Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Puri Sea Beach Death / ପୁରୀ ବେଳାଭୂମିରେ ଗାଧୋଇବା ହେଲା କାଳ; ବୁଡ଼ିଗଲେ ମାଆପୁଅ

Debashree Debasmita Sahoo
Browse all articles by Debashree Debasmita Sahoo
·5 months ago·2 min read
ପୁରୀ ବେଳାଭୂମିରେ ଗାଧୋଇବା ହେଲା କାଳ; ବୁଡ଼ିଗଲେ ମାଆପୁଅ
Mother Son Death

Key Points

ପୁଣି ପୁରୀ ସମୁଦ୍ରରେ ବୁଡ଼ିଗଲେ ପର୍ଯ୍ୟଟକ
ଖୁସିରେ ଗାଧୋଇବା ବେଳେ ଘଟିଲା ଅଘଟଣ
ଡକାଡକି ହୋଇ ଚାଲିଗଲେ ମାଆପୁଅ
ମାଆକୁ ବଞ୍ଚାଇବାକୁ ଯାଇ ପୁଅର ଗଲା ଜୀବନ
ଆସିଥିଲେ ଜଗା ଦର୍ଶନ ପାଇଁ । ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟରେ ମତୁଆଲା ହୋଇ ଗାଧୋଇବା ପାଇଁ ସମୁଦ୍ର ଭିତରକୁ ପଶିଥିଲେ । ହେଲେ ଗାଧୋଇବା ହେଲା କାଳ । ଡକାଡକି ହୋଇ ଚାଲିଗଲେ ମାଆପୁଅ । ଏଭଳି ଅଭାବନୀୟ ଓ ହୃଦୟବିଦାରକ ଘଟଣା ପୁରୀ ଚକ୍ରତୀର୍ଥ ରୋଡରେ ଥିବା ହୋଟେଲ୍ପିଙ୍କ୍ ହାଉସ୍ ବେଳାଭୂମିରେ ଘଟିଛି । ବୁଡ଼ିଯାଉଥିବା ମାଆକୁ ବଞ୍ଚାଇବାକୁ ଯାଇ ପୁଅର ମଧ୍ୟ ଜୀବନ ଯାଇଛି ।

ସମୁଦ୍ରକୁ ସ୍ନାନ ବେଳେ ମାଆ ପୁଅଙ୍କର ଜୀବନ ଯାଇଛି । ମୃତକ ହେଉଛନ୍ତି ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର ଅଙ୍କିତ ଗୁପ୍ତା ଓ କୁସୁମ ଗୁପ୍ତା । ଉଭୟ ମାଆ ପୁଅ ବେଳାଭୂମିରେ ସ୍ନାନ କରିବା ସମୟରେ ରିପ୍ କରେଣ୍ଟ ଏବଂ ଉଚ୍ଚ ଜୁଆରରେ ଭାସି ଯାଇଥିଲେ । ପ୍ରଥମେ ମାଆ କୁସୁମ ଗୁପ୍ତା ଗଭୀର ସମୁଦ୍ର ଭିତରକୁ ଚାଲିଯାଉଥିବାର ଦେଖି ତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପୁଅ ଚେଷ୍ଟା କରିବା ସମୟରେ ଉଭୟ ମାଆ ପୁଅଙ୍କର ମୃତ୍ୟୁ ହୋଇଛି । ଉଭୟଙ୍କୁ ଗଭୀର ସମୁଦ୍ର ଭିତରୁ ଲାଇଫଗାର୍ଡ, ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ପୁରୀ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।

ନିକଟରେ ଆଉ ଜଣେ ଝାଡ଼ଖଣ୍ଡରୁ ଆସିଥିବା ପର୍ଯ୍ୟଟକ ଆଲୋକ କୁମାର ବିଶ୍ୱକର୍ମା ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ । ସେ ନୂଆବର୍ଷ ପୂର୍ବରୁ ଡିସେମ୍ବର ୧୭ ତାରିଖରେ ପୁରୀ ବେଳାଭୂମିରେ ଗାଧୋଉଥିବା ସମୟରେ ସେକ୍ଟର ୧୦ ନମ୍ବର ବେଳାଭୂମି ଅର୍ଥାତ ସ୍ୱର୍ଗଦ୍ବାର ସମ୍ମୁଖ ବେଳାଭୂମିରେ ସ୍ନାନ କରିବା ସମୟରେ ରିପ୍ କରେଣ୍ଟ ସହ ବଡ ଲହଡି ମାଡରେ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ। ଅନ୍ୟ ପର୍ଯ୍ୟଟକମାନେ ଏହା ଦେଖି ଲାଇଫଗାର୍ଡଙ୍କୁ ଖବର ଦେଇଥିଲେ ।

ସରକାରୀ ଲାଇଫଗାର୍ଡମାନେ ଦେବଦୂତ ସାଜି ଗଭୀର ସମୁଦ୍ରକୁ ଯାଇ ଉକ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ତେବେ ପୁରୀ ବେଳାଭୂମିରେ ଏଭଳି ଉଚ୍ଚ ଲହଡି ମାଡ ଓ ରିପ୍ କରେଣ୍ଟ ଯୋଗୁଁ ପର୍ଯ୍ୟଟକମାନେ ପ୍ରତ୍ୟେକ ଦିନ ଗଭୀର ସମୁଦ୍ର ଭିତରକୁ ଚାଲିଯାଉଥିବାର ଦେଖିବାକୁ ମିଳୁଛି । ତେବେ ଲାଇଫଗାର୍ଡଙ୍କ କଥା ମାନି ସୁରକ୍ଷିତ ସ୍ନାନ କରିବା ଉଚିତ ବୋଲି ମତ ପ୍ରକାଶ ପାଇଛି । 

ଏଥିସହ ପଢନ୍ତୁ: ବ୍ରହ୍ମପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୫ ଜଣଙ୍କ ଉପରେ ମାଡ଼ିଗଲା ଟ୍ରକ୍
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Mother and Son Duo Drown to death at Puri Sea Beach Odisha | Argus News