Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବୌଦ୍ଧ ପୋଲିସକୁ ସଫଳତା : ଆତ୍ମସମର୍ପଣ କଲେ ୯ ମାଓବାଦୀ

Jitendra Dash
Browse all articles by Jitendra Dash
·2 years ago·1 min read
ବୌଦ୍ଧ ପୋଲିସକୁ ସଫଳତା : ଆତ୍ମସମର୍ପଣ କଲେ ୯ ମାଓବାଦୀ

ଅର୍ଗସ ବ୍ୟୁରୋ : ସାଧାରଣ ନିର୍ବାଚନ ପୂର୍ବରୁ ବୌଦ୍ଧ ପୋଲିସକୁ ବଡ଼ ଧରଣ ସଫଳତା । ବୌଦ୍ଧ ଜିଲ୍ଲାରେ ଆତ୍ମ ସମର୍ପଣ କଲେ ଛତିଶଗଡ଼ ଦନ୍ତେୱାଡା ଅଞ୍ଚଳର ୯ ଜଣ ମାଓବାଦୀ । ଏମାନଙ୍କ ଭିତରେ ୨ ମହିଳା ମାଓବାଦୀ ଥିବା ଜଣାଯାଇଛି।ସମସ୍ତ ୯ ମାଓବାଦୀ ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲାର ବୋଲି ସୂଚନା ରହିଛି । 

ସେମାନେ ମୁଖ୍ୟ ସ୍ରାତରେ ସାମିଲ ହେବାକୁ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଇଛି । ଦୁଇ ମହିଳା ମାଓବାଦୀଙ୍କ ନାମ ୟୋଗି ମାଡଭି ଓ ପୋଜେ ମାଡଭି ବୋଲି ଜଣାଯାଇଛି। ଠିକ୍ ସେହିପରି ପୁରୁଷ ମାଓବାଦୀମାନେ ହେଲେ ଭୀମ କାଡଟି, ଭୀମ ବଂଜାମ, ବନ୍ଦୀ ବଂଜାମ, ଅରମା ରାବୀ, ମଲ୍ଲା ମାଡଭି,  ଦେବ କାଟଭି ଓ ଆୟତା ମାଡଭି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୋଲିସ୍ ପ୍ରଶାସନ ତରଫରୁ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଛି । ମାଓବାଦୀ ମାନଙ୍କୁ କାମରେ ବାଧା ହେଲେ ଦିଆଯାଉଥିଲା ନିର୍ଯାତନା ତେଣୁ ନିଜସ୍ୱ ମତରେ ମାଓବାଦୀ ମାନେ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ମାଓବାଦୀ । ଅପରେସନ ଜାରି ରହିବ ଓ ଆଗାମୀ ନିର୍ବାଚନ ଠିକ ଭାବେ ପରିଚାଳନା ସଠିକ ଭାବେ ହେବ ବୋଲି ବୌଦ୍ଧ ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି ।

Sponsored
9 Maoists including 2 women cadres surrender in Odisha’s Boudh | Argus News