Nisa Maharana / କୋର୍ଟରେ ହାଜର ହେଲେ ନିଶା ମହାରଣା; ବହୁଦିନ ଧରି ଖୋଜୁଥିଲା ବଲାଙ୍ଗୀର ସଦର ପୋଲିସ
·7 months ago·2 min read

Key Points
ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣା
କୋର୍ଟରେ ନିଶା ମହାରଣାଙ୍କ ଆତ୍ମସମର୍ପଣ
ବଲାଙ୍ଗୀର ସଦର ଥାନାରେ ହୋଇଥିଲା ଅଭିଯୋଗ
କୋର୍ଟରେ ନିଶା ମହାରଣାଙ୍କ ଆତ୍ମସମର୍ପଣ
ବଲାଙ୍ଗୀର ସଦର ଥାନାରେ ହୋଇଥିଲା ଅଭିଯୋଗ
କୋର୍ଟରେ ମଞ୍ଚ ଅଭିନେତ୍ରୀ ନିଶା ମହାରଣାଙ୍କ ଆତ୍ମସମର୍ପଣ । ଅଶ୍ଳୀଳ ନୃତ୍ୟ ପରିବେଷଣ ଅଭିଯୋଗରେ ବଲାଙ୍ଗୀର ସଦର ଥାନାରେ ହୋଇଥିଲା ମାମଲା । ଅଭିନେତ୍ରୀ ନିଶା ମହାରଣା ବଲାଙ୍ଗୀର ଏସଡିଜେଏମ କୋର୍ଟରେ ହାଜର ହୋଇଛନ୍ତି ।
ବଲାଙ୍ଗୀର ସଦର ଥାନା ଚନ୍ଦନଭାଟି ଗାଁରେ ଗତ ଡିସେମ୍ବର ୧୨ ରାତିରେ ଅଶ୍ଳୀଳ ନୃତ୍ୟ ପରିବେଷଣ ମାମଲାରେ ଆଜି ବଲାଙ୍ଗୀର କୋର୍ଟରେ ହାଜର ହୋଇଛନ୍ତି ନିଶା । ଡିସେମ୍ବର ୧୪ରେ ତତ୍କାଳୀନ ଚନ୍ଦନଭାଟି ଫାଣ୍ଡି ଅଧିକାରୀ ରଞ୍ଜିତ ପଧାନ ଏ ନେଇ ବଲାଙ୍ଗୀର ସଦର ଥାନାରେ ଅଭିଯୋଗ କରିଥିଲେ । ସଦର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଡିସେମ୍ବର ୧୫ରେ ଯାତ୍ରା କମିଟି ସଭାପତି ଓ ସଂପାଦକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ଏଥିସହ ପଢନ୍ତୁ: ଜାସମିନଙ୍କୁ ଛାଡି ମିଷ୍ଟ୍ରି ଗର୍ଲଙ୍କ ସହ ଅଲି, ଧୋକାକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ...

- ଆଗୁଆ ମିଳିଥିଲା ଜାମିନ
ଏଥିସହ ପଢନ୍ତୁ: ଜାସମିନଙ୍କୁ ଛାଡି ମିଷ୍ଟ୍ରି ଗର୍ଲଙ୍କ ସହ ଅଲି, ଧୋକାକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ବଲାଙ୍ଗୀରରେ ଅଶ୍ଳୀଳ ଡାନ୍ସ କରିଥିଲେ ନିଶା
ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନବାଟି ଗ୍ରାମରେ ଅପେରା ଦୁର୍ଗା ମନ୍ଦିର ନାଁରେ ଗତ ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଅପେରା ପ୍ରଦର୍ଶିତ ହୋଇଥିଲା ଏବଂ ଏହାକୁ ସାଇ କୃପା ଏସଏଚଜି ଦ୍ଵାରା ଆୟୋଜିତ କରାଯାଇଥିଲା । ତେବେ ଅପେରା କମିଟି ଆଇଟମ୍ ଡ୍ୟାନ୍ସର ନିଶା ମହାରଣାଙ୍କୁ ଡାକିଥିଲା । ଏଠାରେ ନିଶା ଅଶ୍ଳୀଳ ନୃତ୍ୟ ପରିବେଷଣ କରି ଯାତ୍ରାପ୍ରେମୀଙ୍କୁ ଲଜ୍ଜିତ କରିଥିଲେ ।
ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏହାପରେ ବଲାଙ୍ଗୀର ସଦର ପୋଲିସ ମାମଲା ରୁଜୁ କରିଥିଲା । ଆୟୋଜକ କମିଟିର ସଭାପତି ସୁରେନ୍ଦ୍ର ନାଗ, ସମ୍ପାଦକ ରାଧେଶ୍ୟାମ ମେହେର, ଅପେରା ମ୍ୟାନେଜର ଶଙ୍କର ସେନାପତି ଓ ଅନ୍ୟ ସଦସ୍ୟମାନଙ୍କ ସହ ଅଭିନେତ୍ରୀ ନିଶା ମହାରଣାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଏଥିରେ ପୋଲିସ୍ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଛି । କିଛି ଦିନ ତଳେ ବଲାଙ୍ଗୀର ପୋଲିସ ରାଜଧାନୀ ଭୁବନେଶ୍ଵର ଆସି ନିଶା ମହାରଣାଙ୍କୁ ଖୋଜୁଥିଲା । ହେଲେ ନିଶା ନିଜ ଆପାର୍ଟମେଣ୍ଟରୁ ସକାଳୁ ସକାଳୁ ଗାଏବ ହୋଇଯାଇଥିଲେ । ଏହାର କିଛି ଦିନ ପରେ ସେ କୋର୍ଟରେ ପହଞ୍ଚି ଆତ୍ମସମର୍ପଣ କରିଛନ୍ତି ।
Related Topics
Explore more stories