|
logo
Live

Argus News - କୋଲକାତାରୁ ହେଉଥିଲା ଚୋରାଚାଲାଣ, କଟକ ମଙ୍ଗୁଳି ଟୋଲଗେଟ୍‌ ନିକଟରୁ ମାଡ଼ି ବସିଲା ଡିଆରଆଇର

Odisha

କୋଲକାତାରୁ ହେଉଥିଲା ଚୋରାଚାଲାଣ, କଟକ ମଙ୍ଗୁଳି ଟୋଲଗେଟ୍‌ ନିକଟରୁ ମାଡ଼ି ବସିଲା ଡିଆରଆଇର

Jitendra Dash
Browse all articles by Jitendra Dash
·2 years ago·1 min read
କୋଲକାତାରୁ ହେଉଥିଲା ଚୋରାଚାଲାଣ, କଟକ ମଙ୍ଗୁଳି ଟୋଲଗେଟ୍‌ ନିକଟରୁ ମାଡ଼ି ବସିଲା ଡିଆରଆଇର

ଅର୍ଗସ ବ୍ୟୁରୋ : କଟକ ମଙ୍ଗୁଳି ଟୋଲ୍‌ଗେଟ୍‌ ନିକଟରୁ ଜବତ ହେଲା ୯ କିଲୋରୁ ଅଧିକ ବିଦେଶୀ ସୁନା । ଏହି ଚାଲାଣ ଘଟଣାରେ ୨ ଗିରଫ ହୋଇଥିବା ବେଳେ ଡିଆରଆଇ ସୁନା ବିସ୍କୁଟ୍‌ ଓ ଏକ କାର୍‌ ଜବତ କରିଛି । କାର ଯୋଗେ କୋଲକାତାରୁ ସୁନା ଚୋରା ଚାଲାଣ ହେଉଥିବା ନେଇ ଡିଆରଆଇକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଡିଆରଆଇର କର୍ମଚାରୀମାନେ କଟକ ଜିଲ୍ଲା ମଙ୍ଗୁଳି ଟୋଲ୍‌ ପ୍ଲାଜା ନିକଟରେ ଛକି ବସିଥିଲେ । ସୁନା ଚାଲାଣ ହେଉଥିବା କାର୍‌ ଯେତେବେଳେ ଘଟଣାସ୍ଥଳକୁ ପହଞ୍ଚିଥିଲା, ଏଠାରେ ଥିବା କର୍ମଚାରୀମାନେ କାରକୁ ଅଟକାଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଯାଞ୍ଚ ବେଳେ କାର୍‌ ଭିତରୁ ୯ ହଜାର ୧୮୦ ଗ୍ରାମର ସୁନା ବିସ୍କୁଟ ମିଳିଥିଲା, ଯାହାର ମୂଲ୍ୟ ୬ କୋଟି ୪୪ ଲକ୍ଷ ୪୬ ହଜାର ୧୬୪ ଟଙ୍କା ହେବ। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ଡିଆରଆଇ । ଚୋରାଚାଲାଣ ହେଉଥିବା ଗାଡି ବି ଜବତ କରାଯାଇଛି । ତେବେ ଅଭିଯୁକ୍ତମାନେ ସୁନାକୁ କେଉଁଠାକୁ ନେଉଥିଲେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ତଦନ୍ତ ପରେ ଏହା ଜଣାପଡ଼ିବ ବୋଲି ଡିଆରଆଇ ପକ୍ଷରୁ କୁହାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
କୋଲକାତାରୁ ହେଉଥିଲା ଚୋରାଚାଲାଣ, କଟକ ମଙ୍ଗୁଳି ଟୋଲଗେଟ୍‌ ନିକଟରୁ ମାଡ଼ି ବସିଲା ଡିଆରଆଇର | Argus News