Pan Masala / ବଜାରରେ ମିଳିବ ପାନ ମସଲା, କାହିଁକି ନିଷ୍ପତ୍ତି ପରିବର୍ତ୍ତନ କଲେ ସରକାର ?
·7 months ago·2 min read

Key Points
ରାଜ୍ୟରେ ବ୍ୟାନ୍ ହେବନି ପାନ ମସଲା
ପୂର୍ବ ନିଷ୍ପତ୍ତିକୁ ପରିବର୍ତ୍ତନ କଲେ ରାଜ୍ୟ ସରକାର
ପାନ ମସଲା ବିକ୍ରି ନେଇ ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ

ରାଜ୍ୟରେ ବନ୍ଦ ହେବନି ପାନ ମସଲା ବିକ୍ରି । ସିଟି, ଜିଏସଟି ଓ ଅର୍ଥ ବିଭାଗକୁ ଚିଠି ଲେଖିଲେ ସ୍ବାସ୍ଥ୍ୟ ବିଭାଗର ସଚିବ । ଟବାକୋ ଓ ନିକୋଟିନ୍ ନଥିବା ପାନ ମସଲାକୁ ରାଜ୍ୟରେ ବ୍ୟାନ୍ କରାଯିବ ନାହିଁ । ଗତ ୨୧ ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିଲା ଗାଇଡଲାଇନ୍ । ହେଲେ ପୂର୍ବ ନିଷ୍ପତ୍ତିକୁ ପରିବର୍ତ୍ତନ କରି ଆଜି ସ୍ପଷ୍ଟୀକରଣ ରଖିଛନ୍ତି ରାଜ୍ୟ ସରକାର । ଫଳରେ ରାଜ୍ୟରେ ଟବାକୋ ଓ ନିକୋଟିନ୍ ନଥିବା ପାନ ମସଲା ବିକ୍ରି ଜାରି ରହିବ ।
ସ୍ପଷ୍ଟୀକରଣ ରଖିଲେ ସରକାର
ରାଜ୍ୟ ସରକାର ଆଜି ସ୍ପଷ୍ଟ କରିଛନ୍ତି ଯେ ତମାଖୁ କିମ୍ବା ନିକୋଟିନ୍ ବିନା ପାନ ମସଲା ଉତ୍ପାଦଗୁଡ଼ିକ ତମାଖୁ/ନିକୋଟିନ୍ ଯୁକ୍ତ ଖାଦ୍ୟ ସାମଗ୍ରୀର ଉତ୍ପାଦନ ଏବଂ ବିକ୍ରୟ ଉପରେ ଲାଗିଥିବା ନିଷେଧ ପରିସରଭୁକ୍ତ ନୁହେଁ । ଅର୍ଥାତ ଯେଉଁ ପାନ ମସଲାରେ ତମାଖୁ ବା ନିକୋଟିନ ନାହିଁ ତାହାକୁ ବଜାରରେ ବିକ୍ରି କରାଯାଇପାରିବ । ଏଥିଲାଗି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ CT ଏବଂ GST କମିଶନରଙ୍କୁ ଏକ ଚିଠି ଲେଖି କହିଛି, "ଏହା ସ୍ପଷ୍ଟ କରାଯାଉଛି ଯେ ତମାଖୁ କିମ୍ବା ନିକୋଟିନ୍ ନଥିବା ପାନ ମସଲା ଲାଗୁ ହୋଇଥିବା ନିଷେଧ ଅଧୀନରେ ଆସିନାହିଁ ।"
ବ୍ୟବସାୟୀଙ୍କ ମନରେ ଆସିଥିଲା ଦ୍ବନ୍ଦ୍ବ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଠାରେ କହିରଖୁଛୁ କି, ରାଜ୍ୟ ସରକାରଙ୍କ ନିଷେଧ ଘୋଷଣା ପରେ ବ୍ୟବସାୟୀ ଏବଂ ଗ୍ରାହକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । କେଉଁ ସାମଗ୍ରୀ ବିକ୍ରି ହେବ କାହାକୁ ନୁହଁ ତାହା ଜାଣିପାରିନଥିଲେ ବ୍ୟବସାୟୀ । ଏହାପରେ ଆଜି ସ୍ୱାସ୍ଥ୍ୟ ବିଭାଗର ସ୍ପଷ୍ଟୀକରଣ ଆସିଛି । କେବଳ ତମାଖୁ/ନିକୋଟିନ୍ ଥିବା ଉତ୍ପାଦଗୁଡ଼ିକ ନିଷେଧ କରାଯାଇଛି । କିନ୍ତୁ ତମାଖୁମୁକ୍ତ ପାନ ମସଲା ବିକ୍ରି କରାଯାଇପାରିବ ।
ଗତ ୨୧ ତାରିଖରେ ରାଜ୍ୟବ୍ୟାପୀ ଗୁଟଖା, ପାନ ମସଲା, ଜର୍ଦ୍ଦା, ଖଇନି ଓ ତମାଖୁ ଆଦି ସମସ୍ତ ଉତ୍ପାଦର ଉତ୍ପାଦନ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ସଂରକ୍ଷଣ, ପରିବହନ, ବଣ୍ଟନ ଏବଂ ବିକ୍ରୟ ଉପରେ ନିଷିଦ୍ଧ ନେଇ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ଖାଦ୍ୟ ସୁରକ୍ଷା ଏବଂ ମାନକ କର୍ତ୍ତୃପକ୍ଷଙ୍କ ଗାଇଡଲାଇନ୍ ଅନୁସାରେ ଏହି ପଦକ୍ଷେପ ନିଆଯାଇଥିଲା । ନିଶା ଦ୍ରବ୍ୟ ଯୋଗୁଁ ଶରୀରରେ ମାରାତ୍ମକ କର୍କଟ ସହିତ ଗୁରୁତର ରୋଗ ସୃଷ୍ଟି ହୋଇଥାଏ । ବିଶେଷକରି ଶିଶୁ ଓ ଯୁବପିଢ଼ିଙ୍କ ସ୍ୱାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ହାନିକାରକ ।
ଏଥିସହ ପଢନ୍ତୁ: ରାଜଧାନୀରୁ ହଟିବ ଗୁଟଖା ବିଜ୍ଞାପନ, ଆକ୍ସନ ମୋଡ଼ରେ BMC

Related Topics
Explore more stories