଛି । କଟକ, ଯାଜପୁର, ସୁବର୍ଣ୍ଣପୁର, ଢେଙ୍କାନାଳ ଆଦି ଜିଲ୍ଲାରେ ବଜ୍ରପାତର ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ।

କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ହାଟମାଳ ପଞ୍ଚାୟତ ବିଷ୍ଣୁପୁରରେ ବଜ୍ରପାତ ହୋଇଛି । ବିଲକୁ ଯାଇଥିବା ବେଳେ ଅପରାହ୍ଣରେ ବଜ୍ରାଘାତ ହେବାରୁ କୁଡ଼ିଆରେ ଆଶ୍ରୟ ନେଇଥିବା ବେଳେ ୨ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ମୃତକ ବିଷ୍ଣୁପୁର ଗାଁର ମନ୍ଦରଧର ପତି ଓ ନବ ରାଉତ ।

ଏଥିସହ ପଢ଼ନ୍ତୁ: କିଲର୍ ଟ୍ରକ; ପହିଲି ରଜରେ ଚାଲିଗଲା ୫ ଜଣଙ୍କ ଜୀବନ 

ସେହିଭଳି ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଯାଜପୁର ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ପୁବୋଳ ଗ୍ରାମର ଦୀପକ ନାୟକ । ଦୀପକଙ୍କୁ ଗୁରୁତର ଅବସ୍ଥାରେ ଭୁବନ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରା ଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ସେହିଭଳି ଭୁବନ ବ୍ଲକ ମୃଦଙ୍ଗା ହାଟସାହିରେ ବଜ୍ରଘାତରେ ଜଣେ ମହିଳା ଆହତ ହୋଇଛନ୍ତି ।

ସେପଟେ ବଜ୍ରାଘାତରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ମୃତକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିକଲପୁର ଗାଁର ନରେଶ କଅଁର । ସେ ଦଶମ ଶ୍ରେଣୀରେ ପଢ଼ୁଥିଲେ ।

ସୂଚନା ଅନୁସାରେ ଅପରାହ୍ଣରେ ନରେଶ ଓ ଅନ୍ୟ ଦୁଇଜଣ ବିଲରେ ଖତ ଦେଉଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା । ଆହତ ଅବସ୍ଥାରେ ୩ ଜଣଙ୍କୁ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଥଲେ ।

ପ୍ରାଥମିକ ଚିକିତ୍ସା ପରେ ନରେଶଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଅଜୟ ଗୁରୁଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଆହତଙ୍କ ସହିତ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଏଥିସହ ପଢ଼ନ୍ତୁ: ବାଲେଶ୍ଵର ଦେଇ କାହିଁକି ଓଡ଼ିଶା ଛୁଇଁଲା ମୌସୁମୀ ? ଜୁନ୍‌ରେ ହେବ ତ ଭଲ ବର୍ଷା ? 

ଅନ୍ୟପଟେ ଚାଷ ଜମିରେ ଖତ ଦେଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ କମୀରା ଗାଁରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ନରେଶ କଅଁର । ଅନ୍ୟ ୨ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

ସେପଟେ ପହିଲି ରଜରେ କେନ୍ଦ୍ରାପଡ଼ାରେ ଅଘଟଣ ଘଟିଛି । ବଜ୍ରପାତରେ ୧୫ ବର୍ଷୀୟ ବାଳକର ଜୀବନ ଯାଇଛି । ମୃତକ ହେଉଛନ୍ତି ରାଜନଗର ବ୍ଲକ ଘଡ଼ିଆମାଳ ଗାଁର ଦୈତାରୀ ସେଠୀଙ୍କ ଏକମାତ୍ର ପୁଅ ମନୋରଞ୍ଜନ ସେଠୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored