ଆଠଗଡକୁ ଜିଲ୍ଲା ଦାବି ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା
·2 years ago·1 min read

କଟକ : ଆଠଗଡକୁ ଜିଲ୍ଲା ଦାବି ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା । ଆଠଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଠଗଡକୁ ଜିଲ୍ଲା ଦାବି ନେଇ ଦୀର୍ଘ ଏକମାସ ହେବ ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରତିକାତ୍ମକ ଧାରଣା ଚାଲୁ ରହିଛି । ଦୀର୍ଘ ଏକମାସ ହେବ ପ୍ରତିକାତ୍ମକ ଧାରଣା ଦିଆଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କମିଟି ସହିତ କୌଣସି ପ୍ରକାର ଆଲୋଚନା ନ କରିବାକୁ ନେଇ ଆଜି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଠଗଡକୁ ଜିଲ୍ଲା ଦାବି ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।
ଅଧିକ ପଢନ୍ତୁ ଓଡିଶା ଖବର
ଏହି ବନ୍ଦ ଡାକରାରେ ଆଠଗଡର ବୁଦ୍ଧିଜୀବି ବହୁ ସଂଗଠନ ଯୋଗଦେଇଛି ।ଏହି ବନ୍ଦ ଡାକରାରେ ଆଠଗଡର ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ ରହିଥିବା ବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: