Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାଦୁକାଶ୍ରମରେ ୭ ଯୋଡ଼ା ଗରିବ ପୁଅ ଝିଅଙ୍କର ହେଲା ବିବାହ

Odisha

ପାଦୁକାଶ୍ରମରେ ୭ ଯୋଡ଼ା ଗରିବ ପୁଅ ଝିଅଙ୍କର ହେଲା ବିବାହ

Jitendra Dash
Browse all articles by Jitendra Dash
·2 years ago·1 min read
ପାଦୁକାଶ୍ରମରେ ୭ ଯୋଡ଼ା ଗରିବ ପୁଅ ଝିଅଙ୍କର ହେଲା ବିବାହ

ଅର୍ଗସ ବ୍ୟୁରୋ : ଆଜି ହେଉଛି ଆର୍ନ୍ତଜାତୀୟ ମହିଳା ଦିବସ । ଏହି ଅବସରରେ ଯାଜପୁର ଜିଲ୍ଲା ବ୍ୟାସନଗର ଠାରେ ଏକ ଗଣ ବିବାହ ଅନୁଷ୍ଠିତ ହୋଇଛି । ନବ ଉତ୍କଳ ମହିଳା ସମିତି ପକ୍ଷରୁ ଏହି ଗଣ ବିବାହର ଆୟୋଜନ କରାଯାଇଥିଲା । ସମସ୍ତ ହିନ୍ଦୁ ରୀତିନୀତି ଅନୁଯାଇ ବ୍ୟାସନଗର ସ୍ଥିତ ପାଦୁକାଶ୍ରମରେ ୭ ଯୋଡ଼ା ଗରିବ ପୁଅ ଝିଅଙ୍କର ବାହାଘର କରାଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗରିବ ଯୁବକ ଯୁବତୀଙ୍କୁ ହିନ୍ଦୁ ରୀତିନୀତି ସହ ବିବାହ କରାଇବାର ଲକ୍ଷ ନେଇ ମହିଳା ସଙ୍ଗଠନ ପ୍ରତିବର୍ଷ ଏଭଳି ଗଣ ବିବାହ ସମ୍ପନ୍ନ କରୁଛି । ଭୋଜିଭାତ ସାଙ୍ଗକୁ ଅନ୍ୟ ସମସ୍ତ ପାରମ୍ପରିକ କାର୍ଯ୍ୟ ପାଳନ କରାଯାଇ ବୈଦିକ ରୀତିରେ ଏହି ବିବାହ କରାଯାଇଛି । ହାତଗଣ୍ଠି ପକାଇ ବ୍ରାହ୍ମଣ ନବ ଯୋଡ଼ିଙ୍କ ବିବାହ ସମ୍ପନ୍ନ କରିବା ପରେ ଉପସ୍ଥିତ ବର ପକ୍ଷ ଓ କନ୍ୟାପକ୍ଷ ସେମାନଙ୍କୁ ଆଶୀର୍ବାଦ ମଧ୍ୟ ଦେଇଛନ୍ତି । ଏହା ସହିତ ସଙ୍ଗଠନ ପକ୍ଷରୁ ବରଯାତ୍ରୀ ଓ ନିମନ୍ତ୍ରିତ ଅତିଥିଙ୍କ ପାଇଁ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
7 pairs of poor girls and boys got married in Padukashram | Argus News