Videos
|
Odisha

Ship Rescue / ପାରାଦୀପ ସମୁଦ୍ରରେ ବୁଡ଼ି ଯାଇଥାନ୍ତା ତୈଳବାହୀ ଜାହାଜ; ଏମିତି ବଞ୍ଚାଇଲା ତଟରକ୍ଷୀ ବାହିନୀ

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ପାରାଦୀପ ସମୁଦ୍ରରେ ବୁଡ଼ି ଯାଇଥାନ୍ତା ତୈଳବାହୀ ଜାହାଜ; ଏମିତି ବଞ୍ଚାଇଲା ତଟରକ୍ଷୀ ବାହିନୀ
MT Seagull 9 Rescue Near Paradip

Key Points

ପାରାଦୀପ ସମୁଦ୍ରରେ ବଡ଼ ଅଘଟଣ । ବୁଡ଼ି ଯାଇଥାନ୍ତା ତୈଳବାହୀ ବିଦେଶୀ ଜାହାଜ । ବୋହି ଯାଇଥାନ୍ତା ୯ ହଜାର ମେଟ୍ରିକ୍ ଟନ୍ ପାମ୍ ଅଏଲ୍ । ଭାରତୀୟ ତଟରକ୍ଷୀ ବାହିନୀର ପଦକ୍ଷେପ ଯୋଗୁଁ ଟଳିଗଲା ବଡ଼ ଅଘଟଣ ।
ପାରାଦୀପ: ୯ ହଜାର ମେଟ୍ରିକ୍ ଟନ୍ ତେଲ, ଜାହାଜରେ ଥିଲେ ୨୩ କ୍ରିଉ ମେମ୍ବର । ମଝି ସମୁଦ୍ରରେ ହଠାତ୍ ଜାହାଜର ଇଞ୍ଜିନ୍ ଖରାପ ହୋଇଗଲା । ଆଉ ଦେଖୁ ଦେଖୁ ଇଞ୍ଜିନ୍ ପାଖ କ୍ୟାବିନ୍‌ରେ ପାଣି ଭର୍ତ୍ତି ହେବାରେ ଲାଗିଲା । ପାଣି ପଶିବା ସହ ଜାହାଜ ସନ୍ତୁଳନ ହରାଇବା ଆରମ୍ଭ କରିବାରୁ କ୍ୟାପଟେନ୍ ଜରୁରୀ ସହାୟତା ପାଇଁ କଲେ କରିଥିଲେ ।

ଏମରଜେନ୍ସି ରେସ୍କ୍ୟୁ କଲ୍ ପାଇବା ପରେ ଭାରତୀୟ ତଟରକ୍ଷୀ ବାହିନୀ (Indian Coast Guard) ତୁରନ୍ତ ପଦକ୍ଷେପ ନେଇଥିଲା । ତୈଳବାହୀ ବିଦେଶୀ ଜାହାଜକୁ ସହାୟତା ପାଇ ଗଭୀର ସମୁଦ୍ରରେ ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ୍ । ଏନେଇ ଭାରତୀୟ ତଟରକ୍ଷୀ ବାହିନୀ ସୋସିଆଲ୍ ମିଡିଆ Xରେ ସୂଚନା ଦେଇଛି ।

ଏଥିସହ ପଢ଼ନ୍ତୁ: ମହାନଦୀରେ ଚଳିତ ବର୍ଷର ଚତୁର୍ଥ ବନ୍ୟା…ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ 

IGCର ସୂଚନା ଅନୁସାରେ, ବେଲୀଜି ଦେଶର ଜାହାଜ MT ସିଗଲ୍-୯ (Seagull 9) ଜରୁରୀ ସହାୟତା ମାଗିଥିଲା । ଯାହାପରେ ଭାରତୀୟ ତଟରକ୍ଷୀ ବାହିନୀ ସଫଳତାର ରେସ୍କ୍ୟୁ ଓ ଉଦ୍ଧାର କାର୍ଯ୍ଯ ସମ୍ପନ୍ନ କରିଛି । ଉକ୍ତ ଜାହାଜର କେମିକାଲ୍ ଟ୍ୟାଙ୍କରରେ ୯ ହଜାର ମେଟ୍ରିକ୍ ଟନ୍ ପାମ୍ ଅଏଲ୍ (Palm Oil) ଆସୁଥିଲା । ଜାହାଜରେ ମୋଟ ୨୩ ଜଣ ସଦସ୍ୟ ଥିଲେ ।

କେମିତି ହେଲା ରେସ୍କ୍ୟୁ ?

