Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୮୮ତମ ଉତ୍କଳ ଦିବସ ପାଳନ

Odisha

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୮୮ତମ ଉତ୍କଳ ଦିବସ ପାଳନ

Jitendra Dash
Browse all articles by Jitendra Dash
·2 years ago·2 min read
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୮୮ତମ ଉତ୍କଳ ଦିବସ ପାଳନ

ଅର୍ଗସ ବ୍ୟୁରୋ : ଭାଷା ଦ୍ୱାରା ହିଁ ଗୋଟିଏ ଜାତିର ଇତିହାସ, ସଂସ୍କୃତି ଓ ଐତିହ୍ୟ ସଂପର୍କରେ ଜଣା ପଡେ । ରାଜ୍ୟ ସରକାରଙ୍କ ଅପାରଗତା, ନିଷ୍କ୍ରିୟତା ଓ ନେତୃତ୍ୱ ଅଭାବ କାରଣରୁ ଓଡିଶାର ସୀମା ଆଜି ଅସୁରକ୍ଷିତ । ରାଜ୍ୟରେ ଦିନକୁ ଦିନ ଓଡିଆ ଭାଷା ପ୍ରତି ସମ୍ମାନ ଓ ଆନ୍ତରିକତା କମିବା ରାଜ୍ୟକୁ ଏକ ବିପଦପୂର୍ଣ୍ଣ ଭବିଷ୍ୟତ ଆଡକୁ ନେଇଯାଉଛି । ଓଡିଆ ଭାଷାକୁ ରାଜ୍ୟରେ ବିଜେଡି ସରକାର ଯଥେଷ୍ଟ ସମ୍ମାନ ଦେଉନଥିବା କାରଣରୁ ଏବଂ ଅପାରଗତା କାରଣରୁ ଓଡିଆ ଭାଷା, ସଂସ୍କୃତି ଓ ଐତିହ୍ୟ ଆଜି ସଂକଟରେ ପଡିଛି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ୮୮ତମ “ଉତ୍କଳ ଦିବସ” ପାଳନ ଅବସରରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଓଡ଼ିଶାର ସାହିତ୍ୟ, ସଂସ୍କୃତି, କଳା, ଭାସ୍କର୍ଯ୍ୟ ସମଗ୍ର ବିଶ୍ୱରେ ଅନନ୍ୟ । କୋଣାର୍କର ସୂର୍ଯ୍ୟ ମନ୍ଦିର, ପୁରୀର ଶ୍ରୀ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଏହାର ମୁକସାକ୍ଷୀ । ଏହି ଜାତିର ନମସ୍ୟ ସମ୍ରାଟ ଖାରବେଳ ଖ୍ରୀଷ୍ଟପୂର୍ବ ପ୍ରଥମ ଶପ୍ତାବ୍ଦୀରେ ମହାନ କଳିଙ୍ଗ ସାମ୍ରାଜ୍ୟର ସଂପ୍ରସାରଣ କରିଥିଲେ । ଓଡିଶାର ସାଧବପୁତ୍ର ସୁଦୁର ଶ୍ରୀଲଙ୍କା, ଜାଭା, ବର୍ଣ୍ଣିଓ ଓ ସୁମାତ୍ରା ସହ ନୌବାଣିଜ୍ୟ ସମ୍ପର୍କ ପ୍ରତିଷ୍ଠା କରି ଏହି ରାଜ୍ୟକୁ ସଂବୃଦ୍ଧ କରିଥିଲେ ।  ମଗଧ ସମ୍ରାଟ ଅଶୋକ ଉଦୟଗିରି ଉପରେ ଥିବା ଜୀନ ମୂର୍ତିକୁ ଖ୍ରୀଷ୍ଟପୂର୍ବ ତୃତୀୟ ଶବ୍ଦାଦ୍ଦୀରେ ଅପହରଣ କରିନେଇଥିଲେ । ଖାରବେଳ ମଗଧ ଜୟ କରି ପୁଣି ଏହାକୁ ଓଡ଼ିଶାକୁ ଫେରାଇ ଆଣି ଉଦୟଗିରି ଉପରେ ପ୍ରତିଷ୍ଠା କରିଥିଲେ । 

ଉତ୍କଳର ରାଜା କପିଳେନ୍ଦ୍ର ଦେବ ୯ଟି ରାଜ୍ୟ ଜୟ କରି ନିଜକୁ ଗଜପତି ସମ୍ରାଟରୂପେ ଘୋଷଣା କରିଥିଲେ । ଏହି ସମୟରେ ଶାରଳା ଦାସ ଓଡ଼ିଆ ମହାଭାରତ ରଚନା କରିଥିଲେ ।  ପ୍ରତାପ ରୁଦ୍ର ଦେବଙ୍କ ସମୟରେ ଜଗନ୍ନାଥ ଦାସ ଭାଗବତ ରଚନା କରିଥିଲେ । ୧୮୦୩ରେ ଇଂରେଜମାନେ ଓଡ଼ିଶାର ଶାସନ ଭାର ଗ୍ରହଣ କରିଥିଲେ । ଓଡ଼ିଶାରେ ଶିକ୍ଷାର ପ୍ରସାର ହେବା ପରେ ଉଚ୍ଚଶିକ୍ଷିତ ଓଡ଼ିଆମାନେ ଭାଷା ଭିତିରେ ଓଡ଼ିଶା ପ୍ରଦେଶ ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

୧୯୦୩ରେ ଉତ୍କଳ ସମ୍ମିଳନୀ ଜରିଆରେ ମଧୂସୁଦନ ଦାସ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ତାଙ୍କ ସହିତ ପାରଳାର ରାଜା ଗଜପତି କୃଷ୍ଣଚନ୍ଦ୍ର ଦେବ, ମୟୂରଭଞ୍ଜର ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ବାଲେଶ୍ୱରର ବିଶିଷ୍ଟ ଉପନ୍ୟାସିକ ଫକୀର ମୋହନ ସେନାପତି, ଓଡ଼ିଶାର ସୌନାମଧନ୍ୟ କବି ଗଙ୍ଗାଧର ମେହେର, ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ପ୍ରମୁଖ ନେତୃତ୍ୱ ନେଇଥିଲେ । ୧୯୨୯ରେ ସାଇମନ୍ କମିଶନ ଆଗରେ ମଧୁବାବୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଦାବି ରଖିଥିଲେ । ୧୯୩୦ରେ ମଧୁବାବୁ ଲଣ୍ଡନରେ ଗୋଲଟେବୁଲ ବୈଠକରେ ଯୋଗ ଦେଇ ଏହି ଦାବିକୁ ଦୋହରାଇ ଥିଲେ । ମଧୁବାବୁଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ବିଧିବଧଭାବେ ୧୯୩୪ମସିହାରେ ସ୍ୱତନ୍ତ୍ର ଓଡ଼ିଶାପ୍ରଦେଶ ଗଠନର ଘୋଷଣା କରାଯାଇଥିଲା । ୧୯୩୬ ଏପ୍ରିଲ ପହିଲାରେ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା ବୋଲି ମୁଖ୍ୟବକ୍ତା ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ରାଜ୍ୟ ସମ୍ପାଦିକ ଶ୍ରୀମତୀ କସ୍ତୁରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଧାୟକ ଅରବିନ୍ଦ ଢ଼ାଲି, ପ୍ରଶାନ୍ତ ଜଗଦ୍ଦେବ, ରାଜ୍ୟ ଉପସଭାପତି ବିଂରଚି ନାରାୟଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । “ଉତ୍କଳ ଦିବସ ପାଳନ” ଅବସରରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସମେତ ଉପସ୍ଥିତ ସମସ୍ତ ନେତୃବୃନ୍ଦ ଓଡିଶା ପ୍ରଦେଶ ଗଠନର ଶୀର୍ଷ ନେତୃତ୍ୱ ନେଇଥିବା ମହାପୁରୁଷମାନଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Argus Whatsapp Channel Mobile Top
Sponsored
88th Uttarakhand Day celebration at state BJP office | Argus News