କଟକ ଜୁଡ଼ିସିଆଲ ଏକାଡେମୀ ଛକରୁ ଜବତ ହେଲା ୯୬୦ ଲିଟର ଦେଶୀ ମଦ
·2 years ago

ଅର୍ଗସ ବ୍ୟୁରୋ : କଟକ ଜୁଡ଼ିସିଆଲ ଏକାଡେମୀ ଛକରୁ ୯୬୦ ଲିଟର ଦେଶୀ ମଦ ଜବତ ସହ ଦୁଇ ଜଣଙ୍କୁ ଗିରଫ କଲା କଟକ ଜିଲ୍ଲା ଅବକାରୀ ବିଭାଗ । ଗିରଫ ଦୁଇ ଜଣ ହେଲେ ତିଗିରିଆ ଅଞ୍ଚଳର ଦୀପକ ପଣ୍ଡା ଓ ଗୌତମ ପ୍ରଧାନ । ଆଠଗଡରୁ ଏହି ଦେଶୀ ମଦ କଟକ ଜୁଡ଼ିସିଆଲ ଏକାଡେମୀ ଛକ ଦେଇ ଚାଲାଣ ସମୟରେ ମାଡ଼ିକୁ ବସିଲା ଅବକାରୀ ବିଭାଗ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗୋଟିଏ ବୋଲେରୋ କାରରେ ହେଉଥିଲା ଏହି ଦେଶୀ ମଦ ଚାଲାଣ । ତେବେ ଜବତ ହୋଇଥିବା ଦେଶୀ ମଦ ଓ ବୋଲେରୋର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ବର୍ତ୍ତମାନ ବେଆଇନ ମଦ, ଗଞ୍ଜେଇ, ବ୍ରାଉନ ସୁଗାର ଚାଲାଣ ଉପରେ ଜୋରଦାର ଚଢାଉ କରାଯାଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: