Wild Boar Attack / ଚିଲିକାରେ ବାରହା ଆତଙ୍କ; ଯୁବକଙ୍କ ଆଙ୍ଗୁଠି କଟି ଦୁଇ ଖଣ୍ଡ
·5 months ago·2 min read

Key Points
ସାବଧାନ ! ଚିଲିକାରେ ମାତିଛି ବାରହା
ଆକ୍ରମଣରେ ଯୁବକ ଗୁରୁତର ଆହତ
ହାତ ଆଙ୍ଗୁଠି କଟି ହେଲା ଦୁଇ ଖଣ୍ଡ
ଆକ୍ରମଣରେ ଯୁବକ ଗୁରୁତର ଆହତ
ହାତ ଆଙ୍ଗୁଠି କଟି ହେଲା ଦୁଇ ଖଣ୍ଡ
ଖୋର୍ଦ୍ଧା ଜିଲ୍ଲା ମାନସିଂହପୁରରେ ବାରହା ଆକ୍ରମଣ । ଜଙ୍ଗଲୀ ପଶୁ ଆକ୍ରମଣରେ ଜଣେ ଯୁବକଙ୍କ ହାତ ଆଙ୍ଗୁଠି ଦୁଇ ଖଣ୍ଡ ହୋଇଯାଇଛି । ଏହାସହିତ ଯୁବକଙ୍କ ଶରୀରରେ ଗଭୀର ଆଘାତ ଲାଗିଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।
ସୂଚନା ମୁତାବକ ଏକ ଜଙ୍ଗଲୀ ବାରାହା ଖାଦ୍ୟ ଅନୁସରଣରେ ଆସି ମାନସିଂହପୁର ଗ୍ରାମର ଝରିଆ ବେହେରାଙ୍କ କୂଅରେ ଗଳି ପଡ଼ିଥିଲା । ସକାଳୁ ଲୋକମାନେ ଦେଖି ସ୍ଥାନୀୟ ଅଗ୍ନିଶମ ବିଭାଗ ଏବଂ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଉଭୟ ବିଭାଗ ପହଞ୍ଚି ଜଙ୍ଗଲୀ ବାରହାଟିକୁ ସୁରକ୍ଷିତ ଭାବେ ପ୍ରଥମେ ଉଦ୍ଧାର କରିଥିଲେ ଏବଂ ଏହାପରେ ଛାଡ଼ି ଦେଇଥିଲେ । ଠିକ ସେହି ସମୟରେ ଉକ୍ତ ଗ୍ରାମର ରାଜୀବ ବେହେରା ଘରକୁ ଫେରୁଥିବା ବେଳେ ବାରାହାଟିର ଆକ୍ରମଣରେ ଶିକାର ହୋଇଥିଲେ ।
ଯାହା ଫଳରେ ଯୁବକ ଜଣକର ଶରୀରରେ ଗଭୀର ଆଘାତ ଲାଗିଛି । ସବୁଠୁ ଛାତିଥର ଘଟଣା ହେଉଛି ଯୁବକଙ୍କ ହାତରୁ ଗୋଟିଏ ଆଙ୍ଗୁଠି ସମ୍ପୂର୍ଣ ଅଲଗା ହୋଇଯାଇଛି । ଆହତ ଯୁବକଙ୍କୁ ବନ ବିଭାଗ ଅଧିକାରୀମାନେ ନିକଟସ୍ଥ ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ପ୍ରାଥମିକ ଚିକିତ୍ସା କରି ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତରିତ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ପାଇଁ ଗ୍ରାମର ଲୋକମାନେ ବନ ବିଭାଗ ଏବଂ ଅଗ୍ନିଶମ ବିଭାଗ ଅଧିକାରୀମାନଙ୍କ ଦାୟିତ୍ୱହୀନତା ପାଇଁ ଘଟିଛି ବୋଲି କହିଛନ୍ତି । ସେପଟେ ବାରହା ବୁଲିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଜଙ୍ଗଲୀ ବାରହାଟି ଯେପରି ଆଗାମୀ ଦିନରେ ଆଉ କାହାକୁ ଆକ୍ରମଣ ନ କରେ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉ ବୋଲି ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି ।
ଏଥିସହ ପଢନ୍ତୁ: ପୁରୀ ବେଳାଭୂମିରେ ଗାଧୋଇବା ହେଲା କାଳ; ବୁଡ଼ିଗଲେ ମାଆପୁଅ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories