ଥାଇଲାଣ୍ଡରେ ଫସିଛନ୍ତି ୭ ଓଡିଆ ଶ୍ରମିକ , ଚିନ୍ତାରେ ପରିବାର

ଅର୍ଗସ ବ୍ୟୁରୋ : ନିଜ ପରିବାରକୁ ଭଲରେ ପ୍ରତିପୋଷଣ କରିବା ଲାଗି ଥାଇଲାଣ୍ଡ ର ଆଙ୍ଗଥଙ୍ଗ ଅଞ୍ଚଳ ର ସାନଭି ଭିନିୟର ପ୍ଲାଇବୋର୍ଡ କମ୍ପାନୀ କୁ କାମ କରିବାକୁ ୬ ମାସ ହେବ ଯାଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ୭ ଜଣ ଶ୍ରମିକ l ହେଲେ ସେଠାରେ ତାଙ୍କର ଟୁରିଷ୍ଟ ଭିଜା ସରିଯିବl ପରେ ସେମାଙ୍କୁ ପୋଲିସ ଖଜୁଛି ଓ ସେମାନେ ଜଙ୍ଗଲ ରେ ଲୁଚୁଛନ୍ତି, କମ୍ପାନୀ ସେମାନଙ୍କ ଉପରେ ନନା ଅତ୍ୟlଚାର ଦେଉଥିବା ନେଇ ପରିବାର ଲୋକମାନେ ଜାଣିବା ପରେ ରାଜକନିକା ଥାନା ଅନ୍ତର୍ଗତ ଶିଳପୋଖରୀ ଗାଁ ର ଦୀନବନ୍ଧୁ ପଳାଇଙ୍କ (୬୫ )ପୁଅ ସଞ୍ଜୟ ପଲାଇ ମାସେ ତଳେ ଫୋନ କରି କହିବା ପରେ ବୁଢା ବାପା ଦିନ ବନ୍ଧୁ (୬୫ ), ମା ରଙ୍ଗଲତା ପଲାଇ (୫ 0)ଆଖିରେ ଶୁଖୁନି ଲୁହ l
ଅଧିକ ପଢନ୍ତୁ ଓଡିଶା ଖବର
ଜିଲାପାଳଙ୍କ ଜନ ଶୁଣାଣି ଶିବିର କୁ ସଞ୍ଜୟ ପଲାଇ ର ମା ରଙ୍ଗଲତା ପଲାଇ ଓ ସେହିଗାଁ ର ଶତ୍ରୁଘନ ପଲାଇ ଙ୍କ ପୁଅ ସଞ୍ଜୟ ପଲାଇ ଙ୍କ ପତ୍ନୀ ଉର୍ମିଳା ପଲାଇ ଉଭୟ ଜିଲ୍ଲାପାଳ ଙ୍କୁ କାନ୍ଦି କାନ୍ଦି ରଙ୍ଗଲତା ପୁଅ କୁ ଫେରାଇ ଆଣିବାକୁ ଗୁହାରି କରୁଥିବା ବେଳେ ଉର୍ମିଳା ନିଜ ସ୍ୱାମୀ ଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ନିବେଦନ କରିଥିଲେ l ଏବେ ଏହି ୭ ଜଣ ଶ୍ରମିକ ଙ୍କ ଘରେ ଜୁଲି ଜଳୁନି ଓଳିଏ ଖାଇଲେ ଓଳିଏ ଉପବାସ l ସହ ପରିବାର ଅନାଇ ବସିଛନ୍ତି ଏମାନଙ୍କ ଫେରିବା ବାଟକୁ l ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ କହିଛନ୍ତି ଯେ ଏ ବିଷୟ ରେ ଆମେ ପଦକ୍ଷପ ନେଉଛୁ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରମ କମିଶନ ଙ୍କ ସହିତ ଆଲୋଚନା କରିଛନ୍ତି, ସେଠାକାର ପରିସ୍ଥିତି ଓ ସେମାନଙ୍କ ସହିତ ଯୋଗାଯୋଗ କରି ସେମାନଙ୍କୁ ତୁରନ୍ତ ଫେରାଇ ଅଣାଯିବ l