Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୧୧ ରୁ ରାଜ୍ୟସ୍ତରୀୟ ନାରାୟଣ ନାଟ୍ୟ ମହୋତ୍ସବ , ମଞ୍ଚସ୍ଥ ହେବ ୮ ପ୍ରସିଦ୍ଧ ନାଟକ

Odisha

୧୧ ରୁ ରାଜ୍ୟସ୍ତରୀୟ ନାରାୟଣ ନାଟ୍ୟ ମହୋତ୍ସବ , ମଞ୍ଚସ୍ଥ ହେବ ୮ ପ୍ରସିଦ୍ଧ ନାଟକ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
୧୧ ରୁ  ରାଜ୍ୟସ୍ତରୀୟ ନାରାୟଣ ନାଟ୍ୟ ମହୋତ୍ସବ , ମଞ୍ଚସ୍ଥ ହେବ ୮ ପ୍ରସିଦ୍ଧ ନାଟକ

ଅର୍ଗସ ବ୍ୟୁରୋ  : ୧୧ ରୁ ହେବ ରାଜ୍ୟସ୍ତରୀୟ ନାରାୟଣ ନାଟ୍ୟ ମହୋତ୍ସବ।ମଞ୍ଚସ୍ଥ ହେବ ୮ ପ୍ରସିଦ୍ଧ ନାଟକ। ସ୍ୱର୍ଗତ ନାରାୟଣ ଚନ୍ଦ୍ର ରାୟ ମହାପାତ୍ରଙ୍କ ସ୍ମୃତିରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ନାଟ୍ୟ ଉତ୍ସବ । ବିଶିଷ୍ଟ , ନାଟ୍ୟକାର, କଳାକାର, ଗୀତିକାର , କବି, ସଂଗଠକ, ନିର୍ଦେଶକ ତଥା ସ୍ରଷ୍ଟା  ସ୍ୱର୍ଗତ ନାରାୟଣ ଚନ୍ଦ୍ର ରାୟ ମହାପାତ୍ରଙ୍କ ସ୍ମୃତିରେ ଉତ୍ସର୍ଗୀକୃତ ନାଟ୍ୟ ମହୋତ୍ସବ । ପ୍ରଥମ ଦିନ ସନ୍ଧ୍ୟା ୫.୩୦ ରୁ ୭.୩୦ ପର୍ଯ୍ୟନ୍ତ ମଞ୍ଚସ୍ଥ ହେବ ଅସିମବସୁ ଫାଉଣ୍ଡେସନ ପକ୍ଷରୁ ନାରୀର କଙ୍କାଳ, ଦ୍ୱିତୀୟ ପର୍ଯ୍ୟାୟରେ ପରୀ ।

ଅଧିକ ପଢନ୍ତୁ ଓଡିଶା ଖବର

ଦ୍ବିତୀୟ ଦିନରେ ଉତ୍ତର ପୁରୁଷ ପକ୍ଷରୁ ଶେଷ ଅଧ୍ୟାୟ ଏବଂ ରଙ୍ଗଭୂମି ସମାନ୍ତର, ତୃତୀୟ ଦିନରେ ଶତାବ୍ଦୀର କଳାକାର ପକ୍ଷରୁ ଜୀବନ୍ୟାସ ଓ  ଅର୍ପଣ ନାଟକ ପରିବେଷଣ କରାଯିବ। ସେହିପରି ଅନ୍ତିମ ଦିବସରେ ଲାବଣ୍ୟ ଥିଏଟର ପକ୍ଷରୁ ଅନାଗତ ଏବଂ ପଞ୍ଚମବେଦ ପକ୍ଷରୁ ମଞ୍ଚସ୍ଥ ହେବ ଅବସର । ଏନେଇ ଭୁବନେଶ୍ଵରର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆୟୋଜକ ସୃଜନୀ। ଏହି ଅବସରରେ ବିଶିଷ୍ଟ କଳାକାରଙ୍କୁ ସମ୍ମାନିତ କରାଯିବ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
8 famous drama will be staged at the State Narayan Drama Festival from 11th | Argus News