Truck Hits Bike / ବ୍ରହ୍ମପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୫ ଜଣଙ୍କ ଉପରେ ମାଡ଼ିଗଲା ଟ୍ରକ୍
·5 months ago·2 min read

Key Points
ବ୍ରହ୍ମପୁରରେ ଭୟଙ୍କର ଦୁର୍ଘଟଣା
ଟ୍ରକ୍-ବାଇକ୍ ଧକ୍କାରେ ଚାଲିଗଲା ୫ ଜୀବନ
୬ ଜଣ ଆହତ ହୋଇଥିବା ସୂଚନା
ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ
ଟ୍ରକ୍-ବାଇକ୍ ଧକ୍କାରେ ଚାଲିଗଲା ୫ ଜୀବନ
୬ ଜଣ ଆହତ ହୋଇଥିବା ସୂଚନା
ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ହଳଦିଆପଦ ଓଭରବ୍ରିଜ୍ ନିକଟରେ ଆଜି ଅପରାହ୍ନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ୫ ଜଣଙ୍କ ଉପରେ ମାଡ଼ିଗଲା କିଲ୍ଲର ଟ୍ରକ୍ । ବିପରୀତ ଦିଗରୁ ଟ୍ରକ୍ ଆସି ୩ଟି ବାଇକ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ହଠାତ୍ ଟ୍ରକ୍ଟି ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟି ଜାତୀୟ ରାଜପଥରେ ଏଣେତେଣେ ପଡ଼ିଛି ମୃତଦେହ । ସେପଟେ ୬ ଜଣ ଆହତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
କେମିତି ଘଟିଲା ଦୁର୍ଘଟଣା ?
ଟ୍ରକ୍ଟି ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସି ଛିଡ଼ା ହୋଇଥିବା ୩ଟି ବାଇକ୍କୁ ଧକ୍କା ଦେଇଥିଲା । ବାଇକ୍ ଉପରେ ଥିବା ୫ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ଏଣେତେଣେ ରାସ୍ତା ଉପରେ ପଡ଼ିଛି ମୃତଦେହ । ଦୁର୍ଘଟଣାରେ ଏକାଧିକ ଆହତ ହୋଇଥିବା ସୂଚନା । ସେପଟେ ଟ୍ରାଫିକ ସମସ୍ୟା ଉପୁଜିଥିବାବେଳେ ପୋଲିସ ପହଞ୍ଚି ଟ୍ରାଫିକକୁ ନିୟନ୍ତ୍ରଣ କରିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭରକୁ ସ୍ଥାନୀୟ ଲୋକେ କାବୁ କରିଥିଲେ । ପୋଲିସ ତାକୁ ଗିରଫ କରିନେଇଛି ବୋଲି ଦକ୍ଷିଣାଞ୍ଚଳ ଆଇଜି ନୀତିଶ ଶେଖର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ମୃତକଙ୍କ ମିଳିଲା ପରିଚୟ
ସେପଟେ ଜଣେ ମୃତକଙ୍କ ପରିଚୟ ମିଳିଛି । ସେ ହେଉଛନ୍ତି ଅଯୋଧ୍ୟା ନଗରର ୪୨ ବର୍ଷୀୟ ବ୍ୟକ୍ତି ସୂର୍ଯ୍ୟ ନାରାୟଣ ପଣ୍ଡା । ପୋଲିସ ତାଙ୍କ ପରିବାରକୁ ଖବର ଦେଇଥିବାବେଳେ ମୃତ ସୂର୍ଯ୍ୟଙ୍କ ପତ୍ନୀ ଡାକ୍ତରଖାନାରେ ପହଞ୍ଚିଛନ୍ତି । ସେପଟେ ଆଉ ୪ ଜଣ ମୃତକଙ୍କ ପରିଚୟ ମିଳିପାରିନାହିଁ । ସେମାନଙ୍କ ଆନୁମାନିକ ବୟସ ପ୍ରାୟ ୨୬ରୁ ୨୭ ବର୍ଷ ହେବ ବୋଲି କୁହାଯାଉଛି । ଦୁର୍ଘଟଣାରେ ଗୁରୁତର ହୋଇଥିବା ୬ ଜଣଙ୍କୁ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି ।
ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର ହଳଦିଆପଦରର ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଏକ୍ସ ମାଧ୍ୟମରେ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଥିବାବେଳେ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF)ରୁ ₹୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଏହି ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହ ପଢନ୍ତୁ: ଯାଉଥିଲେ ବୃଦ୍ଧ ମାଡ଼ିଗଲା ଟ୍ରକ୍, ଛିନଭିନ୍ ହୋଇଗଲା ବୃଦ୍ଧଙ୍କ ଶରୀର

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟ ହଳଦିଆପଦରଠାରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଏକାଧିକ ଲୋକଙ୍କ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ…
— CMO Odisha (@CMO_Odisha) January 31, 2026
ଏଥିସହ ପଢନ୍ତୁ: ଯାଉଥିଲେ ବୃଦ୍ଧ ମାଡ଼ିଗଲା ଟ୍ରକ୍, ଛିନଭିନ୍ ହୋଇଗଲା ବୃଦ୍ଧଙ୍କ ଶରୀର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories