Videos
|
Odisha

ଏହି ସିନେମାରୁ ଆରମ୍ଭ ହୋଇଥିଲା ଓଡ଼ିଆ ସିନେମାର ସ୍ୱର୍ଣ୍ଣିମ ଇତିହାସ

Jitendra Dash
Browse all articles by Jitendra Dash
·2 years ago·1 min read
ଏହି ସିନେମାରୁ ଆରମ୍ଭ ହୋଇଥିଲା ଓଡ଼ିଆ ସିନେମାର ସ୍ୱର୍ଣ୍ଣିମ ଇତିହାସ

ଅର୍ଗସ ବ୍ୟୁରୋ : ୮୮ ବର୍ଷରେ ପାଦ ଥାପିଲା ଓଡ଼ିଆ ସିନେମା । ସୀତାବିବାହରୁ ଆରମ୍ଭ ହୋଇଥିଲା ଓଡ଼ିଆ ସିନେମାର ଯାତ୍ରା । ୧୯୩୬ ମସିହା ଆଜିର ଦିନରେ ପ୍ରଥମ ଓଡ଼ିଆ ନୂଆ ଚଳଚ୍ଚିତ୍ର 'ସୀତା ବିବାହ' ପୁରୀର ଲକ୍ଷ୍ମୀ ଟକିଜରେ ମୁକ୍ତିଲାଭ କରିଥିଲା । ୧୯୩୬ ମସିହାରେ ରିଲିଜ ହୋଇଥିବା ଏହି ପ୍ରଥମ ଓଡ଼ିଆ ଚଳଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ମୋହନ ସୁନ୍ଦର ଦେବ ଗୋସ୍ବାମୀ ।

ମୋହନ ସୁନ୍ଦର ଦେବ ଗୋସ୍ବାମୀ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ୧୯୩୬ ମସିହା ଆଜିର ଦିନରେ ମୁକ୍ତିଲାଭ କରିଥିଲା । ଏହା ପୁରୀର ଲକ୍ଷ୍ମୀ ଟକିଜରେ ମୁକ୍ତିଲାଭ କରିଥିଲା ପରେ ଏହା କଟକର ସିନେମା ପ୍ୟାଲେସରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ର ଟି ପ୍ରଭୁ ରାମ ଓ ମାତା ସୀତାଙ୍କ ବିବାହ ବିଷୟକୁ ନେଇ ନିର୍ମାଣ ହୋଇଥିଲା। ଚଳଚ୍ଚିତ୍ରରେ ରାମ ଭୂମିକାରେ ମାଖନଲାଲ୍ ବାନାର୍ଜୀ ଅଭିନୟ କରିଥିଲେ । 

ଅଧିକ ପଢନ୍ତୁ ମନୋରଞ୍ଜନ ଖବର

ପ୍ରଭାବତୀ ସୀତା ଭୂମିକାରେ ଅଭିନୟ କରିଥିବା ବେଳେ ଲକ୍ଷ୍ମଣ ଭୂମିକାରେ ଆଦିତ୍ୟ ବଲ୍ଲଭ ମହାନ୍ତି ଅଭିନୟ କରିଥିଲେ । ଓଡିଆରେ ପ୍ରଥମ ଚଳଚ୍ଚିତ୍ର ହୋଇଥିବାରୁ ପ୍ରଯୋଜକ ଉଦ୍ଧାର କରି ଅଭିନେତାମାନଙ୍କୁ ଟଙ୍କା ଦେଇଥିଲେ । ଚଳଚ୍ଚିତ୍ରଟିକୁ ତିଆରି କରିବା ପାଇଁ ୩୦,୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ଚଳଚ୍ଚିତ୍ର ରେ ରାମ ଭୂମିକା ପାଇଁ ୧୨୦ ଟଙ୍କା, ଲକ୍ଷ୍ମଣ ଭୂମିକା ୩୫ ଟଙ୍କା ପାଇଥିବା ବେଳେ ସୀତା ଭୂମିକାରେ ଅଭିନୟ କରିଥିବା ପ୍ରଭାବତୀ ୧୫୦ ଟଙ୍କା ପାଇଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: