Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍କୁଲରେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ପିଅନ ଗିରଫ

Jitendra Dash
Browse all articles by Jitendra Dash
·2 years ago·1 min read
ସ୍କୁଲରେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ପିଅନ ଗିରଫ

ଅର୍ଗସ ବ୍ୟୁରୋ : ଛାତ୍ରୀଙ୍କୁ ବିଦ୍ୟାଳୟର ଜଣେ ପିଅନଙ୍କ ଅସଦାଚରଣ କରିଥିବା ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ହାଟଭରାଣ୍ଡି ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କ ଅସଦାଚରଣ ମାମଲାକୁ ଦୁଇ ମାସ ନପୁରୁଣୁ ପୁଣି ଜିଲ୍ଲା କୁନ୍ଦେଇ ଥାନାରେ ଅସଦାଚରଣ ମାମଲା ରୁଜ୍ଜୁ ହୋଇଛି । ପରଚିପାରା ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଉକ୍ତ ବିଦ୍ୟାଳୟର ଜଣେ ପିଅନ ଅସଦାଚରଣ କରିଥିବା ଅଭିଯୋଗ ହେବା ପରେ କୁନ୍ଦେଇ ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

ଦଶମ ଶ୍ରେଣୀ ଛାତ୍ରୀ ଛୁଟିରେ ଘରକୁ ଯାଇଥିବା ବେଳେ ତାର ଟେଷ୍ଟପେପର ହୋଷ୍ଟେଲ୍‌ରେ ରହି ଯାଇଥିଲା । ପାଠ ପଢାରେ ଅସୁବିଧା ହେବାରୁ ସେ ଗତ ୨୩ ତାରିଖ ଦିନ ନିଜ ଭାଇ ସହିତ ଟେଷ୍ଟ ପେପର ଆଣିବାକୁ ହୋଷ୍ଟେଲ୍‌ କୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ପିଅନ ଇନ୍ଦ୍ରରାମ ଗଣ୍ଡ  ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଛାତ୍ରୀ ଜଣକ ଖସି ଆସି ଭାଈ ସହିତ କାନ୍ଦି କାନ୍ଦି ଘରକୁ ଫେରି ପରିବାର ଲୋକଙ୍କୁ ସମସ୍ତ ଘଟଣା ଜଣାଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
6th class student misbehaved in school | Argus News