ଭାରତୀୟ ତଟରକ୍ଷୀ ବାହିନୀର ଜଣେ ଅଧିକାରୀଙ୍କ ଅନୁସାରେ, ଜାହାଜର ମୁଖ୍ୟ ଇଞ୍ଜିନ୍ ଖରାପ ହୋଇ ଯାଇଥିଲା । ବାଲାଷ୍ଟ ଟାଙ୍କରେ ପାଣି ଭର୍ତ୍ତିହେବାରୁ ଜାହାଜର ସନ୍ତୁଳନ ବିଗିଡ଼ି ଗୋଟିଏ ପାର୍ଶ୍ଵକୁ ବୁଡ଼ିବାକୁ ଯାଉଥିଲା । ତତକ୍ଷଣାତ୍ ଭାରତୀୟ ତଟରକ୍ଷୀ ବାହିନୀ ପଦକ୍ଷେପ ନେଇଥିଲା ।


ପାରାଦୀପରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୭ ସାମୁଦ୍ରିକ ମାଇଲ୍ ଦୂରରେ ଜାହାଜଟି ବୁଡ଼ିବାକ ଯାଉଥିଲା । ଭାରତୀୟ ତଟରକ୍ଷୀ ବାହିନୀର ତ୍ଵରିତ୍ଵ ପଦକ୍ଷେପ ନେଇ ୨୩ କ୍ରିଉଙ୍କୁ ସୁରକ୍ଷିତ ଉଦ୍ଧାର କରିଛି । ଏଥିସହ ତୈଳବାହୀ ଜାହାଜଟିକୁ ସୁରକ୍ଷିତ ଭାବେ ପାରାଦୀପ ବନ୍ଦରକୁ ଟାଣି ଅଣାଯାଇଛି ।

IGC ଅନୁସାରେ, ଜାହାଜରେ ପାଣି ପମ୍ପ ଲଗାଇବା ସହ ଅନ୍ୟ ଆଧୁନିକ ଉପକରଣ ବ୍ୟବହାର କରାଯାଇ ତୈଳ ଲିକ୍‌କୁ ରୋକା ଯାଇଥିଲା । କ୍ଷତିଗ୍ରସ୍ତ ସାମୁଦ୍ରିକ ପାଇପ୍ ଲାଇନକୁ ମଧ୍ୟ ବନ୍ଦ କରି ମରାମତି କରାଯାଇଛି । ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ହେଲିକପ୍ଟର ଦ୍ଵାରା ଯାଞ୍ଚ କରାଯାଇ ଏବେ ତୈଳ ଲିକ୍ ହେଉନଥିବା ନିଶ୍ଚିତ କରାଯାଇଛି ।

ଏଥିସହ ପଢ଼ନ୍ତୁ: ବାଣୀବିହାର ଓଭରବ୍ରିଜ୍‌ରେ ୫ ଫୁଟିଆ ଅଜଗର, ଦେଖି ଅଟକିଗଲା ଶହ ଶହ ଗାଡ଼ି 

ଭାରତୀୟ ତଟରକ୍ଷୀ ବାହିନୀର ତ୍ଵରିତ୍ଵ ପଦକ୍ଷେପ ଯୋଗୁଁ ଜାହାଜ ଓଲଟିବାରୁ ବଞ୍ଚି ଯାଇଛି । ଏଥିସହ ସମୁଦ୍ରରେ ୯ ହଜାର ମେଟ୍ରିକ୍ ଟନ୍ ପାମ୍ ଅଏଲ୍ ବୋହିଯିବା ଯିବା ଭଳି ବଡ଼ ଅଘଟଣ ଟଳି ଯାଇଛି । ଜାହାଜଟିକୁ ପାରାଦୀପ ବନ୍ଦରର ଟଗ 'ଡଲଫିନ୍' ସୁରକ୍ଷିତ ଭାବେ ବନ୍ଦରର ଆଙ୍କରେଜ ଅଞ୍ଚଳରେ ପହଞ୍ଚାଇଥିବା ଜଣାପଡ଼ିଛି ।

ଜାହାଜର ଇଞ୍ଜିନ୍ ମରାମତି କାମ ଜାରି ରହିଛି । ମେରାଇନ୍ ଟ୍ରାଫିକ୍ ୱେବସାଇଟ୍‌ର ସୂଚନା ଅନୁସାରେ, ଜାହାଜଟି ସେପ୍ଟେମ୍ବର ୧୧ ତାରିଖରେ ମାଲେସିଆରୁ ପାରାଦୀପ ଅଭିମୁଖେ ୯ ହଜାର ମେଟ୍ରିକ୍ ଟନ୍ ପାମ୍ ଅଏଲ୍ ନେଇ ବାହାରିଥିଲା ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: